ଆଜି ପୌଷ ପୂର୍ଣ୍ଣିମା: ରତ୍ନ ସିଂହାସନରେ ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ଶ୍ରୀଜୀଉ

ପୁରୀ: ଆଜି ପୌଷ ପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ସମ୍ପାଦନ କରାଯିବ । ରତ୍ନ ସିଂହାସନରେ ଶ୍ରୀଜୀଉ ରାଜରାଜେଶ୍ୱର ବେଶ ବା ସୁନାବେଶ ରେ ଭକ୍ତଙ୍କୁ ଦର୍ଶନ ଦେବେ । ପୂର୍ବରୁ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ଅଭିଷେକ କରାଯିବ । ପରେ ଆଜ୍ଞା ମାଳ ପାଇଁ ଶ୍ରୀଦେବୀ ପାଲିଙ୍କିରେ ମା ଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରିବେ ।

ସେଠାରେ ମାଜଣା ଓ ବନକ ଲାଗି ନୀତି ପରେ ଶ୍ରୀଦେବୀଙ୍କୁ ବେଶ କରାଯିବ । ଏହାପରେ ରତ୍ନସିଂହାସନରେ ମହାପ୍ରଭୁ ମାନଙ୍କ ସୁନାବେଶ ଅନୁଷ୍ଠିତ ହେବ । ଅନ୍ୟପଟେ କାଲି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ । ପଞ୍ଚଦେବତା ପୂଜାଠାରୁ ଆରମ୍ଭ କରି ଶାସ୍ତ୍ରୀୟ ପୂଜା ପରେ ଗଜପତି ମହାରାଜ ଅଭିଷେକ ହେବେ । ଷୋଳ ଶାସନ ବ୍ରାହ୍ମଣ ଓ ପଣ୍ଡିତ ମାନେ ନଡ଼ିଆ, ପଇତା ପ୍ରଦାନ କରିବା ସହ ମହାରାଜାଙ୍କୁ ଆଶିର୍ବାଦ ଦେବେ । ସେହିପରି ଆଜି ସନ୍ଧ୍ୟାରେ ଶଙ୍କରାଚାର୍ଯ୍ୟ ମଠ ପକ୍ଷରୁ ସମୁଦ୍ର ଆଳତିର ବର୍ଷପୂର୍ତ୍ତି ଉତ୍ସବ ପାଳନ କରାଯିବ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.