ଫ୍ରାନ୍ସରୁ ୭ହଜାର କିଲୋମିଟର ଉଡ଼ାଣ କରି ଭାରତରେ ପହଞ୍ଚିଲା ଆଉ ୩ଟି ରାଫେଲ୍
ନୂଆଦିଲ୍ଲୀ: ଭାରତରେ ପହଞ୍ଚିଲା ଆଉ ୩ଟି ରାଫେଲ । ଫ୍ରାନ୍ସରୁ ୭ହଜାର କିଲୋମିଟର ଉଡ଼ାଣ କରି ଭାରତରେ ପହଞ୍ଚିଛି । ବାଟରେ ମଝି ଅକାଶରେ ଇନ୍ଧନ ନେଇଥିଲା ରାଫେଲ ।
ୟୁଏଇରେ ଇନ୍ଧନ ଦିଆଯାଇଥିଲା । ୟୁଏଇ ଏୟାର ଫୋର୍ସକୁ ଏଥିପାଇଁ ଧନ୍ୟବାଦ ଜଣାଇଛି ଭାରତୀୟ ଏୟାରଫୋର୍ସ । ଗତକାଲି ସକାଳେ ଫ୍ରାନ୍ସ ଏୟାରବେସ୍ରୁ ବାହାରିଥିଲା ୩ଟି ରାଫେଲ । ଭାରତକୁ ମୋଟ ୩୬ଟି ରାଫେଲ ଦେବ ଫ୍ରାନ୍ସ ସରକାର ।