ତେଲ କିମ୍ବା ଘିଅ ତଳେ ପଡ଼ିବାକୁ କାହିଁକି ଅଶୁଭ କୁହାଯାଏ? ଜାଣନ୍ତୁ, ଏହାର ପ୍ରଭାବ କମ୍‌ କରିବା ଉପାୟ

ଘରେ ବେଳେ ବେଳେ କାମ କରିବା ବେଳେ ଭୁଲରେ ତେଲ କିମ୍ବା ଘିଅ ପଡ଼ିଯାଏ। କିଛି ଲୋକ ଏହାକୁ ଅଶୁଭ କହିଥାନ୍ତି। ଜ୍ୟୋତିଷଙ୍କ ମୁତାବକ, ତେଲ କିମ୍ବା ଘିଅ ତଳେ ପଡ଼ିବାର ଅର୍ଥ ଆପଣଙ୍କ ଖରାପ ସମୟ ଆସିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ଏହାର ପ୍ରଭାବରୁ ମୁକ୍ତି ପାଇବାକୁ କ’ଣ କରିବା ଉଚିତ୍‌…

ଭାରତୀୟ ସଂସ୍କୃତିରେ ସମସ୍ତ ମାଙ୍ଗଳିକ କାର୍ଯ୍ୟରେ ସୋରିଷ ତେଲ ନିଶ୍ଚୟ ବ୍ୟବହାର କରାଯାଏ। ଏହାକୁ ଶୁଭ ବିବେଚିତ କରାଯାଏ। ତେଲକୁ ଶନିଗ୍ରହଙ୍କ ପ୍ରତୀକ କୁହାଯାଏ। ନବଗ୍ରହ ମଧ୍ୟରେ ଶନିଙ୍କୁ ନ୍ୟାୟର ଦେବତା କୁହାଯାଏ। ଯଦି ଭୁଲରେ ତେଲ ତଳେ ପଡ଼ିଯାଇଛି ତେବେ ଏହାକୁ ଅଶୁଭ କୁହାଯାଏ। ଏହା ଦ୍ୱାରା ଧନ ହାନି ହୋଇଥାଏ। ସେହିପରି ଘିଅକୁ ବୃହସ୍ପତିଙ୍କ ପ୍ରତୀକ ବୋଲି କୁହାଯାଏ। ତାଙ୍କୁ ଧର୍ମର ଦେବତା ମଧ୍ୟ କୁହାଯାଏ। ଘିଅ ତଳେ ପଡ଼ିବାର ଅର୍ଥ ଧର୍ମହାନି ଘଟିବା। ଏହା ଦ୍ୱାରା ଘରର ସଦସ୍ୟଙ୍କ ମଧ୍ୟରେ ମତଭେଦ ହୋଇଥାଏ।

ଶାସ୍ତ୍ରବିତ୍‌ଙ୍କ ମତରେ, ଯେଉଁ ବାସନରୁ ଘିଅ କିମ୍ବା ତେଲ ତଳେ ପଡ଼ିଛି, ତାହାକୁ ଉଠାଇ ପୁଣିଥରେ ସେହି ପାତ୍ରରେ ରଖନ୍ତୁ ନାହିଁ। ଏହାକୁ ବ୍ୟବହାର ମଧ୍ୟ କରନ୍ତୁ ନାହିଁ। ନଚେତ୍‌ ପ୍ରତ୍ୟେକ କାର୍ଯ୍ୟରେ ବାଧା ଉପୁଜିପାରେ। ଏହା ଦ୍ୱାରା ଦାରିଦ୍ର୍ୟତା ମଧ୍ୟ ଆସେ। ଏଣୁ ଏଭଳି କରିବାରୁ ବିରତ ରୁହନ୍ତୁ।
ତେଲ ତଳେ ପଡ଼ିବା ଦୋଷ କାଟିବାକୁ ରୁଟି କିମ୍ବା ଭାତରେ ଉକ୍ତ ତେଲକୁ ଲଗାଇ କୌଣସି ଜୀବଜନ୍ତୁଙ୍କୁ ଦେଇ ଦିଅନ୍ତୁ। ଏହା ଦ୍ୱାରା ଏହି ଦୋଷ କଟିଯିବ ଓ ଘରର କୌଣସି କ୍ଷତି ହେବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.