ଏମିତି ଅଫର୍‌ ଆଉ ମିଳିବନି! ୯୯୦ ଟଙ୍କାରେ ମିଳୁଛି ୧୮ ହଜାର ଟଙ୍କାର ସ୍ମାର୍ଟଫୋନ…ଜାଣନ୍ତୁ କେମିତି

ଫ୍ଲିପ୍‌କାର୍ଟରେ Big Saving Days Sale ଆରମ୍ଭ ହେବାକୁ ଯାଉଛି। ଏହି ସେଲ୍‌ ୧୨ରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ଏଥିରେ ସ୍ମାର୍ଟଫୋନ, ସ୍ମାର୍ଟ ଟିଭି ଓ ଅନେକ ଇଲେକ୍ଟ୍ରୋନିକ୍‌ ପ୍ରଡକ୍ଟ ଉପରେ ଧମାକାଦାର ଡିସ୍‌କାଉଣ୍ଟ ମିଳିବ। କିନ୍ତୁ ଏହା ପୂର୍ବରୁ ଏଠାରେ ବହୁତ ଶସ୍ତାରେ ସ୍ମାର୍ଟଫୋନ କିଣାଯାଇ ପାରିବ। Vivoର Y21 ସ୍ମାର୍ଟଫୋନ ବହୁତ ଲୋକପ୍ରିୟ ରହିଛି। ଏହି ଫୋନ ଉପରେ ବଡ଼ ଡିସ୍‌କାଉଣ୍ଟ ମିଳୁଛି। ଆପଣ ୧୮ ହଜାର ଟଙ୍କାର Vivo Y21 ସ୍ମାର୍ଟଫୋନକୁ ମାତ୍ର ୯୯୦ ଟଙ୍କାରେ କିଣି ପାରିବେ। ଆସନ୍ତୁ ଜାଣିବା କେମିତି…

Vivo Y21 4GB RAM+64GB ଷ୍ଟୋରେଜ୍‌ ଭ୍ୟାରିଏଣ୍ଟର ଲଞ୍ଚିଂ ପ୍ରାଇଜ୍‌ ରହିଛି ୧୭,୯୯୦ ଟଙ୍କା। କିନ୍ତୁ ଫ୍ଲିପ୍‌କାର୍ଟରେ ଏହା ୧୩,୯୯୦ ଟଙ୍କାରେ ଉପଲବ୍ଧ ହେଉଛି ଅର୍ଥାତ୍‌ ଫୋନ ଉପରେ ପୂରା ୪ ହଜାର ଟଙ୍କାର ଡିସ୍‌କାଉଣ୍ଟ ଦିଆଯାଉଛି। ଏହାପରେ ଏକ୍ସଚେଞ୍ଜ ଅଫର୍‌ ବି ରହିଛି, ଯଦ୍ଦ୍ଵାରା ଫୋନର ଦାମ୍‌ ବହୁତ କମ୍‌ ହୋଇଯିବ।

Vivo Y21 ଉପରେ ୧୩ ହଜାର ଟଙ୍କାର ଏକ୍ସଚେଞ୍ଜ ଅଫର ମିଳୁଛି। ଯଦି ଆପଣ ପୁରୁଣା ସ୍ମାର୍ଟଫୋନ ଏକ୍ସଚେଞ୍ଜ କରୁଛନ୍ତି, ତ ଏତିକି ଅଫ୍‌ ପ୍ରାପ୍ତ କରି ପାରିବେ। କିନ୍ତୁ ୧୩,୦୦୦ ଟଙ୍କାର ଅଫ୍‌ ସେତେବେଳେ ମିଳିବ, ଯେତେବେଳେ ଆପଣଙ୍କ ପୁରୁଣା ଫୋନ ଭଲ କଣ୍ଡିସନରେ ଥିବ ଏବଂ ମଡେଲ ଲାଟେଷ୍ଟ୍‍ ହୋଇଯିବ। ଯଦି ଆପଣ ପୂରା ଅଫ୍‌ ପାଇବାରେ ସଫଳ ହୋଇଯିବେ, ତ ଫୋନର ଦାମ୍‌ ୯୯୦ ଟଙ୍କା ହୋଇଯିବ। କିନ୍ତୁ ଯଦି ଆପଣ ପୁରୁଣା ଫୋନ ଏକ୍ସଚେଞ୍ଜ କରିବାକୁ ଚାହୁଁ ନାହାନ୍ତି, ତ ମାସିକ EMIରେ ଫୋନ କିଣି ପାରିବେ।

Vivo Y21କୁ ନୋ କଷ୍ଟ୍‍ EMI ଜରିଆରେ କିଣାଯାଇ ପାରିବ। ନୋ କଷ୍ଟ୍‍ EMIର ଅର୍ଥ, ଆପଣଙ୍କୁ ଫୋନ ଉପରେ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ। ୬ ମାସର EMIରେ ଆପଣ ଫୋନ କିଣି ପାରିବେ। ଆପଣଙ୍କୁ ୬ ମାସ ପର୍ଯ୍ୟନ୍ତ ମାସିକ ୨,୩୩୨ ଟଙ୍କା ଦେବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.