Below header

ମାତ୍ର ଏତିକି ଟଙ୍କାରେ ପାଇପାରିବେ ସ୍ମାର୍ଟଫୋନର ଡିସପ୍ଳେ ବୀମା, ଭାଙ୍ଗିଲେ ମିଳିବ ୧୨ହଜାର ଟଙ୍କା

ନୂଆଦିଲ୍ଲୀ : ଯଦି ଆପଣ ସେହି ଲୋକଙ୍କ ମଧ୍ୟରେ ସାମିଲ ଅଛନ୍ତି ଯାହାର ମୋବାଇଲ ବାରମ୍ବାର ପଡିଯାଇଥାଏ କିମ୍ବା ଭାଙ୍ଗିଯାଇଥାଏ ତେବେ ଏହି ଖବରଟି ଖାସ ଆପଣଙ୍କ ପାଇଁ। ଖୁସି ଖବର କି ଆପଣ ଏଥିରେ ପୁରୁଣା ଫୋନର ବୀମା ମଧ୍ୟ କରାଇପାରିବେ। ଭାରତରେ ଗ୍ରାହକଙ୍କୁ ଏହି ସୁବିଧା ‘ଗୋ ଡିଜିଟାଲ ଜେନେରାଲ ଇନ୍ୟୁରାନ୍ସ’ ନାମକ ଏକ କମ୍ପାନୀ ଦେଇଛି। ତେବେ ନୂଆ ସ୍ମାର୍ଟଫୋନ ପାଇଁ ବୀମା ସୁବିଧା ପୂର୍ବରୁ ରହିଥିବା ବେଳେ ଏବେ କମ୍ପାନୀ ଏହି ଅଫର ପୁରୁଣା ସ୍ମାର୍ଟଫୋନ ମାନଙ୍କ ପାଇଁ ଆରମ୍ଭ କରିଛି।

damaged-phone

ଏହି ଅଫର ଖାସ କଥା ହେଉଛି, କମ୍ପାନୀ ଏକ ସପ୍ଟଓୟାର ଜରିଆରେ ଆପଣଙ୍କ ଫୋନର ରିମୋଟ ଆସେସ ନେବ ଏବଂ ବୀମାର କ୍ଳେମ୍‌ ମଧ୍ୟ ଅନଲାଇନ ମିଳିବ। ଏହା ସହ ଇନ୍ୟୁରାନ୍ସ ଦେବା ସମୟରେ କମ୍ପାନୀ ସପ୍ଟଓୟାର ଜରିଆରେ ଏହା ମଧ୍ୟ ଚେକ୍‌ କରିପାରିବ କି ଆପଣଙ୍କ ଡିସପ୍ଳେ ଠିକ୍‌ ରହିଛି କି ନାହିଁ। ସାଧାରଣ ଭାଷାରେ କହିବାକୁ ଗଲେ କମ୍ପାନୀ ସପ୍ଟଓୟାର ଜରିଆରେ ମୋବାଇଲ ନିର୍ମାତା କମ୍ପାନୀ, ଆଇଏମ୍‌ଇଆଇ ନମ୍ବର ଏବଂ ମଡେଲ ସମ୍ବନ୍ଧୀୟ ସମସ୍ତ ସୂଚନା ଚେକ୍‌ କରିପାରିବ।

ଏହି ଅଫରରେ ମୋବାଇଲ ପାଇଁ ବୀମା ନେବା ପାଇଁ ଗ୍ରାହକଙ୍କୁ ମାତ୍ର ୧,୭୦୦ଟଙ୍କା ଦେବାକୁ ପଡିବ। ଏହାପରେ ଯଦି ଆପଣଙ୍କ ଫୋନ ଭାଙ୍ଗିଯାଉଛି ତେବେ କମ୍ପାନୀ ୧୨ହଜାର ପର୍ଯ୍ୟନ୍ତ ମୂଲ୍ୟ ଦେୟ କରିବ। ପରେ ଆପଣ ସେହି ଟଙ୍କାରେ ଡିସପ୍ଳେ ବଦଳାଇବା ସହ ନୂଆ ଫୋନ ମଧ୍ୟ କିଣିପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.