ୟୂପିର ଏହି ସ୍କୁଲରେ ଶିକ୍ଷକମାନେ ସଫା କରୁଛନ୍ତି ପାଇଖାନା, ଜାଣନ୍ତୁ ଏହାର କାରଣ

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ କ୍ରମେ ଜୁଲାଇ ପହିଲାରୁ ଖୋଲାଯିବାକୁ ଥିବା ସବୁ ବୋର୍ଡ ସ୍କୁଲ ଗୁଡିକୁ ୨୫ ଜୁନରେ ଖୋଲିଦିଆଯାଇଛି। କାରଣ ସ୍କୁଲ ଗୁଡିକ ଭଲ ଭାବରେ ସଫା ସୁତରା କରିବା ପାଇଁ ଶିକ୍ଷକ ମାନେ ଆଗୁଆ ସ୍କୁଲ ଖୋଲିଛନ୍ତି । ଅଧିକାଂଶ ସ୍କୁଲରେ ସଫା କରିବା କର୍ମଚାରୀ ନଥିବାରୁ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏହି ସଫା ସୁତରା କାମ କରୁଛନ୍ତି।

ମୁ୍ଖ୍ୟମନ୍ତ୍ରୀ ଶିକ୍ଷା ଅଧିକାରୀଙ୍କ ସହ ବୈଠକ କରି ଜୁଲାଇ ପ୍ରଥମ ସପ୍ତାହରୁ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ଖୋଲିବାର ପ୍ରଥମ ଦିନ ପିଲା ମାନଙ୍କୁ ବହି,ଖାତା, ଜୋତା,ମୋଜା ଆଦି ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ମଧ୍ୟ ଦେଇଛନ୍ତି। ତେଣୁ ଏହି ସ୍କୁଲ ଖୋଲିବାର କିଛି ଦିନ ପୂର୍ବରୁ ଅର୍ଥାତ ୨୫ ତାରିଖରୁ ସ୍କୁଲ ଗୁଡିକର ସଫା ସୁତରା କାମ କରାଯାଇଛି।

ଖାଡେପୁର ସ୍ଥିତ ପୂର୍ବ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କ ସହିତ ଅନ୍ୟ ଶିକ୍ଷକଙ୍କୁ ସ୍କୁଲର ସଫାକାମ କରିବାକୁ ପଡିଥିଲା। ଏହି ସ୍କୁଲରେ ଜଣେ ସଫେଇ କର୍ମଚାରୀ ଥିଲେ କିନ୍ତୁ ସେ ସ୍କୁଲରେ ଅନୁପସ୍ଥିତ ଥିଲେ। ସ୍କୁଲ ବ୍ୟବସ୍ଥା ସହିତ ଜଡିତ ସବୁ ସମସ୍ୟାକୁ ପୁରା କରିବା ପାଇଁ ଶିକ୍ଷା ଅଧିକାରୀ ସବୁ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ସହିତ ବୈଠକରେ କହିଥିଲେ। ଯଦି ଜୁଲାଇ ପହିଲାରୁ ଏହି ସମସ୍ୟା ଦୂର ନହୁଏ ତେବେ ସବୁ ଷ୍ଟାଫଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶିକ୍ଷା ଅଧିକାରୀ ଚେତାବନୀ ଦେଇଥିଲେ। ଏଥିପାଇଁ ଶିକ୍ଷକ ମାନେ ସ୍କୁଲ ଖୋଲିବା ପୂର୍ବରୁ ସଫା ସୁତରା ଇତ୍ୟାଦି ସ୍କୁଲର କାମ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.