Below header

ସାଓମି ଦେଉଛି ଏକ ଲକ୍ଷ ଟଙ୍କାର ପର୍ସନାଲ ଲୋନ, ଜାଣନ୍ତୁ କେମିତି ପାଇବେ ଏହାର ସୁବିଧା

ଚୀନର ସ୍ବାର୍ଟଫୋନ ନିର୍ମାତା ସାଓମି ଭାରତରେ ନିଜ ଗ୍ରାହକଙ୍କ ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପର୍ସନାଲ ଲୋନ ଦେଉଛି। ସାଓମି ଏହି ଲୋନ ଏମଆଇ କ୍ରେଡିଟ କାର୍ଡ ପ୍ଲାନ ଅନୁସାରେ ଦେଉଛି ଯାହା ଗତ ବର୍ଷ ମେ ମାସରେ ଭାରତରେ ଲଞ୍ଚ କରାଯାଇଥିଲା। ଅବଶ୍ୟ କମ୍ପାନୀ ଏବେ ପର୍ଯ୍ୟନ୍ତ କେବଳ ସେହି ଗ୍ରାହକଙ୍କୁ ଲୋନ ଦେଉଥିଲା ଯେଉଁମାନଙ୍କ ଫୋନରେ ସାଓମିର ଅପରେଟିଂ ସିଷ୍ଟମ MIUI ଥିଲା। କିନ୍ତୁ ବର୍ତ୍ତମାନ ସାଓମି ଠାରୁ ସେହି ଲୋକ ମାନେ ମଧ୍ୟ ଲୋନ ନେଇପାରିବେ ଯେଉଁ ମାନଙ୍କ ପାଖରେ ସାଓମି ଫୋନ ଅଛି ଏବଂ ସେଥିରେ ଆଣ୍ଡ୍ରଏଡ୍ ୱାନ କିମ୍ବା ଆଣ୍ଡ୍ରଏଡ୍ ଗୋ ରହିଛି। ସାଓମି ଭାରତରେ ଲୋନ ଦେବା ପାଇଁ ଇନଷ୍ଟାଣ୍ଟ ଲୋନ ଦେଉଥିବା କମ୍ପାନୀ KreditBee ସହିତ ପାର୍ଟନରସିପ୍ କରିଛି।

ସାଓମି ପର୍ସନାଲ ଲୋନ ନେବା ପାଇଁ ନିୟମ ଏବଂ ସର୍ତ୍ତ

ସୁଧ ବିଷୟରେ କହିବାକୁ ଗଲେ କମ୍ପାନୀ ପର୍ସନାଲ ଲୋନ ଉପରେ ପ୍ରତି ମାସ ୧.୩ ରୁ ୨.୫% ଇନଟରେଷ୍ଟ ଶୁଳ୍କ ଲଗାଇପାରେ। ଅବଶ୍ୟ ଏହି ଲୋନର ଅନୁମୋଦନ ବ୍ୟକ୍ତିଙ୍କର କ୍ରେଡିଟ୍ କାର୍ଡ ସ୍କୋର ଏବଂ ଲୋନ ରାଶି ଉପରେ ମଧ୍ୟ ନିର୍ଭର କରିବ। ଅନ୍ୟ କମ୍ପାନୀ ତୁଳନାରେ ସାଓମିର ସୁଧ ହାର କମ୍ ଅଟେ। କିନ୍ତୁ ଏହି ଲୋନ କେବଳ ସାଓମି ଫୋନ ବ୍ୟବହାରକାରୀ ହିଁ ନେଇପାରିବେ। ଲୋନ ନେବା ପରେ ୩୬ ମାସରେ ଡେବିଟ୍ କାର୍ଡ କିମ୍ବା ନେଟବ୍ୟାକିଂ ଜରିଆରେ ଟଙ୍କା ଫେରାଇ ପାରିବେ।

ଲୋନ ପାଇଁ କେମିତି କରିବେ ଆପ୍ଲାଏ

ସର୍ବ ପ୍ରଥମେ ଫୋନରେ ଥିବା ଏମଆଇ ଷ୍ଟୋରରୁ କ୍ରେଡିଟ୍ ଆପ୍ ଡାଉନଲୋଡ୍ କରନ୍ତୁ। ଏହାପରେ ପ୍ରାରମ୍ଭିକ ସେଟିଂ ଏବଂ ପରମିସନ ଦେବା ପରେ ଆଗକୁ ବଢ଼ନ୍ତୁ। ଏହାପରେ ‘Get Now’ ବଟନ ଉପରେ କ୍ଲିକ କରି ନିଜ ମୋବାଇଲ୍ ନମ୍ବର ଦିଅନ୍ତୁ। ଏହାପରେ ଆପଣଙ୍କୁ କିଛି ଆବଶ୍ୟକୀୟ ସୂଚନା ଦେବା ପରେ ଫଟୋ ଅପଲୋଡ୍ କରିବାକୁ ହେବ। କ୍ରେଡିଟ୍ କାର୍ଡ ସ୍କୋର ଆଧାରରେ କମ୍ପାନୀ ଜଣାଇବ ଯେ ଆପଣଙ୍କୁ କେତେ ଲୋନ ମିଳିପାରିବ। ଏହାପରେ ଆପଣଙ୍କୁ ଟଙ୍କା ଫେରାଇବାର ତାରିଖ ବିଷୟରେ ପ୍ରଶ୍ନ କରାଯିବ। କମ୍ପାନୀ ଆପଣଙ୍କ ଦ୍ବାରା ଦିଆଯାଇଥିବା ସୂଚନାକୁ ଯାଞ୍ଚ କରିବାପରେ ଲୋନର ଟଙ୍କା ଆପଣଙ୍କ ଆକାଉଣ୍ଟକୁ ପଠାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.