ଗିନଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍ ରେକର୍ଡସରେ ସ୍ଥାନ ପାଇଥିବା ପ୍ରଖ୍ୟାତ ଅଭିନେତ୍ରୀ ବିଜୟା ନିର୍ମଳାଙ୍କ ପରଲୋକ

୪୪ଟି ତେଲୁଗୁ ସିନେମାର ନିର୍ଦ୍ଦେଶିକା ତଥା ୨୦୦ରୁ ଅଧିକ ତେଲୁଗୁ,ତାମିଲ ଓ ମାଲାୟାଲମ୍‌ ସିନେମାରେ ଅଭିନୟ କରି ଗିନଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍ ରେକର୍ଡସରେ ସ୍ଥାନ ପାଇଥିବା ପ୍ରଖ୍ୟାତ ଅଭିନେତ୍ରୀ-ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ୧୯୪୯ ମସିହା ଜାନୁଆରି ୨୦ ତାରିଖରେ ବିଜୟ ଜନ୍ମଗ୍ରହଣ କରିଥିଲେ।

vijaya୨୦୦୮ରେ ତାଙ୍କୁ ତେଲୁଗୁ ସିନେମାର ପୁରସ୍କାର ରଘୁପୀଠ ଭେଙ୍କେୟା ଆଓ୍ଵାର୍ଡ ରେ ସମ୍ମାନିତ କରାଯାଇଥିଲା। ବିଜୟା ନିର୍ମଳା ମାତ୍ର ସାତ ବର୍ଷ ବୟସରୁ ଶିଶୁ କଳାକାର ଭାବେ ଚଳଚ୍ଚିତ୍ରରେ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ସେ ଦୁଇଥର ବିବାହ କରିଥିଲେ। ତାଙ୍କର ଦ୍ୱିତୀୟ ସ୍ୱାମୀ ଥିଲେ ଜଣାଶୁଣା ଅଭିନେତା କ୍ରୀଷ୍ଣା। ଫିଲ୍ମ ‘ସାକ୍ଷୀ’ ସେଟ୍‌ରେ କ୍ରୀଷ୍ଣାଙ୍କ ସହିତ ବିଜୟାଙ୍କର ସାକ୍ଷାତ ହୋଇଥିଲା। ତା’ପରେ ଉଭୟ ବିବାହ କରିଥିଲେ। କ୍ରୀଷ୍ଣା ଓ ବିଜୟା ଏକାଠି ୪୭ଟି ତେଲୁଗୁ ଫିଲ୍ମରେ କାମ କରିଛନ୍ତି। ଏହି ବିଶିଷ୍ଠ ଅଭିନେତ୍ରୀ-ନିର୍ଦ୍ଦେଶିକାଙ୍କ ବିୟୋଗରେ ଟଲିଉଡରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.