ଏହି ଉପାୟ ସାହାଯ୍ୟରେ ଗୁଗଲ୍ ମ୍ୟାପରେ ଚେକ କରିପାରିବେ ଲାଇଭ୍ ଟ୍ରେନ୍ ଷ୍ଟାଟସ୍

ନିକଟରେ ଗୁଗଲ ନିଜର ନେଭିଗେସନ ଆପକୁ ଅପଡେଟ କରିଛି ଯେଉଁଥିରେ ଭାରତୀୟ ୟୁଜର୍ସ ନା କେବଳ ଦଶ ସହରର ଲାଇଭ ଟ୍ରାଫିକ ଦେଖିପାରିବେ ବରଂ ବସର ଟ୍ରାଭେଲ ଟାଇମ ମଧ୍ୟ ଚେକ କରିପାରିବେ। ଏହାସହିତ ଆପ୍ ଦ୍ବାରା ଏହା ମଧ୍ୟ ଜାଣିପାରିବେ ଯେ କେଉଁଠାରୁ କେଉଁଠାକୁ ଯିବା ଆସିବା ପାଇଁ ସବୁଠାରୁ ଭଳ ରୁଟ୍ କଣ ଅଟେ ଏବଂ ଅଟୋରିକ୍ସା ନେବା ଠିକ ନା କୌଣସି ପବ୍ଲିକ ଟ୍ରାନ୍ସପୋର୍ଟ। ଏହାଛଡା ତ୍ରୁତୀୟ ଯାହା ଏହାର ସବୁଠାରୁ ଖାସ କଥା ହେଉଛି ଏଥିରେ ଟ୍ରେନର ଲାଇଭ ଷ୍ଟାଟସ ଦେଖିପାରିବେ।
ଏହି ସବୁ ଫିଚର୍ସ ଗୁଗଲ ମ୍ୟାପରେ ସର୍ବପ୍ରଥମେ ଭାରତରେ ଦିଆଯାଇଥିଲା। ଲାଇଭ୍ ଟ୍ରେନ ଫିଚର ସାହାଯ୍ୟରେ ୟୁଜର୍ସଙ୍କୁ ଷ୍ଟେସନରେ ଟ୍ରେନର ଆସିବା ସମୟ ବିଷୟରେ ଜଣାପଡିବା ସହିତ ଏହାର ସମୟ ପରିବର୍ତ୍ତନ ଏବଂ ଡେରିର ମଧ୍ୟ ସୂଚନା ମିଳିପାରିବ। ଏହି ଫିଚର୍ସ ସାହଯ୍ୟରେ କୌଣସି ବି ଟ୍ରେନର ସମୟ ଏବଂ ସ୍ଥିତିକୁ ମଧ୍ୟ ଜାଣିପାରିବେ। ଏହି ଫିଚର ଗୁଗଲ୍ ‘Where is my train’ ଆପ୍ ସହିତ ଗତ ବର୍ଷ ହିଁ ପାର୍ଟନରସିପ୍ କରିବା ପରେ ଆଣିଛି। ନୂଆ ଫିଚର ସାହାଯ୍ୟରେ ପୂରା ରୁଟ୍ ଦେଖବିପାରିବେ। ଷ୍ଟେସନ ପର୍ୟ୍ୟନ୍ତ ଯିବା ପାଇଁ ସେମାନଙ୍କୁ ମ୍ୟାପ ବହୁତ ଭଲ ପବ୍ଲିକ ଟ୍ରାନ୍ସପୋର୍ଟ ଅପସନର ପରାମର୍ଶ ଦେବ।
ତେବେ ଯଦି ଆପଣ ବି ଏହି ଆପର ପ୍ରୟୋଗ କରି ଟ୍ରେନର ଲାଇଭ୍ ଷ୍ଟାଟସ ଦେଖିବବାକୁ ଚାହୁଁଛନ୍ତି ତେବେ ସର୍ବପ୍ରଥମେ ଏହି ଆପର ଲାଟେଷ୍ଟ ଭର୍ସନ ଇନଷ୍ଟଲ କରନ୍ତୁ। ଏହାପରେ ନିମ୍ନ ଲିଖିତ ଷ୍ଟେପ୍ସକୁ ଫଲୋ କରନ୍ତୁ।
-ନିଜର ସ୍ମାର୍ଟଫୋନରେ ଗୁଗଲ ମ୍ୟାପ୍ସ ଆପ୍ ଓପନ କରନ୍ତୁ।
-ଡେଷ୍ଟିନେସନ ଟ୍ରେନ ଷ୍ଟାଟସ କିମ୍ବା ଲୋକେସନର ନାମ ସର୍ଚ୍ଚ ବାରରେ ଲେଖି ସର୍ଚ୍ଚ କରନ୍ତୁ। ଉଦାହରଣ ପାଇଁ କହି ରଖିବାକୁ ଚାହିଁବୁ ଯଦି ଟ୍ରେନ ନୂଆ ଦିଲ୍ଲୀରୁ ଜୟପୁର ଯାଉଥାଏ ତେବେ ଜୟପୁର ଡେଷ୍ଟିନେସନ ଷ୍ଟେସନ ହେବ। ସର୍ଚ୍ଚ ପରେ ତଳେ ଦେଖାଯାଉଥିବା ‘ଡାଇରେକସନ’ ବଟନ ଉପରେ କ୍ଲିକ୍ କରନ୍ତୁ।
-ଏହାପରେ ‘Two-wheeler’ ଏବଂ ‘Walk’ ମଝିରେ ଦେଖାଯାଉଥିବା ଅପସନ ଉପରେ କ୍ଲିକ କରନ୍ତୁ।
-ଏବେ ରୁଟ୍ ଅପସନରେ ଦେଖାଯାଉଥିବା ଟ୍ରେନ ଆଇକନ ଉପରେ କ୍ଲିକ କରନ୍ତୁ।
-ଏଠାରେ ଟ୍ରେନର ନାମ ଉପରେ କ୍ଲିକ କଲେ ଆପଣ ଏହାର ଲାଇଭ୍ ଷ୍ଟାଟସ ବିଷୟରେ ଜାଣିପାରିବେ। ଅବଶ୍ୟ ଏହି ଫିଚର ଲମ୍ବା ରୁଟ ଟ୍ରେନ ପାଇଁ କାମ କରୁଛି।