ଲଗାତାର ବିଦ୍ୟୁତ ବିଭ୍ରାଟ ନେଇ ଗ୍ରାମବାସୀଙ୍କ ପ୍ରତିବାଦ , ଟାୟାର ଜାଳି ଯାଜପୁର ବିଂଝାରପୁର ରାସ୍ତା କଲେ ଅବରୋଧ

ଯାଜପୁର(କେନ୍ୟୁଜ୍) : ଲଗାତାର ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ। ଯାଜପୁର ଖଣ୍ଡରା ଅଞ୍ଚଳରେ ଗତ କିଛି ଦିନ ଧରି ବିଦ୍ୟୁତ ବିଭ୍ରାଟ ଲାଗିରହିଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ଅସହ୍ୟ ଗରମ ଯୋଗୁଁ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ କରିବା ପରେ ବି କିଛି ସୁଫଳ ନ ମିଳିବାରୁ ପ୍ରତିବାଦ କରି ଆଜି ଉତ୍ୟକ୍ତ ଲୋକେ ଟାୟାର ଜାଳି ଯାଜପୁର ବିଂଝାରପୁର ରାସ୍ତା ଅବରୋଧ କରିଥିଲେ। ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝା ସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।