କରୋନା କାଳରେ ଅନ୍ଲାଇନ୍ ନେଣଦେଣ ବଢ଼ିଥିବାରୁ ସାଇବର କ୍ରାଇମ୍ ବି ବଢ଼ିବାରେ ଲାଗିଛି। ଗତ ୬ ମାସ ମଧ୍ୟରେ ସାଇବର କ୍ରାଇମ୍ ପ୍ରାୟ ୨ ଗୁଣ ବଢ଼ିଛି। ଜାନୁଆରୀ-ଫେବ୍ରୁଆରୀରେ ପ୍ରାୟ ୪୭ଟି ଠକେଇ ମାମଲା ସାମ୍ନାକୁ ଆସିଥିବା ବେଳେ ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ ୧୧୦ରୁ ଅଧିକ ମାମଲା ଦେଖାଯାଇଛି। ସବୁଠୁ ଅଧିକ ମାମଲା ମେ’ମାସରେ ରେକର୍ଡ ହୋଇଛି। ଏଥିରୁ ପ୍ରାୟ ୨୫ ପ୍ରତିଶତ ମାମଲା ଦିଲ୍ଲୀରେ ରୁଜୁ ହୋଇଛି।
କେମିତି ହେଉଛି ସାଇବର ଠକେଇ:
- କ୍ରେଡିଟ୍ କାର୍ଡ କିମ୍ବା ଡେବିଟ୍ କାର୍ଡର ସୂଚନା ନେଇ
- ନକଲି ସପିଂ ସାଇଟ୍ ଓ ଇ-କମର୍ସ ପୋର୍ଟାଲ ଜରିଆରେ
- କୋଭିଡ୍ କେୟାର ନାଁରେ
- ନିଯୁକ୍ତି ବିଜ୍ଞାପନ ଜରିଆରେ
- ପିଏମ୍ କେୟାର ଫଣ୍ଡ ଓ ପ୍ରଧାନମନ୍ତ୍ରୀ ବୀମା ଯୋଜନା ନାଁରେ
- ଓଏଲ୍ଏକ୍ସ, ଫେସ୍ବୁକ୍ ଓ କ୍ୱିକର ଭଳି ଇ-କମର୍ସ ସାଇଟ୍ରେ ଜିନିଷ କିଣାବିକା ନାଁରେ
- ଅନ୍ଲାଇନ୍ ବ୍ଲାକ୍ମେଲିଂ ନାଁରେ
- ଫେସ୍ବୁକ୍ ଓ ମ୍ୟାଟ୍ରିମୋନିଆଲ ସାଇଟ୍ରେ ବନ୍ଧୁ ହୋଇ
- ଇନ୍ସ୍ୟୁରାନ୍ସ ପଲିସି ମ୍ୟାଚ୍ୟୁର ହେବା ନାଁରେ
- କ୍ୟାସ୍ ବ୍ୟାକ୍ ନାଁରେ
ଠକେଇରୁ ବର୍ତ୍ତିବା ଉପାୟ:
- ନିଜ କ୍ରେଡିଟ୍ କାର୍ଡ ନମ୍ବର, ଡେବିଟ୍ କାର୍ଡ ନମ୍ବର ଓ ଓଟିପି କାହାକୁ ବି କୁହନ୍ତୁ ନାହିଁ।
- ଯଦି କେହି କ୍ୟୁଆର କୋଡ୍ ସ୍କାନ୍ କରିବାକୁ କହୁଛି ଆଦୌ କରନ୍ତୁ ନାହିଁ।
- ଅନ୍ଲାଇନ୍ ସପିଂ କରିବା ବେଳେ ଜିନିଷର ଦାମ୍ ଦେଖନ୍ତୁ। ଯଦି କୌଣସି ସାଇଟ୍ ଅଧିକ ଛାଡ଼ ଦେଉଛି ତେବେ ଠକେଇ ହେବା ସମ୍ଭାବନା ଅଛି।
- କୌଣସି ଅନ୍ଲାଇନ୍ ସାଇଟ୍ ଉପରେ ସନ୍ଦେହ ହେଲେ ସେଠାରୁ ଜିନିଷ କିଣନ୍ତୁ ନାହିଁ।
- ଯଦି କେହି କୋଭିଡ୍ ନାଁରେ ସାହାଯ୍ୟ ମାଗୁଛି ତେବେ ସେ କେତେ ଠିକ୍ ପ୍ରଥମେ ତାହା ପରଖନ୍ତୁ। ତଦନ୍ତ ପରେ ହିଁ ଟଙ୍କା ଦିଅନ୍ତୁ।
- ଅନ୍ଲାଇନ୍ରେ ଜିନିଷ କିଣୁଥିଲେ କେବେ ବି ଆଗୁଆ ପେମେଣ୍ଟ କରନ୍ତୁ ନାହିଁ। ସବୁବେଳେ କ୍ୟାସ୍ ଅନ୍ ଡେଲିଭରି ଅପସନ୍ ବାଛନ୍ତୁ।