Below header

ଏଣିକି ଇ-ମୋଷ୍ଟର ରୋଲ ବ୍ୟବସ୍ଥା, ଶ୍ରମିକଙ୍କୁ ଇ-ପେମେଣ୍ଟ ଜରିଆରେ ଟଙ୍କା ଦେବେ ଠିକାଦାର 

କେନ୍ୟୁଜ(ବ୍ୟୁରୋ): ଇ-ମଷ୍ଟର ରୋଲ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଅକ୍ଟୋବର ୨ରୁ ଶ୍ରମିକଙ୍କୁ ଠିକାଦାର ମାନେ ଇ-ପେମେଣ୍ଟ ଜରିଆରେ ଟଙ୍କା ଦେବେ । ନିର୍ମାଣ ଶ୍ରମିକଙ୍କ ଜମାଖାତାକୁ ସିଧାସଳଖ ଟଙ୍କା ଯିବ । ଠିକାଦାର ମାନେ ସଠିକ ମଜୁରୀ ଦେଉଛନ୍ତି କି ନାହିଁ, ଜଣାପଡିବ । ଠିକାଦାର ମାନେ କେତେ ଟଙ୍କା ମଜୁରୀ ଦେଉଛନ୍ତି, କେତେ ଜଣ ଶ୍ରମିକ କାମରେ ନିୟୋଜିତ ହୋଇଛନ୍ତି ଏହି ବ୍ୟବସ୍ଥା ଦ୍ୱାରା ଜଣାପଡିବ । ଶ୍ରମିକଙ୍କ ମଜୁରୀ ବାବଦରେ ସ୍ୱଚ୍ଛତା ରହିବ ।

ରାଜ୍ୟ ସରକାରଙ୍କ ୫ଟି ବିଭାଗରେ ଅକ୍ଟୋବରୁ ୨ରୁ ଏହା କାର୍ଯ୍ୟକାରୀ ହେବ । ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଜଳସମ୍ପଦ, ପଞ୍ଚାୟତିରାଜ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗରେ ଏହା କାର୍ଯ୍ୟକାରୀ ହେବ । କିଛି ବିଭାଗରେ ଏବେ ପାଇଲଟ ଭାବେ କାର୍ଯ୍ୟ କରୁଛି । ଠିକାଦାର ଓ ଶ୍ରମିକଙ୍କ ମଧ୍ୟରେ ଏହା ଅଧିକ ସ୍ୱଚ୍ଛତା ଆଣିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.