ଜିଅନ୍ତା କଙ୍କଡ଼ା ଖାଇବା ଚକ୍କରରେ କୁମ୍ଭୀରର ହେଲା ଏଭଳି ଅବସ୍ଥା, ସୋସିଆଲ ମିଡିଆରେ ଘୁରି ବୁଲୁଛି Viral Video

କୁମ୍ଭୀର ନିଜ ଶିକାରକୁ ଏକା ଥରକେ ଜିଅନ୍ତା ଗିଳିଦେବାର ଶକ୍ତି ରଖିଥାଏ। କିନ୍ତୁ ଅନେକ ଥର କୁମ୍ଭୀରର ଶକ୍ତି ଉପରେ ଶିକାର ଭାରି ପଡ଼ିଯାଏ। ଏମିତି ହିଁ ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି। ଏଥିରେ ଏକ କୁମ୍ଭୀର ଜିଅନ୍ତା କଙ୍କଡ଼ା ଖାଉଥିବା ଦେଖିବାକୁ ମିଳୁଛି। ତେବେ ଏହି ଭିଡ଼ିଓକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଯେ କଙ୍କଡ଼ା ଖାଉଥିବା ବେଳେ କୁମ୍ଭୀରଟି ଆଘାତ ପାଉଛି।

ଭିଡ଼ିଓକୁ ଭାରତୀୟ ବନ ସେବା ଅଧିକାରୀ ରେଗିନାଲଡ ରଏଷ୍ଟନ ନିଜ ଟୁଇଟର ଆକାଉଣ୍ଟରୁ ସେୟାର କରିଛନ୍ତି, ଯାହାକି ଖୁବ ଭାଇରଲ ହେଉଛି। ଭିଡ଼ିଓ ସେୟାର କରି ରଏଷ୍ଟନ କ୍ୟାପସନ ଲେଖିଛନ୍ତି, କେବଳ ମଣିଷଙ୍କୁ ନୁହେଁ, କୁମ୍ଭୀରକୁ ବି କଙ୍କଡ଼ା ଖାଇବାରେ ସମସ୍ୟା ହୋଇଥାଏ’।

ଭିଡିଓରେ ଦେଖାଯାଉଛି କି, କୁମ୍ଭୀରଟି ତଳେ ଶୋଇଛି। ହଠାତ ଏହି ସମୟରେ ଗଛରୁ ଏକ କଙ୍କଡ଼ା ତଳେ ପଡ଼ୁଛି। କଙ୍କଡ଼ାକୁ ଦେଖି କୁମ୍ଭୀର ଲମ୍ଫ ପ୍ରଦାନ କରୁଛି ଏବଂ ତାହାକୁ ଜିଅନ୍ତା ଗିଳିବାକୁ ଚେଷ୍ଟା କରୁଛି। କିନ୍ତୁ ଗିଳିବା ବେଳେ କଙ୍କଡ଼ା, କୁମ୍ଭୀର ମୁହଁକୁ କାମୁଡି ଦେଉଛି। ଏହାପରେ କୁମ୍ଭୀର କଙ୍କଡ଼ାକୁ ପାଟିରୁ ବାହାର କରିଦେଉଛି ଏବଂ ଯନ୍ତ୍ରଣାରେ ଛଟପଟ ହେଉଛି। ତଥାପି ଏହା ପୁଣିଥରେ କଙ୍କଡ଼ା ଖାଇବାକୁ ଚେଷ୍ଟା କରୁଛି ଏବଂ ଶେଷରେ ଖାଇଦେଉଛି। ଭିଡ଼ିଓଟିକୁ ୟୁଜର୍ସ ବହୁତ ପସନ୍ଦ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.