ସୁଶାନ୍ତଙ୍କ ଫାର୍ମହାଉସ ପାଖରେ ଥିବା ଆଇଲ୍ୟାଣ୍ଡରେ ହେଉଥିଲା ଜବରଦସ୍ତ ଡ୍ରଗ୍ସ ଏବଂ ଗଂଜେଇ ପାର୍ଟି, ଏମାନେ ଦେଉଥିଲେ ଯୋଗ

ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍‌ ଆଙ୍ଗଲରେ ଯାଞ୍ଚ କରୁଥିବା ଏନସିବି ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି। ଏବେ ରିୟା ମୁମ୍ବାଇର ବାଇକୁଲା ଜେଲରେ ରହିଛନ୍ତି। ରିୟାଙ୍କ ସହିତ ଭାଇ ସୌଭିକ ଚକ୍ରବର୍ତ୍ତୀ ଏବଂ ସାମୁଏଲ ମିରାଣ୍ଡା ଏବଂ ଦୀପେଶ ସାଓ୍ଵନ୍ତ ମଧ୍ୟ ଜେଲରେ ରହିଛନ୍ତି। ରିୟାଙ୍କୁ ପଚରାଉଚରା କରି ବଲିଉଡର ୨୫ ଜଣ ସେଲିବ୍ରିଟି ଡ୍ରଗ ନେଉଥିବା ରିୟା କହିଛନ୍ତି।

ଏନସିବିର ଏହି ଯାଞ୍ଚ ସମୟରେ ସାରା ଅଲୀ ଖାନ୍, ସିମୋନ ଏବଂ ରକୁଲଙ୍କ ନାଁ ସାମନାକୁ ଆସିଛି। ସୁଶାନ୍ତଙ୍କ ଫାର୍ମ ହାଉସ୍ ଏବଂ ପବନା ଡ୍ୟାମରେ ନିର୍ମିତ ଟାପୁରେ ହୋଇଥିବା ପାର୍ଟି ଉପରେ ଏନସିବିର ନଜର ରହିଛି। ସୁଶାନ୍ତ ନିଜ ବନ୍ଧୁଙ୍କ ସହ ଏଠାରେ ସମୟ ବିତାଉଥିଲେ ଏବଂ ପାର୍ଟି କରୁଥିଲେ।

island

ଏନସିବି ଟାପୁରେ ଯାଇ ତଦନ୍ତ କରିଛି। ଏହା ସହିତ ଜଣେ ବ୍ୟକ୍ତିଙ୍କ ଷ୍ଟେଟମେଣ୍ଟ ମଧ୍ୟ ରେକର୍ଡ଼ କରିଛି। ଏନସିବିର କହିବା ଅନୁସାରେ ଷ୍ଟେଟମେଣ୍ଟ ମୁତାବକ ଟାପୁରେ ସୁଶାନ୍ତଙ୍କ ସହ ରିୟା ଚକ୍ରବର୍ତ୍ତୀ ଅନେକ ଥର ଆସିଛନ୍ତି। ସୁଶାନ୍ତଙ୍କ ସହ ସାରା ଅଲ୍ଲୀ ଖାନ୍ ମଧ୍ୟ ୪-୫ଥର ଆସିଛନ୍ତି। ସୁଶାନ୍ତଙ୍କ ସହ ଶ୍ରଦ୍ଧା କପୁର ମଧ୍ୟ ଆସି ସାରିଛନ୍ତି।

ଏହା ବ୍ୟତୀତ ସୁଶାନ୍ତ ସିଂହ ରାଜପୁତଙ୍କ ସହ ଦୀପେଶ ସାଓ୍ବନ୍ତ,ସ୍ୟାମୁଏଲ୍ ମିରାଣ୍ଡା, ଶୋଭିକ, ଜୈଦ ମଧ୍ୟ ଏହି ଟାପୁରେ ଅନେକ ଥର ଆସିଛନ୍ତି। ଟାପୁରେ ଜୋରସୋରରେ ଡ୍ରଗ୍ସ ପାର୍ଟି ହେଉଥିଲା। ଗଂଜେଇ ଏବଂ ନିଶା ସେବନ କରାଯାଉଥିଲା। ସୂଚନା ଅନୁଯାୟୀ,ସୁଶାନ୍ତ ସିଂହ ରାଜପୁତଙ୍କ ଫାର୍ମ ହାଉସ୍ ଏବଂ ଟାପୁରେ ହୋଇଥିବା ପାର୍ଟିରେ ସାମିଲ ଥିବା ଲୋକଙ୍କ ଉପରେ ମଧ୍ୟ ଏନସିବିର ନଜର ରହିଛି। ମୋଟର ବୋଟ୍ ଚଲାଉଥିବା ବ୍ୟକ୍ତିଙ୍କ ବୟାନ ଆଧାରରେ ଏବିଷୟରେ ଖୁଲାସା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.