ଏବେ ହ୍ବାଟ୍ସଆପ, ଏସଏମଏସ୍ ଏବଂ ଇମେଲ ଜରିଆରେ କରିପାରିବେ ଏଫଆଇଆର : ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ପୋଲିସ ନିକଟରେ ଲୋକଙ୍କ ଆବେଦନ ଯେପରି ଶୀଘ୍ର ପହଞ୍ଚି ପାରିବ ସେ ନେଇ ଏକ ନୂତନ ଆଇନ ଲାଗୁ କରିଛନ୍ତି ଦିଲ୍ଲୀ ଆଇକୋର୍ଟ । ହାଇକୋର୍ଟ ଆଦେଶ ମୁତାବକ ନିଖୋଜ ଲୋକଙ୍କ ଏଫଆଇଆର ଦାଖିଲ କରିବା ପାଇଁ ଏବେ ସାଧାରଣ ଜନତା ମେସେଜ୍, ଇମେଲ ଏବଂ ହ୍ବାଟ୍ସଆପ୍ ମେସେଜର ବ୍ୟବହାର କରିପାରିବେ। ଏହା ଦ୍ବାରା ତୁରନ୍ତ ନିଖୋଜ ଲୋକଙ୍କର ଛାନବିନ୍ କରାଯାଇ ପାରିବ। ଏହି ଆଦେଶ ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ମନମୋହନ ଏବଂ ସଙ୍ଗୀତା ଖଣ୍ଡପୀଠ ଦେଇଛନ୍ତି।

pushnotifications

ଆପଣଙ୍କୁ ଜଣାଇବାକୁ ଚାହିଁବୁ ହାଇକୋର୍ଟ ଏପରି ନିଷ୍ପତ୍ତି ନେବାର କାରଣ ଜଣେ ମହିଳା। ମହିଳା ଜଣଙ୍କ କଥିତ ଭାବେ ତାଙ୍କ ସ୍ବାମୀଙ୍କ ଅପହରଣର ମାମଲା ପୋଲିସ ନିକଟରେ ରୁଜୁ କରିଥିଲେ। କିନ୍ତୁ ପୋଲିସ ଏନେଇ ତଦନ୍ତରେ ବିଳମ୍ବ କରିଥିଲା। ଯାହାପରେ ମହିଳା ଜଣଙ୍କ କୋର୍ଟ ଦ୍ବାରସ୍ଥ ହୋଇଥିଲା। ଏବଂ ଏହି ଘଟଣାର ତଦନ୍ତ ଚାଲୁଥିବା ବେଳେ କୋର୍ଟ ଯେକୌଣସି ନିଖୋଜ ଅଭିଯୋଗ ଇମେଲ, ମେସେଜ୍ ବା ହ୍ବାଟ୍ସଆପ ଜରିଆରେ ହୋଇପାରିବ ବୋଲି ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.