୨୪ ଘଣ୍ଟା ମିଳିବ ବିଜୁଳି ! ପାଓ୍ଵାର ସେକ୍ଟର ପାଇଁ ମୋଦି ସରକାର ପ୍ରସ୍ତୁତ କଲେ ୧୦୦ଦିନର ପାଓ୍ଵାରପ୍ୟାକ୍‌ ପ୍ଳାନ୍‌

ନୂଆଦିଲ୍ଲୀ : ଦେଶକୁ ନେତୃତ୍ୱ କରିବାର ଦାୟିତ୍ୱ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତକୁ ଆସିଛି । ଲୋକସଭା ନିର୍ବାଚନରେ ବିଜେପି ବହୁଳ ମାତ୍ରାରେ ଭୋଟ ପାଇଁ ବିଜୟ ହାସଲ କରିଥିବା ବେଳେ ଏବେ ସରକାରଙ୍କ ନୂଆ ଏଜେଣ୍ଡାକୁ ନେଇ ବେଶ ଚର୍ଚ୍ଚା ହେଉଛି । ଏନେଇ ମନ୍ତ୍ରାଳୟ ସରକାରଙ୍କର ପ୍ରାରମ୍ଭିକ ୧୦୦ ଦିନର ପ୍ଳାନରେ କାମ କରିବା ଆରମ୍ଭ କରିଛନ୍ତି । ଚଳିତଥର ପାଓ୍ଵାର ସେକ୍ଟରର ପାଓ୍ଵାରପ୍ୟାକ୍‌ ପ୍ଳାନରେ ସମସ୍ତଙ୍କୁ ୨୪ଘଣ୍ଟା ପର‌୍ୟ୍ୟନ୍ତ ବିଜୁଳୀ ଯୋଗାଯିବା ସହ ଏନେଇ ସମସ୍ତ ସମସ୍ୟାର ସାମାଧାନ କରାଯିବ ବୋଲି କୁହାଯାଇଛି।

Narendra-Modi-1

ଆସନ୍ତୁ ନଜର ପକାଇବା ପାଓ୍ଵାର ସେକ୍ଟର ୧୦୦ ଦିନିଆ ଯୋଜନା ଉପରେ

-ପାଓ୍ଵାର ସେକ୍ଟରରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ସମସ୍ୟାକୁ ଦୂର କରିବାର ପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି।

-୨୪ ଘଣ୍ଟା ବିଦ୍ୟୁତ ସେବା ଦେବା ରଣନୀତି ପ୍ରସ୍ତୁତ କରାଯାଉଛି ।

-ଥର୍ମାଲ ପାଓ୍ଵାରରେ ସୁଧାରପାଇଁ ମନ୍ତ୍ରୀ ସମୁହଙ୍କୁ ଅନୁରୋଧ କରାଯାଇଛି ।

-ଡିସ୍କାମ ର ବିତିୟ ପରିସ୍ଥିତର ସୁଧାର ପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯିବ ।

-ବିଜୁଳୀ ଡିଷ୍ଟ୍ରିପ୍ୟୁସନର କ୍ଷତିକୁ ୧୫ ପ୍ରତିଶତ କମ କରିବା ପାଇଁ ଡେଡଲାଇନ ଦିଆଯାଇଛି ।

-ସଂଶୋଧିତ ଟାରିଫ ପଲିସିରେ କାର‌୍ୟ୍ୟ କରାଯିବ ।

-ପାଓ୍ଵାର ସେକ୍ଟରରେ ଏନପିଏ ଦୂର କରିବା ପାଇଁ ସରକାରଙ୍କର ପ୍ରଥମ କାମ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.