Below header

ଗୋଟେ ପରିବାରର ୩ ଛୁଆଙ୍କୁ ନିର୍ମମ ଭାବେ ହତ୍ୟା କଲା ଯୁବକ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଉତ୍ତରପ୍ରଦେଶ : ବୁଲନ୍ଦ ସହରର ସଲେମପୁର ଥାନା ଅଧିନ କୋଥୁରୀରେ ଆଜି ସକାଳେ ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା ଯାହା ଚାରିଆଡେ ହଇଚଇ ସୃଷ୍ଟି କରିଥିଲା । ଯେତେବେଳେ ଉକ୍ତ ଗାଁର ଗୋଟେ ପରିବାରର ୩ଟି ଛୁଆଙ୍କର ଗଳିତ ମୃତଦେହ ମିଳିଥିଲା । ସୂଚନା ମୁତାବକ ଏହି ତିନି ଜଣ ଛୁଆଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡିଛି । ପୋଲିସ୍ ଏନେଇ ଏକ ମାମଲା ରୁଜୁ କରିଥିବାବେଳେ ଘଟଣା ପଛରେ ଥିବା କାରଣ ଅତି ଛୋଟ ଥିବା ଜଣାପଡିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

murderପୋଲିସକୁ ମିଳିଥିବା ସୂଚନା ମୁତାବକ ସବୁ ଛୁଆଙ୍କର ବୟସ ୭ରୁ୮ ବର୍ଷ ଭିତରେ ହୋଇଥିବାବବେଳେ ସମସ୍ତେ ଗୋଟିଏ ପରିବାରର ଅଟନ୍ତି । ଯେଉଁମାନେ ଫେସଲାବାଦ ପଛପାଖରେ ଥିବା ୟୁନିକ୍ ମ୍ୟାରେଜ୍ ହୋମରେ ରହୁଥିଲେ । କୁହାଯାଉଛି କି, ଯେଉଁ ପରିବାରର ଏହି ସବୁ ଛୁଆ ଥିଲେ ସେମାନେ ପ୍ରତି ଶୁକ୍ରବାର ଇଫତାର ପାର୍ଟି ଦେଇଥାନ୍ତି । ତେବେ ଏହି ପାର୍ଟିରେ ଜଣେ ଯୁବକଙ୍କୁ ନ ଡାକିବା କାରଣରୁ ଉକ୍ତ ଯୁବକ ଜଣଙ୍କ ରାଗ ରଖି ଉକ୍ତ ପରିବାରର ୩ଟି ଛୁଆଙ୍କୁ ଗୁଳି କରି ହତ୍ୟା କରିଛି ।

policeଯୁବକ ଜଣଙ୍କ ତିନି ଜଣ ଛୁଆଙ୍କୁ ହତ୍ୟା କରିବା ପରେ ଗାଁ ପାଖ ଜଙ୍ଗଲରେ ଥିବା ଏକ କୁଣ୍ଡ ଭିତରେ ଫିଙ୍ଗି ଦେଇଥିଲା । ଅନ୍ଯପଟେ ଶୁକ୍ରବାର ରାତି ପାଖାପାଖି ୯ଟା ୨୨ମିନିଟରେ ପରିବାର ଲୋକେ ଏନେଇ ଥାନାରେ ଏକ ନିଖୋଜ ମାମଲା ରୁଜୁ କରିବାକୁ ଯାଇଥିଲେ ମଧ୍ୟ ପୋଲିସ୍ ସେମାନଙ୍କ କଥା ଶୁଣିନଥିଲା । ଯାହାଫଳରେ ଏହି ଘଟଣାକୁ ଗୁରୁତର ସହ ନନେବା କାରଣରୁ ନଗର କୋଟୱାଲର ଏସଏସପି ଧ୍ରୁବ ଭୂଷଣ ଡୁବେଙ୍କୁ ସସପେଣ୍ଡ କରିଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.