ଆପଣଙ୍କ ବ୍ୟକ୍ତିଗତ ସୂଚନାକୁ ପ୍ରାଇଭେଟ ରଖିବାକୁ ଚାହୁଁଛନ୍ତି କି? ତେବେ ଡାଉନଲୋଡ କରନ୍ତୁ ଏହି ଆପ୍

ସର୍ଚ୍ଚ ଇଞ୍ଜିନ୍ ଏବଂ ୱେବ୍ ବ୍ରାଉଜର୍ ଦୃଷ୍ଟିରୁ ଗୁଗୁଲ୍ ବର୍ତ୍ତମାନ ନଂ-୧ ସ୍ଥାନରେ ରହିଛି । ଏହା ଶସ୍ତା ଠାରୁ ମହଙ୍ଗା ସ୍ମାର୍ଟଫୋନ୍ ପର୍ଯ୍ୟନ୍ତ ଯେକୌଣସି ଡିଭାଇସରେ ସୁରୁଖୁରୁରେ ଚାଲିଥାଏ । କିନ୍ତୁ ଯଦି ଆମେ ପ୍ରାଇଭେସି କଥା ଉଠାଇବା ତେବେ ଗୁଗୁଲ୍ ସର୍ଚ୍ଚ ଏବଂ ଗୁଗୁଲ୍ କ୍ରୋମ୍ ପଛରେ ପଡିଯିବ ।

ଆପଣ ଗୁଗୁଲରେ ଯାହା ବି ସର୍ଚ୍ଚ କରନ୍ତି ଗୁଗୁଲ୍ ଏହାକୁ ଷ୍ଟୋର୍ କରି ରଖିଥାଏ। ସେହିଭଳି, ଗୁଗୁଲ୍ କ୍ରୋମ୍ ବ୍ରାଉଜରରେ ମଧ୍ୟ ଏକ ସିଷ୍ଟମ୍ ଅଛି ଯାହା ଆପଣଙ୍କର ସର୍ଚ୍ଚ ୱେବସାଇଟ୍ ର ଡାଟାକୁ ଷ୍ଟୋର କରିରଖିଥାଏ । କହିବାକୁ ଗଲେ ଗୁଗୁଲ ଆୟର ଏକ ବଡ଼ ଅଂଶ ବିଜ୍ଞାପନରୁ ଆସିଥାଏ, ଏଥିରୁ କମ୍ପାନୀ ଡାଟା ଷ୍ଟୋର କରି ଟଙ୍କା ରୋଜଗାର କରିଥାଏ ।

ବର୍ତ୍ତମାନ ଏହା ଆପଣଙ୍କ ଉପରେ ନିର୍ଭର କରେ ଯେ ଆପଣ କାହାକୁ ନ ଜଣାଇ କିଛି ଖୋଜିବାକୁ ଚାହୁଁଛ କିମ୍ବା ବ୍ୟକ୍ତିଗତ ସନ୍ଧାନ କରିବାକୁ ଚାହୁଁଛ । ତେବେ ଆପଣଙ୍କ ପାଇଁ ଏକ ଅପସନ ରହିଛି ଯାହା ଦ୍ୱାରା ଆପଣ ପ୍ରାଇଭେଟ ରହିବା ସମୟରେ ସର୍ଚ୍ଚ ଏବଂ ବ୍ରାଉଜିଙ୍ଗ କରିପାରିବେ ।

DuckDuck Go ନାମକ ଏକ ପପୁଲାର ପ୍ରାଇଭେସି ଫୋକସ୍ ସର୍ଚ୍ଚ ଇଞ୍ଜିନ୍ ଅଛି । କମ୍ପାନୀ ନିଶ୍ଚିତ କରେ ଯେ ଆପଣ ଏହି ପ୍ଲାଟଫର୍ମରେ ଯାହା ଖୋଜୁଛନ୍ତି ତାହାର ଡାଟା କାହା ପାଖକୁ ଯିବ ନାହିଁ । ସେଥିପାଇଁ କମ୍ପାନୀ ଆପଣଙ୍କ ଡାଟା ଷ୍ଟୋର କରେ ନାହିଁ ।

ଯେହେତୁ ଆପଣ ଏଠାରେ ସର୍ଚ୍ଚ କରିବା ବେଳେ ଡାଟା ସର୍ଚ୍ଚ ହୋଇନଥାଏ, ଏଥିପାଇଁ ଆପଣ ଗୁଗୁଲ ପରି ଏଠାରେ ସର୍ଚ୍ଚ କରିବାବେଳେ ବ୍ୟକ୍ତିଗତ ପରାମର୍ଶ ପାଇବେ ନାହିଁ ।ଏଠାରେ ଆପଣ ଯାହା ଚାହାଁନ୍ତି ତାହା ଖୋଜିପାରିବେ , ଏହି ବ୍ରାଉଜର୍ ଆପଣଙ୍କୁ କୌଣସି ପରାମର୍ଶ ଦେବା ନାହିଁ ,ଯେପରି ଗୁଗୁଲ୍ ଏବଂ ଗୁଗୁଲ୍ କ୍ରୋମ୍ ଦେଇଥାଏ ।

DuckDuck ର ଏକ ଗୁଗୁଲ୍ କ୍ରୋମ୍ ଏକ୍ସଟେନ୍ସନ୍ ମଧ୍ୟ ଅଛି ଯାହାକୁ ଆପଣ ଗୁଗୁଲ୍ କ୍ରୋମ୍ ରେ ଯୋଡିପାରିବେ ଏବଂ ପ୍ରାଇଭେସି ସହିତ ବ୍ରାଉଜ୍ କରିପାରିବେ। ଏହା ଗୁଗୁଲ୍ ପ୍ଲେ ଷ୍ଟୋରରୁ ଆଇଫୋନ୍ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଡାଉନଲୋଡ୍ କରିପାରିବେ ।

କମ୍ପାନୀ ଦାବି କରିଛି ଯେ ଗୁଗୁଲ ଏବଂ ଅନ୍ୟ କମ୍ପାନୀଗୁଡିକ ଯେପରି ବ୍ୟବହାରକାରୀଙ୍କୁ ଟ୍ରାକ୍ କରନ୍ତି ନାହିଁ। ଯେପରି ଗୁଗୁଲ ଓ ଅନ୍ୟ କମ୍ପାନୀ ମାନେ କରିଥାନ୍ତି ଏହାକୁ ବ୍ୟବହାର କରି ଆପଣ ବିଜ୍ଞାପନରୁ ମଧ୍ୟ ଦୂରେଇ ରହିପାରିବେ । ଏହି ସହିତ ଆପଣଙ୍କ ଇନଫର୍ମେଶନକୁ ଟ୍ରାକ କରୁଥିବା ୱେବସାଇଟ୍ ମଧ୍ୟ ବଂଚି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.