Below header

ହାଡ ଭାଙ୍ଗିବାର ଭୟ ଆଉ ନାହିଁ, ଏବେ ଆସିଗଲା ନୂଆ ଟେକନିକ୍‌

କୌଣସି ଆକ୍ସିଡେଣ୍ଟରେ ପଡିଲେ ସବୁଠାରୁ ଅଧିକ ଭୟ ରହିଥାଏ ହାଡ ଭାଙ୍ଗିବାର ଭୟ । କିନ୍ତୁ ଏବେ ଆଉ ଚିନ୍ତା ନାହିଁ କାହିଁକିନା ବର୍ତ୍ତମାନ ଆଉ ଡରିବାର କୌଣସି ଆବଶ୍ୟକତା ନାହିଁ । ଏକ ନୂଆ ଟେକନିକ ଦ୍ୱାରା ମନୁଷ୍ୟର ଏହି ଭୟକୁ ମଧ୍ୟ ଦୂର କରିଛି ବିଜ୍ଞାନ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ । ତେବେ ଏପରି ସମ୍ଭବ ହେବ ଏକ ଏୟାର ବ୍ୟାଗ ଦ୍ୱାରା ।

ଚାଲୁ ଚାଲୁ କିମ୍ବା ଦୌଡୁ ଦୌଡୁ ପଡିଗଲେ ଅବା କୌଣସି ଆକ୍ସିଡେଣ୍ଟରେ ପଡିଲେ ସବୁଠାରୁ ଅଧିକ ଭୟ ରହିଥାଏ ହାଡ ଭାଙ୍ଗିବାର ଭୟ । କିନ୍ତୁ ଏବେ ଆଉ ଚିନ୍ତା ନାହିଁ କାହିଁକିନା ବର୍ତ୍ତମାନ ଆଉ ଡରିବାର କୌଣସି ଆବଶ୍ୟକତା ନାହିଁ । ଏକ ନୂଆ ଟେକନିକ ଦ୍ୱାରା ମନୁଷ୍ୟର ଏହି ଭୟକୁ ମଧ୍ୟ ଦୂର କରିଛି ବିଜ୍ଞାନ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ । ତେବେ ଏପରି ସମ୍ଭବ ହେବ ଏକ ଏୟାର ବ୍ୟାଗ ଦ୍ୱାରା ।

ତେବେ ଏହି ଏୟାର ବ୍ୟାଗ ଦ୍ୱାରା ସୁରକ୍ଷାର ଟେକନିକ ଅଧିକାଂଶ କାରରେ ବର୍ତ୍ତମାନ ସମୟରେ ଦେଖିବାକୁ ମିଳିଥାଏ । ଦୁର୍ଘଟଣା ହେବା ମାତ୍ରେ ଏହି ଏୟାର ବ୍ୟାଗ ଗାଡ଼ିରେ ବସିଥିବା ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଆପେ ଆପେ ଖୋଲିଥାଏ । ଏହା ଦ୍ୱାରା ଯାତ୍ରୀମାନେ ଆଘାତରୁ ବର୍ତ୍ତି ଯାଇଥାନ୍ତି । ତେବେ ଏହି ଏୟାର ବ୍ୟାଗର ଟେକନିକ ବ୍ୟବହାର କରି ମଣିଷମାନଙ୍କ ପାଇଁ ନିର୍ମାଣ କରାଯାଇଛି ଏହି ‘ଆଣ୍ଟି-ଫଲ ଏୟାର ବ୍ୟାଗ’ ।

ଏକ ଚାଇନିଜ କମ୍ପାନୀ ‘Suzhou Yidaibao Intelligent Technology’ ମନୁଷ୍ୟଙ୍କ ପାଇଁ ଏହି ଏୟାରବ୍ୟାଗ ପ୍ରସ୍ତୁତ କରିଛନ୍ତି । ତେବେ ଏହକୁ ସ୍ୱତନ୍ତ୍ର ଭାବରେ ବୟସ୍କ ଲୋକ ତଥା ବୃଦ୍ଧଙ୍କ ପାଇଁ ତିଆରି କରାଯାଇଛି । ତେବେ ଏହାକୁ ପିନ୍ଧିବା ପରେ ଯଦି କୌଣସି ବ୍ୟକ୍ତି ତଳେ ପଡ଼ିଯାଉଛନ୍ତି ତେବେ ଏହା ଆପେ ଆପେ ଖୋଲିଯାଇ ତାଙ୍କୁ ସୁରକ୍ଷା ପ୍ରଦାନ କରିଥାଏ । ଏହା ଦ୍ୱାରା ବ୍ୟକ୍ତିଙ୍କୁ ଆଘାତ ଲାଗିନଥାଏ ଏବଂ ହାଡ଼ ମଧ୍ୟ ଭାଙ୍ଗିବାର ଡର ମଧ୍ୟ ରହିନଥାଏ ।

ଏଥିରେ ଏକ ‘ମାଇକ୍ରୋ ଗାୟରୋସ୍କୋପ’ ନାମକ ଡିଭାଇସ ଲଗାଯାଇଛି । ବ୍ୟକ୍ତି ପଡ଼ିବା ସମୟରେ ଏହା ଆକ୍ଟିଭେଟ ହୋଇଯାଇ ମାତ୍ର ୦.୦୮ ସେକେଣ୍ଡରେ ଏୟାରବ୍ୟାଗ ଖୋଲିଥାଏ ଯାହା ବ୍ୟକ୍ତିଙ୍କୁ ସୁରକ୍ଷା ପ୍ରଦାନ କରିଥାଏ । ପ୍ରତିବର୍ଷ ଅନେକ ଲୋକ ବିଶେଷ କରି ବୟସ୍କ ବା ବୃଦ୍ଧବ୍ୟକ୍ତି ପନିଯାଇ ହାଡ଼ ଭାଙ୍ଗିଥାନ୍ତି ଅଥବା କୌଣସି ପ୍ରକାରେ ଆହତ ହୋଇଥାନ୍ତି । ଏପରି ସ୍ଥିତିରେ ତାଙ୍କୁ ସୁରକ୍ଷା ଦେବା ପାଇଁ ଏହା ଏକ ଉନ୍ନତମାନର ଡିଭାଇସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.