Below header

ମୁସଲିମ୍‌ ବସ୍ତିରେ ରାମ ମନ୍ଦିର, ଚାରିପଟେ ମୁସଲିମ୍‌ ମଝିରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀରାମ

କଥାଟା ଆପଣଙ୍କୁ ଟିକେ ଅଡୁଆ ଲାଗୁଥାଇପାରେ । କିନ୍ତୁ ହଁ ଏ କଥା ସତ । ଆଉ ବିଲକୁଲ ସତ । ଚାରିପଟେ ମୁସଲିମ୍‌ ପରିବାର ମଝିରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀରାମ । ଯଦି ବିଶ୍ୱାସ ହେଉନି ତାହେଲେ ଦେଖନ୍ତୁ ଏ ଚିତ୍ର । ଏଠି ମୁସଲିମ୍‌ ଓ ହିନ୍ଦୁ ଉଭୟ ମିଶିକି କରୁଛନ୍ତି ପୂଜା ।

ବ୍ରହ୍ମପୁର (କେନ୍ୟୁଜ) : ମୁସଲିମ୍‌ ବସ୍ତିରେ ରାମ ମନ୍ଦିର । ବସ୍ତି ଚାରିପଟେ ମୁସଲିମ୍‌ ଆଉ ସେହି ମଝିରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀରାମ । କଥାଟା ଆପଣଙ୍କୁ ଟିକେ ଅଡୁଆ ଲାଗୁଥାଇପାରେ । କିନ୍ତୁ ହଁ ଏ କଥା ସତ । ଆଉ ବିଲକୁଲ ସତ । ଚାରିପଟେ ମୁସଲିମ୍‌ ପରିବାର ମଝିରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀରାମ । ଯଦି ବିଶ୍ୱାସ ହେଉନି ତାହେଲେ ଦେଖନ୍ତୁ ଏ ଚିତ୍ର । ଏଠି ମୁସଲିମ୍‌ ଓ ହିନ୍ଦୁ ଉଭୟ ମିଶିକି କରୁଛନ୍ତି ପୂଜା ।

ସବୁଠି ଗୁଞ୍ଜରିତ ହେଉଛି ଜୟ ଶ୍ରୀରାମ ଜୟ ଶ୍ରୀରାମର ଧ୍ୱନୀ । ଅଯୋଧ୍ୟାରେ ନୂତନ ରାମ ମନ୍ଦିର ପ୍ରତିଷ୍ଠାର ପ୍ରତିଫଳନ ପଲ୍ଲୀରୁ ସହର ସବୁଠି ପ୍ରତିଫଳିତ ହେଉଛି । ରାମ ମନ୍ଦିର ଓ ହନୁମାନ ମନ୍ଦିର ସମେତ ସାହି ସାହିରେ ଛକ ଛକରେ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା ସହ ଯଜ୍ଞ , ଦୀପଦାନ ଓ ଶୋଭାଯାତ୍ରା ଆଦି ଚାଲିଛି । ଏସବୁ ଭିତରେ ସହରର କର୍ପୋରେସନ ରୋଡ୍ ମୁସଲିମ୍ ବସ୍ତିର ପାତ୍ରପେଟା ସାହିରେ ଥିବା ବହୁ ପୁରାତନ ରାମମନ୍ଦିରରେ ମଧ୍ୟ ଭାଇଚାରା ଭିତରେ ସମ୍ପନ୍ନ ହୋଇଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା । ଯାହାର ଚିତ୍ର ଆପଣଙ୍କୁ ବି ଅବାକ୍‌ କରିବ ଆଉ ଦୃଶ୍ୟ ଦେଖି ଆପଣ ବି ଖୁସି ହୋଇଯିବେ ।

ଆଜି ନା ଶ୍ରୀରାମ ନବମୀ ନା ଆଲୋକର ପର୍ବ ଦୀପାବଳି । ତଥାପି ପଲ୍ଲୀରୁ ସହର ସବୁଠି ଏକ ଆଧ୍ୟାତ୍ମିକ ବାର୍ଣ୍ଣାଢ୍ୟ ପରିବେଶ ସୃଷ୍ଟି ହୋଇଛି । ସକାଳୁ ସକାଳୁ ଧୂପ ଦୀପର ମହକରେ ମହକି ଉଠିଛି ଚତୁଃର୍ଦିଗ । ଅଯୋଧ୍ୟାରେ ପ୍ରଭୂ ଶ୍ରୀରାମଙ୍କ ନୂତନ ମନ୍ଦିର ପ୍ରତିଷ୍ଠାକୁ ନେଇ ସବୁଠି ସୃଷ୍ଟି ହୋଇଛି ଏହିପରି ପରିବେଶ । ରେଶମ ସହର ବ୍ରହ୍ମପୁର ମଧ୍ୟ ବାଦ ପଡିନାହିଁ ଏଥିରୁ । ସହରର କୋର୍ଟପେଟା , ଗୋଲାପଲ୍ଲୀ, ପାନବିକା, ରାମଲିଙ୍ଗେଶ୍ୱର ପାର୍କ, ହିଲପାଟଣା ଆଦି ସାହିରେ ଥିବା ରାମ ଓ ହନୁମାନ ମନ୍ଦିର ସମେତ ବିଭିନ୍ନ ସାହି ଓ ଛକରେ ଚାଲିଛି ପୂଜାର୍ଚ୍ଚନା । କେଉଁଠି ରାମଙ୍କ ଫଟୋକୁ ରଖି ଭଜନ କିର୍ତ୍ତନ ଚାଲିଛି ତ ଆଉ କେଉଁଠି ଚାଲିଛି ରାମ ହନୁମାନଙ୍କ ବେଶଧାରୀଙ୍କୁ ନେଇ ଶୋଭାଯାତ୍ରା ଚାଲିଛି । ଯଜ୍ଞ ଓ ଦୀପଦାନ ସହ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଚାଲିଥିବା ବେଳେ କର୍ପୋରେସନ ରୋଡ ମୁସଲିମ ବସ୍ତି ପାତ୍ରପେଟା ସାହିସ୍ଥିତ ବହୁ ପୁରାତନ ରାମମନ୍ଦିରରେ ମଧ୍ୟ ସମ୍ପନ୍ନ ହୋଇଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା ।

ଏମିତି ତ ସହରରେ ରହିଛି ଅନେକ ରାମ ମନ୍ଦିର ଅନେକ ହନୁମାନ ମନ୍ଦିର । ତେବେ ମୁସଲିମ ବସ୍ତିର ପରିସର ଭିତରେ ପାତ୍ରପେଟାରେ ଥିବା ଶହେ ବର୍ଷରୁ ଅଧିକ ପୁରତନ ଏହି ରାମ ମନ୍ଦିରରେ ରହିଛି ଏକ ଭିନ୍ନ ବିଷେଶ୍ୱତ । ରାମ ନବମୀଠାରୁ ଆରମ୍ଭ କରି ବିଭିନ୍ନ ପର୍ବ ପର୍ବାଣୀ ଅବସରରେ ଏହି ରାମ ମନ୍ଦିରରେ ହେଉଥିବା ପୂଜାର୍ଚ୍ଚନାରେ ମୁସଲିମ ବସ୍ତିରେ ରହୁଥିବା ମୁସଲିମ ସଂପ୍ରଦାୟର ଶ୍ରଦ୍ଧାଳୁ ମାନେ ଆସି ସହଯୋଗର ହାତ ବଢାଇଥାନ୍ତି । ଏହାହିଁ ଦେଇଥାଏ ବିଭିନ୍ନତା ଭିତରେ ଏକତା ଓ ସଂପ୍ରଦାୟ ସଦଭାବନାର ବାର୍ତ୍ତା ।

ଅତି ନିକଟରେ ମୁସଲିମ ବସ୍ତି ଥିଲେ ମଧ୍ୟ କେବେବି କୌଣସି ପୂଜାର୍ଚ୍ଚନାରେ ନା କିଛି ବିଭ୍ରାଟ ହୋଇଛି ନା କିଛି ପ୍ରତିବନ୍ଧକ ଆସିଛି ବୋଲି ମନ୍ଦିର ର ପୂଜାରୀ କହିବା ସହ ସବୁବେଳେ ମୁସଲିମ ଭାଇଙ୍କର ସହଯୋଗକୁ ପ୍ରଶଂସା କରିଛନ୍ତି । ଅନ୍ୟପଟେ ହିନ୍ଦୁ ପୂଜାର୍ଚ୍ଚନାରେ ସହଯୋଗର ହାତ ବଢାଇ ଧନ୍ୟ ମଣୁଥିବା କୁହନ୍ତି ମୁସଲିମ ପରିବାରର ସଦସ୍ୟଗଣ ।

ସତରେ ଏ ଦୃଶ୍ୟ ଦେଖିଲା ବେଳକୁ ଲାଗୁଛି ଯେ ଏହି ମୁସଲିମ୍‌ ବସ୍ତି ରାମରାଜ୍ୟ ପାଲଟି ଯାଇଛି । ଅନେକ ସଂଖ୍ୟକ ମୁସଲିମ୍‌ ମାନେ ରହୁଥିଲେ ମଧ୍ୟ କେହି କେବେ ବିଭ୍ରାଟ ସୃଷ୍ଟି କରିନାହାଁନ୍ତି କି କେବେ କରିବାକୁ ବି ଚେଷ୍ଟା କରିନାହାଁନ୍ତି । ସେମାନେ ବି ହିନ୍ଦୁ ମାନଙ୍କ ସହିତ ମିଶି ସାହାଯ୍ୟ ସହଯୋଗ କରି ପୂଜାର୍ଚ୍ଚନାରେ ସାମିଲ ହୁଅନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.