ହତ୍ୟା ଘଟଣାରେ ଦୋଷୀକୁ ଆଜୀବନ ଦଣ୍ଡାଦେଶ ଦେଲେ କୋର୍ଟ

ଏକ ହତ୍ୟା ଘଟଣାରେ ଦୋଷୀକୁ ଆଜୀବନ କାରାଦଣ୍ଡ ସହ 20 ହଜାର ଟଙ୍କା ଜୋରିମାନା ଦେଲେ କୋର୍ଟ । ଅନାଦେୟ ଅଧିକ 6 ମାସ ଜେଲ ଦଣ୍ଡ । 19 ଜଣ ସାକ୍ଷୀଙ୍କ ବୟନକୁ ଭିତ୍ତିକରି ଦଣ୍ଡ ଶୁଣାଇଛନ୍ତି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ -3 ବିବଶ୍ୱତ ଗୌତମ ।

ବାଲେଶ୍ୱର : ଏକ ହତ୍ୟା ଘଟଣାରେ ଦୋଷୀକୁ ଆଜୀବନ କାରାଦଣ୍ଡ ସହ 20 ହଜାର ଟଙ୍କା ଜୋରିମାନା ଦେଲେ କୋର୍ଟ । ଅନାଦେୟ ଅଧିକ 6 ମାସ ଜେଲ ଦଣ୍ଡ । 19 ଜଣ ସାକ୍ଷୀଙ୍କ ବୟନକୁ ଭିତ୍ତିକରି ଦଣ୍ଡ ଶୁଣାଇଛନ୍ତି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ -3 ବିବଶ୍ୱତ ଗୌତମ ।

30/3/22 ରାତି ସାଢ଼େ 12 ଟା ସମୟରେ ଠିକା ସଂସ୍ଥାର ସୁପର ଭାଇଜର ରାଜେଶ କୁମାର ପଣ୍ଡାଙ୍କୁ ଏକ ଧୂର୍ମୁଷ ସାହାର୍ଯ୍ୟରେ ଆକ୍ରମଣ କରିଥିଲେ ପତାଞ୍ଜଳି ଦୋକାନର ମାଲିକ ମାଧବ ପାଢ଼ୀ। ଏନେଇ ବାଲେଶ୍ଵର ଟାଉନ ଥାନା ରେ କେସ ନମ୍ବର 67/22 ରେ 302 ipc ରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ସରକାରଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ  ଆସିଷ୍ଟାଣ୍ଟ ପବ୍ଲିକ ପ୍ରସିକ୍ୟୁଟର ଅରବିନ୍ଦ ସିଂହ ଓ ଅସୋଷିଏଟ୍ ପବ୍ଲିକ ପ୍ରସିକ୍ୟୁଟର ପ୍ରହଲ୍ଲାଦ ପତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.