ଫେସବୁକରେ ବି ଆପଣ ବନେଇ ପାରିବେ ‘ଟିକ ଟକ୍’ ଭଳି ଭିଡିଓ, ଖୁବଶୀଘ୍ର ଆସୁଛି ନୂଆ ଆପ୍

ଶର୍ଟ ଭିଡିଓ ଆପ୍ ‘ଟିକ ଟକ୍’ର ଲୋକପ୍ରିୟତାରେ ପ୍ରଭାବିତ ହୋଇ ଫେସ୍ବୁକ୍ ଖୁବଶୀଘ୍ର ଏହିଭଳି ନିଜର ଏକ ଆପ୍ ଉନ୍ମୋଚନ କରିପାରେ। ଫେସ୍ବୁକ୍ ଗତ ସପ୍ତାହରେ ଏନପିଇ(ନ୍ୟୁ ଏକ୍ସପେରିମେଣ୍ଟ ଆପ୍ ଡିଭିଜନ) ଟିମ୍ ଗଠନ କରିଛି। ଏହି ଟିମରେ ଶର୍ଟ ଭିଡିଓ ଆପ୍ Vine ର ଜେନେରାଲ ମ୍ୟାନେଜର ଜାସନ୍ ଟଫ୍ ଯୋଗ ଦେଇଛନ୍ତି। ସେ ଟୁଇଟ୍ କରି ଫେସବୁକର ନୂଆ ଆପ୍ ଉନ୍ମୋଚନ ବିଷୟରେ ୟୁଜରମାନଙ୍କୁ ଜଣାଇ ଦେଇଛନ୍ତି।

ଟିକ୍ ଟକ୍ ୨୦୧୯ର ପ୍ରଥମାର୍ଦ୍ଧରେ ବିଶ୍ବର ସବୁଠାରୁ ଅଧିକ ଡାଉନଲୋଡ୍ ହେବା ଆପ୍ ମଧ୍ୟରେ ଦ୍ବିତୀୟ ସ୍ଥାନରେ ରହିଥିଲା। ଆପଲର ଆପ୍ ଷ୍ଟୋରରେ ମଧ୍ୟ ଏହି ଆପ୍ ସବୁଠାରୁ ଅଧିକ ଡାଉନଲୋଡ୍ ହୋଇଥିଲା। ଏମିତିରେ କହିବାକୁ ଗଲେ ଟିକ୍ ଟକର ଲୋକପ୍ରିୟତାକୁ ନେଇ କାହାକୁ ସନ୍ଦେହ ହେବା ଉଚିତ ନୁହେଁ।

କିଏ ଏହି ଜାସନ୍ ଟଫ୍
ବର୍ତ୍ତମାନ ଜାସନ୍ ଟଫ୍ ଗୁଗଲ ଛାଡ଼ି ଫେସବୁକରେ ଯୋଗ ଦେଇଛନ୍ତି। ଶର୍ଟ ଭିଡିଓ ଆପ୍ Vine ରେ କାମ କରିବା ସମୟରେ ସେ ଲୋକପ୍ରିୟ ହୋଇଯାଇଥିଲେ। ୨୦୧୨ରେ Vine କୁ ଟୁଇଟର କିଣି ନେଇଥିଲା। ଜେସନ୍ ୨୦୧୬ରୁ ଗୁଗଲର ଏରିଆ ୧୨୦ରେ କାମ କରୁଛନ୍ତି। ଏଠାରେ କହି ରଖୁଛୁ ଯେ ଗୁଗଲର ଏରିଆ ୧୨୦ରେ ନୂଆ ନୂଆ ପ୍ରଡକ୍ସ ପାଇଁ ୱାର୍କଶପ୍ ଏବଂ ନୂଆ ନୂଆ ପରୀକ୍ଷଣ ହୋଇଥାଏ।

ଜେସନଙ୍କୁ ମିଳିବ ଫେସବୁକ୍ ନୂଆ ଆପର ଦାୟିତ୍ବ
ଗତ ୧ ବର୍ଷ ମଧ୍ୟରେ ଫେସବୁକ୍ ଅନେକ ଆପ୍ ବନ୍ଦ କରିଛି ଏବଂ କେତେକ ଆପ୍ ଲଞ୍ଚ୍ ମଧ୍ୟ କରିଛି। ବର୍ତ୍ତମାନ ସମୟରେ ଫେସବୁକର ନଜର ଡିଭିଓ କଣ୍ଟେଣ୍ଟ୍ ଉପରେ ରହିଛି। କାରଣ ଫେସବୁକର ଡିଭିଓ ଫିଚର ବହୁତ ଲୋକପ୍ରିୟ ହେବାରେ ଲାଗିଛି। ଏମିତିରେ କମ୍ପାନୀ ଏକ ନୂଆ ଆପ୍ ଆରମ୍ଭ କରିବାକୁ ଯାଉଛି। ଜେସନ ଟୁଇଟ୍ କରି କହିଛନ୍ତି ଯେ ‘ମୋତେ ଲାଗୁଛି ମୁଁ ଯାହା କିଛି ବି କରୁଛି, ତାହାକୁ ସେୟାର କରିବା ପାଇଁ ଏହା ଭଲ ସମୟ। ମୁଁ ଆଗାମୀ ଦୁଇ ସପ୍ତାହରେ ଫେସବୁକର ଏନପିଇ ଟିମ୍ ଅଧୀନରେ ଏକ ନୂଆ କାମ ଆରମ୍ଭ କରିବାକୁ ଯାଉଛି।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.