ଫ୍ଲିପକାର୍ଟର ବମ୍ପର ସେଲ, ୧୫୦୦୦ ଟଙ୍କା ଫୋନ ଉପରେ ମିଳୁଛି ଜବରଦସ୍ତ ଅଫର

ଯଦି ଆପଣ ୧୫ ହଜାର ଟଙ୍କାରୁ କମ୍ ଦାମରେ ଭଲ ସ୍ମାର୍ଟଫୋନ ପାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଆଉ ବେଶି ଅପେକ୍ଷା କରିବାକୁ ପଡିବ ନାହିଁ । କାରଣ ୟୁଜର୍ସଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖି ଏବେ ଅନଲାଇନରେ ଖୁବ କମ ଦାମରେ ଆପଣ ନିଜ ମନପସନ୍ଦର ସ୍ମାର୍ଟଫୋନ କିଣି ପାରିବେ । ୧୦ ହଜାର କିମ୍ବା ତା’ଠାରୁ କମ ଦାମରେ ଏବେ ବେଷ୍ଟ ସ୍ମାର୍ଟଫୋନ ଫ୍ଲିପକାର୍ଟରେ ଉପଲବ୍ଧ ହେଉଛି ।

ଇ-କମର୍ସ ୱେବସାଇଟ ଫ୍ଲିପକାର୍ଟରେ Big Saving Days ସେଲ ଆରମ୍ଭ ହୋଇସାରିଛି । ଏହି ସେଲରେ ମୋବାଇଲ ଫୋନ ସହ ଅନ୍ୟାନ୍ୟ ଇଲେକଟ୍ରୋନିକ ଜିନିଷ ଉପରେ ଡିସକାଉଣ୍ଟ ଦିଆଯିବ । କିନ୍ତୁ ଏହି ସେଲ ସ୍ମାର୍ଟଫୋନ ୟୁଜର୍ସଙ୍କ ପାଇଁ ସବୁଠୁ ଦମଦାର ରହିଛି । ଏହି ଅଫର ମଇ ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଚାଲନ୍ତୁ ଜାଣିବା କେଉଁ ଫୋନ ଉପରେ ରହିଛି ବେଷ୍ଟ ଅଫର ।

34
pc: Gizbot

Samsung Galaxy F41:

ଏହି ସ୍ମାର୍ଟଫୋନ ଆପଣଙ୍କୁ ୧୪,୯୯୯ ଟଙ୍କା ପରିବର୍ତ୍ତେ ୧୨,୯୯୯ ଟଙ୍କା ପଡିବ । ଏହି ଫୋନରେ ୬.୪ଇଞ୍ଚର ଫୁଲ ଏଚଡି + ଡିସପ୍ଲେ, ଟ୍ରିପଲ ରିୟର କ୍ୟାମେରା ରହିଛି । ଏହି ଫୋନରେ ୬,୦୦୦ ଏମଏଏଚ ବ୍ୟାଟେରୀ ଦିଆଯାଇଛି ।

Realme  8 5G:

ନୂଆ ଲଞ୍ଚ ହୋଇଥିବା ଏହି ଫୋନର ଦାମକୁ ପରିବର୍ତ୍ତନ କରାଯାଇନାହିଁ । କିନ୍ତୁ ଏଥିରେ ଗ୍ରାହକଙ୍କୁ ଏକ୍ସଚେଞ୍ଜ ଅଫର ରହିବା ସହ ଏଚଡିଏଫସି ବ୍ୟାଙ୍କ କାର୍ଡ ସାହାଯ୍ୟରେ ଏହି ଫୋନ ଉପରେ ଆପଣ ଡିସକାଉଣ୍ଟ ପାଇପାରିବେ ।

Moto G10 power:

ଏହି ସେଲରେ Moto G10 powerରେ ବେଷ୍ଟ ଅଫର ରହିଛି । ଯାହା ଗ୍ରାହକଙ୍କୁ ଖୁବ ପସନ୍ଦ ଆସିବ । ଏହାର ପ୍ରକୃତ ଦାମ ୧୨,୯୯୯ଟଙ୍କା ରହିଥିବା ବେଳେ ଅଫର ପାଇଁ ଏହା ୮,୯୯୯ଟଙ୍କାରେ ସେଲ କରାଯିବ । ଏକ୍ସଚେଞ୍ଜ ଅଫର ଅନୁଯାୟୀ ଏହି ଫୋନ ଉପରେ ଆପଣ ୮,୩୫୦ଟଙ୍କା ପର୍ଯ୍ୟନ୍ତ ଇନଷ୍ଟାଣ୍ଟ ଡିସକାଉଣ୍ଟ ପାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.