Below header

ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରୁ ଫେରିଲେ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ

ଭୁବନେଶ୍ୱର(କେ ନ୍ୟୁଜ): ନୂଆ ଏପି ସ୍ଟ୍ରେନ୍ ବା ଆନ୍ଧ୍ର ପ୍ରଦେଶ ସ୍ଟ୍ରେନ୍ କଥା ଉଠିବା ପରେ ଉଭୟ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ଫେରନ୍ତାଙ୍କ ପାଇଁ କ୍ଵରେଣ୍ଟିଂନ ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା । ଯେବେକି ପୂର୍ବରୁ ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ କଟକଣା ଜାରି କରାଯାଇଥିଲା । ଏହି ଦୁଇ ରାଜ୍ୟରୁ କୌଣସି ବ୍ୟକ୍ତି ଓଡ଼ିଶା ଆସିଲେ ସେମାନଙ୍କ ପାଇଁ ୧୪ ଦିନିଆ କ୍ୱାରେଣ୍ଟାଇନ ରହିବା

କ୍ୱାରେଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ କରାଯାଇଛି। ଏହା ସହ କିଛି ଗାଇଡ଼ଲାଇନ ଜାରି କରାଯାଇଛି । ୪୮ ଘଣ୍ଟା ପୂର୍ବର RTPCR ନେଗେଟିଭ ରିପୋର୍ଟ ଥିଲେ ୭ ଦିନ କ୍ୱାରେଣ୍ଟାଇନରେ ରହିବେ । କଟକଣା କଡ଼ାକଡ଼ି ଲାଗି ୬ ସୀମାବର୍ତ୍ତୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.