ହ୍ଵାଟ୍ସଆପ୍ ଫଟୋ ଓ ଭିଡିଓରେ ଯଦି ସ୍ମାର୍ଟ ଫୋନ ମେମୋରୀ ଫୁଲ ହୋଇଯାଉଛି, ଜାଣନ୍ତୁ କେମିତି କରିବେ ମ୍ୟାନେଜ

ନୂଆଦିଲ୍ଲୀ : ଏବେ ହ୍ଵାଟ୍ସଆପ୍ ସର୍ବାଧିକ ବ୍ୟବହାର କରାଯାଉଥିବା ଇନଷ୍ଟାଣ୍ଟ ମେସେଜ ଆପ୍ । ଏହା ୟୁଜର୍ସଙ୍କୁ ଫଟୋ, ଭିଡ଼ିଓ, ଡକ୍ୟୁମେଣ୍ଟସ ଓ ମୀମ୍ସ ମେସେଜ ଆଦି ପଠାଇବା ଓ କଲ କରିବାର ସୁବିଧା ଦେଉଛି । ଯାହାକି ସ୍ମାର୍ଟ ଫୋନର ଅଧିକ ଇଣ୍ଟରନାଲ ମେସେଜ ନେଇଥାଏ । ଯେତେବେଳେ ଆପଣଙ୍କ ଫୋନ୍ର ଇଣ୍ଟରନାଲ ମେସେଜ ପୂର୍ଣ୍ଣ ହୋଇଯାଏ ତେବେ ଫୋନର ସ୍ପିଡ୍ କମିଯାଇଥାଏ । ଆମେ ଆପଣଙ୍କୁ ଏବେ କହିବୁ କିପରି ଇଣ୍ଟରନାଲ ମେସେଜ ଖାଲି କରିବେ ।
ଏପରି କରିବେ ଷ୍ଟୋରେଜ ଖାଲି-
. ପ୍ରଥମେ ଆପଣଙ୍କ ଫୋନରେ ହ୍ଵାଟ୍ସଆପ ଖୋଲନ୍ତୁ ଓ ସେଟିଂକୁ ଯାଆନ୍ତୁ ।
. ଏବେ ଷ୍ଟୋରେଜ ଓ ଡାଟା ଉପରେ ଟ୍ୟାପ୍ କରନ୍ତୁ ।
. ଏହା ପରେ ମ୍ୟାନେଜ ଷ୍ଟୋରେଜ ଉପରେ ଟ୍ୟାପ କରନ୍ତୁ । ଏଠାରେ ଏକ ନୂଆ ମ୍ୟାନେଜ ଷ୍ଟୋରେଜ ପେଜ ଖୋଲିବ ଯେଉଁଠି ଡିଟେଲ ଦେଖାଯିବ ଯେ ଷ୍ଟୋରେଜରେ କେତେ ଯାଗା ଖାଲି ଅଛି । ଏଥିରେ କେତେକ ସେକ୍ସନ ମିଳିବ । ଯେମିତି ଫରଓ୍ଵାଡ, ମଲ୍ଟିପଲ ଟାଇମ୍ସ, ୫ ଏମ୍ବିରୁ ଅଧିକ ବଡ଼ ଫାଇଲ ଓ ପର୍ସନାଲ ଓ ଗ୍ରୁପଓ୍ଵାଇଜ ଚାର୍ଟ ।
. ଏବେ ବହୁବାର ଫରଓ୍ଵାଡ କରାଯାଇଥିବା ଅପସନ୍ ଉପରେ ଟ୍ୟାପ୍ କରନ୍ତୁ ଓ ଉପର ରାଇଟ କର୍ଣ୍ଣରରେ ସବୁଗୁଡିକୁ ସିଲେକ୍ସନ କରନ୍ତୁ ଓ ଚେକ୍ ବକ୍ସ ଉପରେ ଟ୍ୟାପ କରନ୍ତୁ ଓ ଡିଲିଟି ଆଇକନ୍ ଦବାନ୍ତୁ ।
. ଆପଣ ପର୍ସନାଲ ଚାର୍ଟ କିମ୍ବା ଗ୍ରୁପକୁ ବି ସାମିଲ କରିପାରିବେ । ଯେଉଁଥିରେ ଆପଣ ସବୁଠୁ ଅଧିକ କଣ୍ଟେଣ୍ଟ ପାଇପାରିବେ ଯାହାକି ସ୍ମାର୍ଟଫୋନରେ ସବୁଠୁ ଅଧିକ ଜାଗା ମାଡ଼ିବସିଛି ।