ହ୍ଵାଟ୍ସ ଆପ୍ରୁ ଡାଉନଲୋଡ ହୋଇପାରିବ ଆଧାର ଓ ପ୍ୟାନ୍ କାର୍ଡ, ଜାଣନ୍ତୁ ଏହାର ପ୍ରୋସେସ୍
ହ୍ଵାଟ୍ସଆପର ବ୍ୟବହାର ଅଧିକାଂଶ ଲୋକେ କରିଥାନ୍ତି । ଏହା ଏକ ପପୁଲାର ଇଣ୍ଟରନେଟିଂ ମେସେଜିଂ ଆପ୍ଲିକେସନ । ସାରା ଦୁନିଆରେ ଏହାର ବହୁତ ୟୁଜର୍ସ ଅଛନ୍ତି । ହ୍ଵାଟ୍ସଆପ୍ରେ ଲୋକଙ୍କୁ ତାଙ୍କର ସେବା ମଧ୍ୟ ଦିଆଯାଇଥାଏ । ଭାରତୀୟ ରେଳବାଇରେ ଖାଦ୍ୟ ଠୁ ଆରମ୍ଭ କରି ଅନଲାଇନ ଟିକେଟ ବୁକିଂ ଆଦି ହ୍ଵାଟ୍ସଆପରେ ହୋଇପାରୁଛି । ଏବେ ହ୍ଵାଟ୍ସଆପରେ ସରକାରୀ ଡକ୍ୟୁମେଣ୍ଟକୁ ଡାଉନଲୋଡ କରିବା ପାଇଁ ସରକାର ଅନୁମତି ଦେଇଛନ୍ତି ।
ଆପଣ ହ୍ଵାଟ୍ସଆପରୁ ଆପଣଙ୍କ ଆଧାର ଓ ପ୍ୟାନ କାର୍ଡ ଡାଉନଲୋଡ କରିପାରିବେ ।
ଯଦି ଆପଣଙ୍କୁ ହ୍ଵାଟ୍ସଆପ ଚାର୍ଟବଟ୍ରେ ଜରିଆରେ ନିଜର ଆଧାର ଓ ପ୍ୟାନ୍ ଡାଉନଲୋଡ କରିବାକୁ ଚାହୁଁଛନ୍ତି,ତାହେଲେ ଆପଣଙ୍କୁ ଡିଜିଲକରରେ ଆପଣଙ୍କ ଆଧାର ଓ ପ୍ୟାନ କାର୍ଡ ଡିଟେଲ୍ସ ସେଭ କରନ୍ତୁ । ଏଥିପାଇଁ ଆପଣଙ୍କୁ ଏଣ୍ଡ୍ରଏଡ୍ କିମ୍ବା ଡିଭାଇସ ରେ ଡିଜିଲକର ଡାଉନଲୋଡ କରିବାକୁ ହେବ । ଏହାପରେ ଆପଣ ନିଜ ନମ୍ବର ବ୍ୟବହାର କରି ଆଧାର ଓ ପ୍ୟାନ୍ ସର୍ଭିସକୁ ଡିଜିଲକରରେ ଲକ୍ କରିଦିଅନ୍ତୁ ।
ପ୍ୟାନ ଓ ଆଧାରକାର୍ଡ ଡାଉନଲୋଡ କରିବାର ତରିକା
– ହ୍ଵାଟ୍ସଆପ ଜରିଆରେ ଆଧାରକାର୍ଡ ଓ ପ୍ୟାନକାର୍ଡ ଡାଉନଲୋଡ କରିବା ପାଇଁ ଏଠାରେ କୁହାଯାଇଥିବା ଟିପ୍ସ ଫଲୋ କରନ୍ତୁ ।
– ସର୍ବ ପ୍ରଥମେ ନିଜର ଫୋନରେ ହ୍ଵାଟ୍ସଆପ ଖୋଲନ୍ତୁ ।
– ୯୦୧୩୧୫୧୫୧୫ ମୋବାଇଲ ନମ୍ବରକୁ କୌଣସି ନାମରେ ସେଭ କରନ୍ତୁ ।
– ଏବେ ଏହି ନମ୍ବରରେ ‘ହାଲୋ’ ବା ‘ନମସ୍ତେ’ ପଠାଇ ଚ୍ୟାଟ କରନ୍ତୁ ।
– ଚେଟ୍ବଟ୍ ଆପଣଙ୍କୁ ‘ଡିଜିଲକର ସର୍ଭିସେସ୍’ କିମ୍ବା ‘କୋ ବିନ ସର୍ଭିସେସ’ ରୁ ବାଛିବା ପାଇଁ କୁହାଯିବ ।
– ଆପଣ ଅପସନରେ ଡିଜିଲକରକୁ ବାଛିବେ ।
– ଆପଣଙ୍କ ପାଖରେ କ’ଣ ଡିଜିଲକର ଆକାଉଣ୍ଟ ଅଛି ? ପ୍ରଶ୍ନରେ ହଁ ପଠାନ୍ତୁ ।
– ଏବେ ଆପଣଙ୍କୁ ଆଧାର ନମ୍ବର ମଗାଯିବ ।
– ଏହାପରେ ସବୁ ଲିଙ୍କ କରାଯାଇଥିବା ସେବା ସ୍କ୍ରିନ ରେ ମିଳିବ ।
– ଆଧାର ଓ ପ୍ୟାନ ଅପସନରେ ରେଜିଷ୍ଟ୍ରେସନ ନମ୍ବରରେ କ୍ଲିକ କରନ୍ତୁ ।
ଏହାପରେ ଚେଟବାଟ୍ ଆପଣଙ୍କୁ ଆପଣଙ୍କ ଆଧାର ଓ ପ୍ୟାନ କାର୍ଡ ର ପିଡିଏଫ୍ ପଠାଇ ଦେବ ।