ଫିଫା ବିଶ୍ୱକପରେ ଗୋଲ୍‌କୁ ନେଇ ବଡ଼ ବିବାଦ, ଗୋଲ୍‌ ହେଲା ପରେ ମଧ୍ୟ ଅଫସାଇଡ୍‌ ଦେଲେ ରେଫରୀ

କେନ୍ୟୁଜ୍‌: ଫିଫା ବିଶ୍ୱକପ ୨୦୨୨ରେ ବୁଧ ବାର ଦିନ ଖେଳା ଯାଉଥିବା ମ୍ୟାଚରେ ଏକ ବଡ଼ ବିବାଦ ଦେଖିବାକୁ ମିଳିଛି । ଗତ କାଲି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଫ୍ରାନ୍ସ ଏବଂ ଟ୍ୟୁନେସିଆ ମଧ୍ୟରେ ହେଉଥିବା ମ୍ୟାଚ୍‌ରେ ଫ୍ରାନ୍ସ ୦-୧ରେ ଟ୍ୟୁନେସିଆ ପାଖରୁ ହାରି ଯାଇଛି । ଏହି ମ୍ୟାଚ୍‌ରେ ହାରିବା ପରେ ଫ୍ରାନ୍ସ ଉପରେ ବିଶେଷ କିଛି ପ୍ରଭାବ ପଡ଼ି ନାହିଁ । ଏହାର କାରଣ ପ୍ରଥମରୁ ଫ୍ରାନ୍ସ ପ୍ରି-କ୍ୱାର୍ଟର ଫାଇନାଲରେ ନିଜର ଜାଗା ପକ୍କା କରି ସାରିଛି ।ଟ୍ୟୁନସିଆ ପାଖରୁ ଟିମ୍‌ ହାରିବାରେ ଏକ ପ୍ରମୁଖ କାରଣ ମଧ୍ୟ ଅଛି । ଏହି ମ୍ୟାଚ୍‌ରେ ଯେଉଁ ଖେଳାଳିମାନେ ଖେଳିଥିଲେ ତାଙ୍କୁ ପ୍ରଥମ ଦୁଇଟି ମ୍ୟାଚ୍‌ରେ ସୁଯୋଗ ମିଳି ନଥିବାରୁ ଏହି ଅସୁବିଧା ହୋଇଛି ବୋଲି ଚର୍ଚ୍ଚା ହେଉଛି ।

ଏହି ମ୍ୟାଚ୍‌ରେ ଫ୍ରାନ୍ସର ଏକ ଗୋଲ୍‌କୁ ମଧ୍ୟ ଅଫସାଇଡ୍‌ ଦିଆଯାଇଥିଲା ନଚେତ୍‌ ମୁକାବିଲା ୧-୧ରେ ଅମିମାଂସୀତ ରହି ଥାଆନ୍ତା । ଏହି ଗୋଲଟିକୁ ଏଣ୍ଟୋନି ଗ୍ରୀଜ୍‌ମ୍ୟାନ୍‌ ଷ୍ଟପେଜ୍‌ ଟାଇମର ଶେଷ ମିନିଟ୍‌ରେ ମାରିଥିଲେ । କିନ୍ତୁ ଏହି ଗୋଲକୁ ଭିଡିଓ ଆସିଷ୍ଟାଣ୍ଟ ରେଫରୀ (VAR) ଖାରଜ କରିଦେଲେ । ଏହି ଗୋଲକୁ ନେଇ ଏକ ବଡ଼ ବିବାଦ ହୋଇଛି ଏବଂ ଫ୍ରାନ୍ସ ଫୁଟ୍‌ବଲ ସଂଘ ସମେତ ସମସ୍ତ ଖେଳାଳି ଏହି ନିଷ୍ପତିକୁ ବିରୋଧ କରିଛନ୍ତି । ଗ୍ରୀଜ୍‌ମ୍ୟାନ୍‌ ବଲକୁ ଗୋଲ ପୋଷ୍ଟକୁ ମାରିବା ସମୟରେ ଅଫସାଇଡ୍‌ରେ ଥିଲେ ପରେ ସେ ଅନସାଇଡ୍‌ ପୋଷ୍ଟକୁ ଯାଇ ଗୋଲ୍‌ ମାରିଥିଲେ ।

ଏହି ଗୋଲକୁ ଅଫସାଇଡ୍‌ କରିବାରୁ ଫାନ୍ସ ଫୁଟ୍‌ବଲ ସଂଘ ଫିଫା ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛନ୍ତି । ଫ୍ରାନ୍ସ ଫୁଟ ବଲ ସଂଘ ଗୁରୁବାରକୁ ଏକ ବୟାନ ଜାରି କରିଛି, ଯେଉଁଥିରେ କୁହା ଯାଇଛି ଯେ ଏକ ଅବୈଧ ରୂପରେ ଗୋଲକୁ ସଠିକ ଯାଞ୍ଚ ନକରି ପ୍ରକୃତ ଘଟଣାକୁ ଅସ୍ୱୀକାର କରାଯାଇଛି । ଆହୁରି ସଂଘ ମଧ୍ୟ କହିଥିଲା ରେଫରୀ କଙ୍ଗୋର ଖେଳ ଆରମ୍ଭ କରିଦେଇଥିଲେ ତାପରେ ହ୍ଵିସଲ୍‌ ବଜାଇ VAR ସହୀତ ସଂପର୍କ କରିଥିଲେ ଏବଂ ଗୋଲକୁ ଖାରଜ କରିଥିଲେ । ୨୦୧୪ ମସିହା ପରେ ଫା୍ରନ୍ସ ବିଶ୍ୱକପରେ ପ୍ରଥମ ଥର ହାରିଲା । କ୍ୱାର୍ଟର ଫାଇନାଲରେ ଫ୍ରାନ୍ସ ଜର୍ମାନିଠାରୁ ୦-୧ରେ ହାରିଥିଲା । ପୂର୍ବ ଚାମ୍ପିୟନ ଫ୍ରାନ୍ସ ଗୃପ୍‌-ଡି ତାଲିକାରେ ଗୋଲ ବ୍ୟବଧାନରେ ସବୁଠାରୁ ଉପରେ ଅଛି । ଆସନ୍ତା ରବିବାର ଦିନ ଟପ୍‌ ୧୬ ରେ ଜାଗା ପକ୍କା କରିବା ପାଇଁ ପୋଲାଣ୍ଡକୁ ସାମ୍ନା କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.