ହ୍ବାଟସଆପ୍ ଗ୍ରୁପ କଲ୍ ମିସ କରିଥିଲେ ଏମିତି କରିପାରିବେ ମଝିରୁ ଜଏନ, ଜାଣନ୍ତୁ ପ୍ରୋସେସ

ସମଗ୍ର ଦୁନିଆରେ ବେଶ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟସଆପ ନିକଟରେ ନୂଆ ଫିଚର ରୋଲ ଆଉଟ କରିଛି। ଜଏନବଲ ନାମରେ ଲଞ୍ଚ ହୋଇଥିବା ଏହି ଫିଚର ସାହାଯ୍ଯରେ ୟୁଜର୍ସ କଲିଂର ଏକ୍ସପିରିଏନ୍ସ ପୂର୍ବାପେକ୍ଷା ବହୁତ ଭଲ ରହିବ। ଏହାର ସ୍ବତନ୍ତ୍ରତା ହେଉଛି, ଯଦି ଆପଣ କୌଣସି ଗ୍ରୁପ କଲକୁ ମିସ୍ କରିଦେଇଛନ୍ତି କିମ୍ବା ମିସ୍ ହୋଇଯାଇଛି, ତେବେ ଆପଣ କଲ ଚାଲିଥିବା ସମୟରେ ମଧ୍ୟ ଜଏନ ହୋଇପାରିବେ। ଏହାଛଡା ଆପଣ ଏହାକୁ ମଝିରୁ ମଧ୍ୟ ଛାଡିପାରିବେ।

ୟୁଜର୍ସ ଯଦି କଲ ମିସ୍ କରିଛନ୍ତି, ତେବେ କଲ ଚାଲିଥିବା ସମୟରେ ତାଙ୍କୁ ‘tap to join# ଅପସନ ମିଳିବ। ଯାହା ସାହାଯ୍ଯରେ ୟୁଜର୍ସ କଲ ଜଏନ କରିପାରିବେ। ଏଥିପାଇଁ ଆପଣଙ୍କୁ ହ୍ବାଟସଆପ୍ର ଲାଟେଷ୍ଟ ଭର୍ସନ ଡାଉନଲୋଡ କରିବାକୁ ହେବ।
ତେବେ ଜାଣନ୍ତୁ କେମିତି କରିବେ ଜଏନ :

କଲ୍ ଜଏନ କରିବା ପାଇଁ ପ୍ରଥମେ whatsapp ଅନ କରି କଲରେ କ୍ଲିକ କରିବାକୁ ହେବ। ଏହା ପରେ ଯେଉଁ କଲ ମିସ୍ ହୋଇଛି ସେଠାରେ tap to join ଅପସନ ମିଳିବ। ତା’ ଉପରେ କ୍ଲିକ କରନ୍ତୁ। ଏବେ ଗ୍ରୁପ କଲରେ ସାମିଲ ହେବା ପାଇଁ ଜଏନ ଉପରେ କ୍ଲିକ କରି କଲରେ ଆଡ୍ ହୋଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.