ଭଗବାନ ଶିବଙ୍କ ଅଲୌକିକ “ରାମପ୍ପା ମନ୍ଦିର”କୁ ବିଶ୍ୱସ୍ତରରେ କରାଗଲା ସ୍ଥାନିତ, ପ୍ରଧାନମନ୍ତ୍ରୀ ଦେଲେ ଶୁଭେଚ୍ଛା

ଭାରତ କଳା ଓ ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ଦେଶ। ଏଠାରେ ଅନେକ ମନ୍ଦିର ଏମିତି ରହିଛି ଯାହାର ନିର୍ମାଣରେ ଅନେକ ବର୍ଷ ଲାଗିଯାଇଛି। ପୂର୍ବ କାଳରେ ନିର୍ମିତ ହୋଇଥିବା ଅନେକ ମନ୍ଦିରରେ ହିନ୍ଦୁ ଧର୍ମର ସଂସ୍କୃତି ତଥା ପ୍ରଚୀନ କିର୍ତ୍ତୀରାଜି ରହିଥିବାର ଦେଖିବାକୁ ମିଳେ । ତେବେ ଏହି ସମସ୍ତ ମନ୍ଦିରକୁ ବିଶ୍ୱ ସ୍ତରରେ ମଧ୍ୟ ସ୍ଥାନ ମିଳିଛି। ଏବେ ଏହାକୁ ଦୃଷ୍ଟିରେ ରଖି ବିଶ୍ୱସ୍ତରରେ ଆଉ ଏକ ମନ୍ଦିରକୁ ସ୍ଥାନିତ କରାଯାଇଛି।

ୟୁନେସ୍କୋ ଦ୍ୱାରା ରବିବାର ଦିନ ନିଆଯାଇଛି ଏକ ଐତିହାସିକ ନିଷ୍ପତ୍ତି। ତେଲେଙ୍ଗାନା ସ୍ଥିତ କାକତୀୟ ରୁଦ୍ରେଶ୍ୱର ରାମପ୍ପା ମନ୍ଦିରକୁ ବିଶ୍ୱସ୍ତରରେ କରାଯାଇଛି ସାମିଲ। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରୁ ଛୁଟିଆସିଛି ଶୁଭେଚ୍ଛାର ସୁଅ। ବିଶେଷ କରି ତେଲେଙ୍ଗାନା ବାସୀଙ୍କୁ ସେ ଏହି ଖୁସି ଖବର ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରତିଷ୍ଠିତ ରାମପ୍ପା ମନ୍ଦିର ମହାନ କାକତୀୟ ବଂଶର ଉତ୍କଷ୍ଟ ଶିଳ୍ପ କୌଶଳକୁ ପ୍ରଦର୍ଶିତ କରୁଛି। ଯାହାକୁ ଦେଖିବା ମାତ୍ରେ ସମସ୍ତଙ୍କ ଆଖି ସେହି ସ୍ଥାନରେ ଲାଖିଯାଏ। ଚମତ୍କାର କାରୁକାର୍ଯ୍ୟରେ ତିଆରି ହୋଇଥିବା ଏହି ମନ୍ଦିର ବିଶ୍ୱସ୍ତରରେ ସ୍ଥାନ ପାଇବା ପରେ ଏବେ ସମସ୍ତଙ୍କ ମୁହଁରେ ହସ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ବାରଙ୍ଗଲ ସ୍ଥିତ ଏହି ଶିବ ମନ୍ଦିର ଏକ ଏଭଳି ମନ୍ଦିର ଯାହାର ନାମ ଏହାର ଶିଳ୍ପକାର ରାମପ୍ପାଙ୍କ ନାମରେ ନାମିତ କରାଯାଇଛି। ଇତିହାସକୁ ଦେଖିଲେ ଜଣାପଡେ କାକତୀୟ ବଂଶର ରାଜା ଏହି ମନ୍ଦିରକୁ ଦ୍ୱାଦଶ ଶତାବ୍ଦୀରେ ତିଆରି କରିଥିଲେ। ସେହି ସମୟରେ ପ୍ରାୟ ସବୁ ମନ୍ଦିର ଏବେ ପ୍ରାୟ ଭଗ୍ନ ଅବସ୍ଥାରେ ଦେଖିବାକୁ ମିିଳିଛି। କିନ୍ତୁ ଅନେକ ସମସ୍ୟା ଆସିଥିଲେ ବି ଏହି ମନ୍ଦିର ଟି ସୁରକ୍ଷିତ ଅବସ୍ଥାରେ ରହିଛି।

ଏହାର ନିର୍ମାଣ ୧୨୧୩ ମସିହାରେ ଆରମ୍ଭ ହୋଇଥିଲା ମନ୍ଦିରର ଶିଳ୍ପକାର ରାମପ୍ପାଙ୍କ କାମ ଦେଖି ମହାରାଜା ଖୁସି ଗଣପତି ଦେବ ଖୁସି ହୋଇଯାଇଥିଲେ। ଶେଷରେ ତାଙ୍କ ନାମରେ ମନ୍ଦିରର ନାମକରଣ କରିଥିଲେ। ଏହାକୁ ନିର୍ମାଣ କରିବା ପାଇଁ ୪୦ ବର୍ଷ ସମୟ ଲାଗିଥିଲା। ଏହାର ଚାରିପଟେ ଥିବା କଳାକୃତିରେ ରାମାୟଣ ଓ ମହାଭାରତର କିଛି ଦୃଶ୍ୟ ଖୋଦିତ ହୋଇଥିବାର ଦେଖିବାକୁ ମିଳେ। ଶିବରାତ୍ରି ଓ ଶ୍ରାବଣମା ସରେ ଏଠାରେ ଅନେକ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.