Below header

ଏବେ ଗୁଗଲ୍‌ ଫଟୋଜରେ ବି ଲୁଚାଇପାରିବେ ପର୍ସନାଲ ଫଟୋ ଓ ଭିଡିଓ, ଫଲୋ କରନ୍ତୁ ଏହି ଟ୍ରିକ୍ସ

ଆପଣଙ୍କ ଫୋନ ଆଉ କିଏ ଚେକ୍‌ କରୁଛି କି ? ଆପଣଙ୍କ ଫୋନରେ ଥିବା ଫଟୋକୁ ଆଉ କିଏ ଦେଖିବାକୁ ଚେଷ୍ଟା କରୁଛି କି ? ଆପଣ ପାସ୍‌ଓ୍ଵାର୍ଡ ଦେଇ ଲୁଚାଇଲେ ମଧ୍ୟ ଗୁଗଲ ଫଟୋକୁ କିଏ ଆପଣଙ୍କ ଫଟୋ ଦେଖୁଛି କି ? ଯଦି ଆପଣଙ୍କ ମନରେ ଏମିତି କିଛି ଭୟ ରହିଥାଏ, ତେବେ ଆପଣଙ୍କ ପାଇଁ ଖୁସି ଖବର। ଏବେ ଆପଣ ଗୁଗଲ୍‌ ଫଟୋକୁ ମଧ୍ୟ ଗୁଗଲ୍‌ରେ ଲୁଚାଇପାରିବେ। ଏବେ ଏହି ଫିଚର କେବଳ ଗୁଗଲ୍‌ ପିକ୍ସେଲ ଫୋନରେ ଉପଲବ୍ଧ। ଆଉ ଖୁବଶୀଘ୍ର ଗୁଗଲ ଏହି ଫିଚର୍ସକୁ ସବୁ ଆଣ୍ଡ୍ରଏଡ ଆଉ ଆଇଓଏସ ଫୋନରେ ଆଣିବାକୁ ଯାଉଛି।

ଯେଉଁଥିରେ ଆପଣ ଏକ ଫୋଲ୍ଡର ଲକ୍‌ କରି ନିଜର ସମ୍ବେଦନଶୀଳ ଫଟୋକୁ ଲୁଚାଇଦେବ ଗୁଗଲ। ଆପଣ ଏହି ଫୋନକୁ ଲକ୍‌ସ୍କ୍ରିନ ପାସଓ୍ଵାର୍ଡ, ପାଟର୍ନ କିମ୍ବା ପିନ୍‌ ଦେଇ ଲୁଚାଇପାରିବେ।

କେମିତି କରିବେ ଲକ୍‌:

ଲକ୍‌ ଫୋଲ୍ଡର ସେଟିଂ କରିବା ପୂର୍ବରୁ ଆପଣଙ୍କ ଫୋନର ସ୍କ୍ରିନର ଆଉ କୌଣସି ଲକ୍‌ ଅଛି ନା ନାହିଁ ତାହା ପ୍ରଥମେ ଜାଣିନିଅନ୍ତୁ। ଆଣ୍ଡ୍ରଏଡ ଫୋନରେ ଏହା ପାସଓ୍ଵାର୍ଡ, ପିନ୍‌ କିମ୍ବା ପାଟନ ରହିଛି କି ନାହିଁ ଯାଞ୍ଚ କରିଦିଅନ୍ତୁ।

ତା’ ପରେ ଆପଣ ଗୁଗଲ ଫଟୋକୁ ଯାଇ library/utilities/locked folder କୁ ଯାଇ ସେଠାରେ ଲକ୍‌ ଫୋଲ୍ଡର ପାଇଁ ସେଟ୍‌ଅପ୍‌ କରନ୍ତୁ।

ଥରେ ଫୋଲ୍ଡର ସେଟ୍‌ ହୋଇଯିବା ପରେ ଆପଣ ଯେଉଁ ଫଟୋ ଏବଂ ଭିଡିଓ ଲୁଚାଇବାକୁ ଚାହୁଁଛନ୍ତି, ସେଗୁଡିକୁ ନେଇ ସେ ଫୋଲ୍ଡରରେ ରଖିପାରିବେ। ୟୁଜର୍ସ ଫଟୋ କିମ୍ବା ଭିଡିଓକୁ ସିଲେକ୍ଟ କରି ‘move to locked’ ଫୋଲ୍ଡକୁ ନେଇପାରିବେ।

ଏବେ ଲକ୍‌ ଫୋଲ୍ଡର ସେଭ୍‌ କରିବା ପରେ ଏହା ଆଉ ଆପଣଙ୍କୁ ମିଡିଆ ଗ୍ୟାଲେରୀରେ ଦେଖିବାକୁ ମିଳିବନି। ତେବେ ଏହି ଫଟୋ ଏବଂ ଭିଡିଓକୁ ଦେଖି ପାଇଁ ଆପଣ ଗୁଗଲ ଫଟୋକୁ ଯାଇ navigate/utilities ସେକ୍ସନକୁ ଯାଇ ଲକ୍‌ ଫୋଲ୍ଡରକୁ ପିନ୍‌ କିମ୍ବା ପାସଓ୍ଵାର୍ଡ କିମ୍ବା ଫିଙ୍ଗରପ୍ରିଣ୍ଟ ଦେଇ ଖୋଲିବା ପରେ ଦେଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.