Below header

Huawei P30 ଲାଟେଷ୍ଟ ଭର୍ଜନ ହେଲା ଲଞ୍ଚ, ମିଳିବ ଗୁଗୁଲ ମ୍ୟାପର ସପୋର୍ଟ

ଚୀନର ପ୍ରସିଦ୍ଧ ଟେକ କମ୍ପାନୀ Huawei P30ର ଲାଟେଷ୍ଟ ଭେରିୟାଣ୍ଟକୁ ଲଂଚ କରିଛନ୍ତି । ଏହି ଲାଟେଷ୍ଟ ଭେରିୟାଣ୍ଟରେ ଲୋକଙ୍କୁ ଜିମେଲ, ୟୁଟ୍ୟୁବ, ଗୁଗୁଲ ମ୍ୟାପ୍ସର ସୁବିଧା ସୁଯୋଗ ସହଜରେ ମିଳିପାରିବ । ଏହାବାଦ ଲୋକଙ୍କୁ ଏଥିରେ ୬ ଜିବି ରାମ ସହ ୨୫୬ ଇଂଟରନାଲ ଷ୍ଟୋରେଜର ମଧ୍ୟ ସପୋର୍ଟ ମିଳିବ । କହି ରଖିବା ଉଚିତ କି ପୂର୍ବ ବର୍ଷ କମ୍ପାନୀ P30  ଲାଇଟ ସେଟକୁ ଭାରତୀୟ ବଜାରରେ ଲଞ୍ଚ କରିଥିଲେ ।
ଫୋନର ଦର ଭାରତୀୟ ବଜାରରେ ୨୭,୬୦୦ ଟଙ୍କା ରହିବ ବୋଲି ଜଣାଯାଇଛି । କମ୍ପାନୀ ତରଫରୁ ଏନେଇ କୌଣସି ବିଶେଷ ତଥ୍ୟ ପ୍ରକାଶ ପାଇନଥିବା ବେଳେ କିନ୍ତୁ ଖୁବ ଶୀଘ୍ର ଏହାର ବିକ୍ରି ଆରମ୍ଭ ହୋଇଯିବ ।

 

ଫିଚର୍ସ କଥା କହିଲେ କମ୍ପାନୀ ଏହି ଫୋନରେ ୬.୧୫ ଇଞ୍ଚର ଫୁଲ ଏଚଡ଼ି ପ୍ଲସ ଡିଷ୍ପ୍ଲେ ସପୋର୍ଟ ଦେବା ସହ ଏହାର ରିଜୋଶୁସନ ୧୦୮୦ X  ୨୩୨୨ ପିକସାଲ ରହିଥିବା ଜଣାଯାଇଛି ।

P 30 ONE

  • ଅନ୍ୟ ପକ୍ଷରେ ଭଲ ପରଫରମନ୍ସ ପାଇଁ ହାଇସିଲିକନ କିରିନ ୭୧୦ ଏସଓସିର ସୁବିଧା ଦିଆଯାଇଛି । ଏହି ଫୋନଟି ଆଣ୍ଡ୍ରଏଡ଼ ପାଇଁ ୯.୦ ଅପରେଟିଙ୍ଗ ସିଷ୍ଟମ ଉପରେ ହିଁ କାମ କରିଥାଏ । ଏହି ଫୋନରେ ଟ୍ରିପଲ ରିୟର କ୍ୟାମେରା ସେଟଅପ ଦିଆଯାଇଛି ।
  • ଯେଉଁଥିରେ ୨୪ ମେଗାପିକସଲର ପ୍ରାଇମେରୀ ସେନ୍ସର, ୮ ମେଗାପିକସଲ ଅଲଟ୍ରା ବାଣ୍ଡ ଏଙ୍ଗଲ ଲେନ୍ସ ଓ ୨ ମେଗା ପିକସଲର ସେନ୍ସର ସୁବିଧା ଦିଆଯାଇଛି ।
  • ସାଥିରେ ୟୁଜର୍ସ ମାନଙ୍କୁ ଏଥିରେ ୩୨ ମେଗାପିକସଲର ଫ୍ରଣ୍ଟ କ୍ୟାମେରା ସପୋର୍ଟ ମିଳିପାରିବ । କନେକ୍ଟିଭିଟି ଅନୁଯାୟୀ ବଳୁଟୁଥ, ୪ଜି କନେକ୍ଟିଭିଟି, ବାଇ- ଫାଇ, ଜିପିଏସ ସହ ୟୁଏସବି ପୋର୍ଟର ସୁବିଧା ଫିଚର୍ସ ମିଳିପାରିବ ।
  • ଏହା ସହ ଲୋକଙ୍କୁ ଏଥିରେ ଫିଙ୍ଗରପ୍ରିଣ୍ଟ ସେନ୍ସର ସହ ୩,୩୪୦ ଏମଏଏଚ ବ୍ୟାଟେରୀର ସୁବିଧା ମଧ୍ୟ ମିଳିପାରିବ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.