ଭୁବନେଶ୍ୱରରେ ଗାଡି ପାର୍କିଂକୁ ନେଇ ବ୍ୟକ୍ତିଙ୍କୁ ମାଡ଼ ମାରିବା ସହ ପଗଡି ଟାଣି ପଥରରେ ଛେଚିଲେ ଯୁବକ, ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ଗାଡି ପାର୍କିଂକୁ ନେଇ ଗଣ୍ଡଗୋଳ । କଟକ ରୋଡ ଭଗବାନ ଟାଓ୍ଵାର ସମ୍ମୁଖରେ ଏଭଳି ଘଟଣା ଘଟିଛି । ରାସ୍ତା ଉପରୁ ଗାଡି ସାଇଡ କରିବାକୁ କହିବାରୁ ପରବିନ୍ଦର ପାଲ ସିଂକୁ ମାଡ଼ ମାରିବା ସହ ପଗଡି ଟାଣି ପଥରରେ ଛେଚିଲେ ଯୁବକ । ପୋଲିସ ସାମ୍ନାରେ ସବୁ ଘଟୁଥିଲେ ବି ପୋଲିସ କର୍ମଚାରୀ କିଛି କହିନଥିଲେ । ଥାନାରେ ଅଭିଯୋଗ ପରେ ପିସିଆର ଇନଚାର୍ଜଙ୍କୁ ନିଲମ୍ବନ କରାଯାଇଛି । ଦୁଇ ଅଭିଯୁକ୍ତ ଶଙ୍କର ରାଉତ ଓ ଦୀପକ ମହାନ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.