Below header

ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ବେଗୁନିଆର ଅଟ୍ରି ହଟକେଶ୍ୱର ଦେବଙ୍କ ପୀଠ, ପ୍ରସିଦ୍ଧ ଗୁଆ ଖୋଜା ପର୍ବରେ ସାମିଲ ହୋଇଛନ୍ତି ଶତାଧିକ ଶ୍ରଦ୍ଧାଳୁ

ବେଗୁନିଆ: ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ବେଗୁନିଆ ବ୍ଲକ ଅଟ୍ରି ହଟକେଶ୍ୱର ଦେବଙ୍କ ପୀଠ। ପ୍ରତ୍ୟୁଷରୁ ବାବାଙ୍କ ରୀତିନୀତି ପରେ ଶତାଧିକ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିଛନ୍ତି। ପ୍ରସିଦ୍ଧ ଗୁଆ ଖୋଜା ପର୍ବରେ ସାମିଲ ହୋଇଛନ୍ତି ଶତାଧିକ ଶ୍ରଦ୍ଧାଳୁ। ବିଶ୍ୱାସ ରହିଛି, ନିଃସନ୍ତାନ ମହିଳାମାନେ ଏଠାରେ ସଂକଳ୍ପ କରି ମାନସିକ ଗୁଆ ସେବନ କଲେ ସେ ବର୍ଷକ ମଧ୍ୟରେ ସନ୍ତାନ ଲାଭ କରିଥାନ୍ତି। ଏହାକୁ ବିଶ୍ୱାସ କରି ଶତାଧିକ ମହିଳା ଏଥିରେ ସାମିଲ ହୋଇଛନ୍ତି। ଆଜିଠାରୁ ଦୀର୍ଘ ୧୫ଦିନ ଧରି ଏଠାରେ ମେଳା ଅନୁଷ୍ଠିତ ହେବ। ମେଳା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.