ବୈଜ୍ଞାନିକ ତିଆରି କଲେ ଖାସ୍‌ ମେସିନ୍‌, ଏଣିକି ସପ୍ତାହେ ପର୍ଯ୍ୟନ୍ତ ବାହାରେ ଜୀବନ୍ତ ରହିପାରିବ ଲିଭର

ଏବେର ବିଜ୍ଞାନ ବହୁତ ଉନ୍ନତି କଲାଣି। ଏଣିକି ଅସମ୍ଭବକୁ ସମ୍ଭବ କରି ଦେଖେଉଛନ୍ତି ଆଜିର ବୈଜ୍ଞାନିକ। ବୈଜ୍ଞାନିକମାନେ ଏବେ ଏମିତି ଏକ ମେସିନର ଆବିଷ୍କାର କରିଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମଣିଷର କୌଣସି ଅଙ୍ଗକୁ ଡୋନରଙ୍କ ଶରୀରରୁ ବାହାର କରିବା ପରେ ୬ରୁ ୧୨ ଘଣ୍ଟା ମଧ୍ୟରେ ଟ୍ରାନ୍ସପ୍ଲାଣ୍ଟ କରିଦିଆଯାଇଥିବା କୁହାଯାଏ। ବିଶେଷଜ୍ଞଙ୍କ ମତରେ ଲିଭର ବାହାର କରିବାର ୬ ଘଣ୍ଟା ଭିତରେ ଓ କିଡନୀ ବାହାର କରିବାର ୧୨ ଘଣ୍ଟା ମଧ୍ୟରେ ପ୍ରତିରୋପଣ କରିବା ଭଲ।

leverମେଡିକାଲ ସାଇନ୍ସ କୁହେ ଯେଉଁ ଅଙ୍ଗକୁ ଯେତେ ଜଲଦି ପ୍ରତିରୋପଣ କରାଯିବ ତାହା ସେତେ ଅଧିକ କାର୍ଯ୍ୟକ୍ଷମ ହୋଇପାରିବ। ହେଲେ ବୈଜ୍ଞାନିକମାନେ ଏବେ ଏମିତି ଏକ ମେଶିନ ତିଆରି କରିଛନ୍ତି ଯାହା ମଣିଷର ଲିଭରକୁ ଏକ ସପ୍ତାହ ପର୍ଯ୍ୟନ୍ତ ବାହାରେ ଜୀବନ୍ତ ରଖିପାରିବ ବୋଲି କୁହାଯାଏ। ଇଟିଏଚ୍ ଜୁରିଚ୍ ଇନ୍ ସ୍ବିଜରଲାଣ୍ଡ (ETH Zurich in Switzerland)ର ବୈଜ୍ଞାନିକମାନେ କହିଛନ୍ତି ଏହି ମେଶିନ ଦ୍ୱାରା ଖରାପ ହୋଇଥିବା ଲିଭରର ଚିକିତ୍ସା ମଧ୍ୟ ସହଜ ହୋଇପାରିବ।

machineଏହାଦ୍ୱାରା ଲିଭର ଶରୀର ବାହାରେ ମଧ୍ୟ ସୁସ୍ଥ ରହିପାରିବ ବୋଲି ଏମାନେ କହିଛନ୍ତି। ବିଶେଷଜ୍ଞମାନେ ଦାବି କରିଛନ୍ତି ଏହି ମେଶିନ ସାହାଯ୍ୟରେ କ୍ୟାନସର ପୀଡିତଙ୍କ ଚିକିତ୍ସା ମଧ୍ୟ କରାଯାଇ ପାରିବ। ଉକ୍ତ ଜର୍ଣ୍ଣାଲ ଏହି ମେଶିନକୁ complex perfusion system ର ନାମ ଦେଇଛନ୍ତି। ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ଏକ ଦଳ ୪ ବର୍ଷ ଧରି କାମ କରିବା ପରେ ଏହି ମେଶିନ ତିଆରି ହୋଇଛି।
Dailyhunt

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.