Below header

ଏବେ ହ୍ଵାଟ୍ସଆପ୍‌ରେ ବି ଦେଖିପାରିବେ Instagram Reels, ନୂଆ ଫିଚରର ଟେଷ୍ଟିଂ ଆରମ୍ଭ

ଆବଶ୍ୟକତା ଅନୁସାରେ ହ୍ଵାଟ୍ସଆପ୍‌ ନୂଆ ନୂଆ ଫିଚର ଲଞ୍ଚ୍‌ କରିଥାଏ, ଯାହା ଆମକୁ କଥାବାର୍ତ୍ତା କରିବା ବେଳେ ବହୁତ ସାହାଯ୍ୟ କରେ। ଏବେ ହ୍ଵାଟ୍ସଆପ୍‌ ୟୁଜର୍ସଙ୍କ ପାଇଁ ଏକ ସେଭଳି ଦମ୍‌ଦାର ଫିଚର ଲଞ୍ଚ୍‌ କରିଛି। ଏହି ନୂଆ ଫିଚର ଆସିବା ପରେ ୟୁଜର୍ସ ହ୍ଵାଟ୍ସଆପ୍‌ରେ ଇନ୍‌ଷ୍ଟାଗ୍ରାମ୍‌ ରିଲ୍ସ ବି ଦେଖିପାରିବେ। କମ୍ପାନୀ ତରଫରୁ ଏହାର ଟେଷ୍ଟିଂ ଆରମ୍ଭ ହୋଇଛି।

ହ୍ଵାଟ୍ସଆପ୍‌, ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ଗୋଟିଏ କମ୍ପାନୀର ଆପ୍‌। ଏଣୁ ଏହି ୩ଟି ଆପ୍‌ ମଧ୍ୟରେ ଯୋଗ ସୂତ୍ର ସ୍ଥାପନ ପାଇଁ କମ୍ପାନୀ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ୟୁଜର୍ସଙ୍କୁ ହ୍ଵାଟ୍ସଆପ୍‌ରେ ଇନ୍‌ଷ୍ଟାଗ୍ରାମ୍‌ ରିଲ୍ସ ପାଇଁ ଏକ ଟ୍ୟାବ୍‌ ଦିଆଯିବ। ଏହି ଟ୍ୟାବ୍‌ରେ କ୍ଲିକ୍‌ କରି ଆପଣ ଇନ୍‌ଷ୍ଟାଗ୍ରାମ୍‌ ରିଲ୍ସ ଭିଡିଓ ଦେଖିପାରିବେ।

ରିପୋର୍ଟ ମୁତାବକ, ଫେସ୍‌ବୁକ୍‌ ଏହି ଫିଚରର ଟେଷ୍ଟିଂ ଆରମ୍ଭ କରି ଦେଇଛି। ଖୁବ୍‌ଶୀଘ୍ର ଏହାକୁ ରୋଲ୍‌ ଆଉଟ୍‌ କରାଯିବ। ଅନ୍ୟପଟେ ହ୍ଵାଟ୍ସଆପ୍‌ ତରଫରୁ ଏବେ ଯାଏଁ ଏନେଇ କୌଣସି ଅଫିସିଆଲି ସୂଚନା ଦିଆଯାଇନାହିଁ। କିନ୍ତୁ କୁହାଯାଉଛି ଯେ ୟୁଜର୍ସଙ୍କୁ ଖୁବ୍‌ଶୀଘ୍ର ଏହି ଫିଚରର ଲାଭ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.