Below header

ଗୁଆରୁ ମିଳିଲା ହନୁମାନଙ୍କ ସ୍ୱରୂପ, ଦେଖିଲେ ନିଜ ଆଖିକୁ ବି ବିଶ୍ୱାସ କରିପାରିବେନି ଆପଣ

କାକଟପୁର (କେନ୍ୟୁଜ) : ଗୁଆରୁ ମିଳିଲା ହନୁମାନଙ୍କ ସ୍ୱରୂପ। ଦେଖିଲେ ନିଜ ଆଖିକୁ ବି ବିଶ୍ୱାସ କରିପାରିବେନି ଆପଣ। ଆମ ହିନ୍ଦୁ ପରମ୍ପରାରେ ବିଭିନ୍ନ ପର୍ବପର୍ବାଣିରେ ଭିନ୍ନ ଭିନ୍ନ ଦେବାଦେବୀଙ୍କୁ ଆରାଧନା କରିବାର ପ୍ରଥା ରହିଛି। ଭିନ୍ନ ଭିନ୍ନ ଦେବାଦେବୀଙ୍କୁ ନେଇ ଭିନ୍ନ ଭିନ୍ନ ମନ୍ଦିର ବି ରହିଛି| ଦେବାଦେବୀଙ୍କୁ ନେଇ ଅନେକ ସମୟରେ ବିଭିନ୍ନ ଚମତ୍କାର ଦେଖିବାକୁ ମିଳିଥାଏ | ସେହି ଭଳି ଏକ ଚମତ୍କାର ଦେଖିବାକୁ ମିଳିଛି କାକଟପୁର ବ୍ଲକ ଗୋପିକାନ୍ତପୁର ଗାଁର ରମ୍ଭାରାଣୀ ଦାସଙ୍କ ଘରେ |

ଖବର ଅନୁଯାଇ ରମ୍ଭାରାଣୀ ତାଙ୍କ ବାଡିରେ ଥିବା ଗୁଆଗଛରୁ ଗୁଆ ତୋଳି ଆଣି ଘରେ ସେଥିରୁ ଚୋପା ଛଡାଉଥିଲେ। ଏହି ସମୟରେ ଏକ ଗୁଆକୁ ଦେଖି ସେ ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସେହି ଗୁଆ ସାଧାରଣ ଗୁଆ ନଥିଲା। ଗୁଆ ଦେହରେ ହନୁମାନଙ୍କ ସ୍ୱରୂପର ଚିତ୍ର ଥିବା ମନରେ ଉଙ୍କିମାରିଥିଲା | ଗୁଆ ଦେହରେ ଦୁଇଟି ଆଖି, ନାକ, ମୁହଁ, ଭଳି ଚିତ୍ର ବେଶ ଭଲଭାବେ ବାରି ହୋଇ ପଡୁଥିଲା | ସବୁଠୁ ଖାସ୍‌ କଥା ହେଉଛି ଏହି ଘଟଣାଟି ଘଟିଥିଲା ଜାଗର ଦିନ।

ରମ୍ଭାମଣି ସେହି ଗୁଆଟିକୁ ନେଇ ନିଜ ଗ୍ରାମର ମହାଦେବଙ୍କ ନିକଟରେ ପୂଜାର୍ଚନା କରି ଘରେ ଆଣି ରଖି ପୂଜା କରୁଛନ୍ତି | ଏଘଟଣା ସ୍ଥାନୀୟ ଅଞ୍ଚଳରେ ପ୍ରଚାରିତ ହେବା ପରେ ଗୁଆକୁ ଦର୍ଶନ କରିବା ପାଇଁ ପ୍ରତେକ ଦିନ ଆଖପାଖ ଗ୍ରାମର ଅନେକ ଲୋକଙ୍କ ଭିଡ ରମ୍ଭାରାଣୀଙ୍କ ଘରେ ଦେଖିବାକୁ ମିଳୁଛି | ରମ୍ଭାରାଣୀ ଏହି ଗୁଆଟିକୁ ହନୁମାନଙ୍କ ସ୍ୱରୂପ ଭାବି ପୂଜାର୍ଚନା କରୁଛନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.