ଫ୍ଯାନଙ୍କ ପ୍ରତୀକ୍ଷାର ଅନ୍ତ, ସାମ୍ନାକୁ ଆସିଲା ‘ସୂର୍ଯ୍ଯବଂଶୀ’ର ରିଲିଜ ତାରିଖ

ଫ୍ଯାନଙ୍କ ପ୍ରତୀକ୍ଷାର ଅନ୍ତ । ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ସୂର୍ଯ୍ଯବଂଶୀ’ର ନୂଆ ରିଲିଜ ଡେଟ୍ ସାମ୍ନାକୁ ଆସିଛି। ଫିଲ୍ମଟି ଆସନ୍ତା ଏପ୍ରିଲ ୩୦ ତାରିଖରେ ରିଲିଜ ହେବ ବୋଲି ଅକ୍ଷୟ କୁମାର କହିଛନ୍ତି। ପୂର୍ବରୁ ଫିଲ୍ମଟି ସଂପୂର୍ଣ୍ଣ ପ୍ରସ୍ତୁତ ରହିଥିବା ବେଳେ କରୋନା ଯୋଗୁଁ ଫିଲ୍ମର ରିଲିଜ ଡେଟ୍ ଆଗକୁ ବଢାଇ ଦିଆଯାଇଥିଲା। ଫିଲ୍ମର ରିଲିଜ ଡେଟ୍ ଘୋଷଣା କରିବା ସହିତ ଅକ୍ଷୟ କୁମାର ଏକ ଭିଡିଓ ସେୟାର ମଧ୍ୟ କରିଛନ୍ତି।

ଏହି ଭିଡିଓ ସେୟାର କରି ଅକ୍ଷୟ କୁମାର କ୍ଯାପସନ ଲେଖିଛନ୍ତି ‘ ମୁଁ ନିଜକୁ କହିଥିଲି କି, ଫିଲ୍ମ ‘ସୂର୍ଯ୍ଯବଂଶୀ’ର ମଜା ଫ୍ଯାନ କେବଳ ସିନେମାଘରେ ହିଁ ନେବେ। ଏବେ ଆପଣଙ୍କ ପ୍ରତୀକ୍ଷା ଶେଷ ହେବାକୁ ଯାଉଛି।

ସୂଚନାଯୋଗ୍ଯ, ଏହି ଫିଲ୍ମ ମାର୍ଚ୍ଚ ୨୪, ୨୦୨୦ରେ ରିଲିଜ ହେବାର ଥିଲା। ତା’ ପରେ ଫିଲ୍ମର ରିଲିଜ ତାରିଖ ୨ ଏପ୍ରିଲକୁ ବଢାଇଦିଆଯାଇଥିଲା। କିନ୍ତୁ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢିବା ଯୋଗୁଁ ଫିଲ୍ମ ମେକର୍ସ ପୁଣି ଏହାର ତାରିଖ ଆଗକୁ ଘୁଞ୍ଚାଇଦେଇଥିଲେ। ଫିଲ୍ମରେ ଅକ୍ଷୟ କୁମାର, ଜ୍ଯାକି ଶ୍ରଫ, ଅଜୟ ଦେବଗନ, ରଣବୀର ସିଂ ପ୍ରମୁଖ ଭୂମିକାରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.