ଜିଓ ଏୟାର ଫାଇବରର ଲାଭ ଉଠାଇବାକୁ ଚାହୁଁଛନ୍ତି କି ? ଜାଣନ୍ତୁ Jio AirFiberର ପ୍ଲାନ ଏବଂ ଫିଚର

କମ୍ପାନୀ ଏୟାର ଫାଇବର ଏବଂ ଏୟାର ଫାଇବର ମ୍ୟାକ୍ସ ନାମକ ଦୁଇଟି ପ୍ଲାନ ମାର୍କେଟରେ ଲଞ୍ଚ କରିଛି । ଏୟାର ଫାଇବର ପ୍ଲାନରେ ୟୁଜରଙ୍କୁ ଦୁଇ ପ୍ରକାରର ସ୍ପିଡ୍ ପ୍ଲାନ୍ ମିଳିବ ।

ରିଲାଏନ୍ସ ଜିଓ ନିଜର ଏୟାର ଫାଇବର ସର୍ଭିସ ଆରମ୍ଭ କରିଛି । ଏହାକୁ ଉଭୟ ଘରେ ଏବଂ ଅଫିସରେ ବ୍ୟବହାର କରାଯାଇପାରିବ । ରିଲାଏନ୍ସ ଏୟାର ଫାଇବରରେ ଆପଣ ୧ ଜିବିପିଏସ୍ ପର୍ଯ୍ୟନ୍ତ ଦମଦାର ସ୍ପିଡ୍‌ ପାଇ ପାରିବେ । ଯାହା ଦ୍ୱାରା ଆପଣ ହାଇ ଡେଫିନେସନ ଭିଡିଓ ଷ୍ଟ୍ରିମିଂ, ଅନଲାଇନ୍ ଗେମିଂ ଏବଂ ଭିଡିଓ କନଫରେନ୍ସିଂର ମଜା ନେଇ ପାରିବେ । ଯଦି ଆପଣ ବି ଜିଓ ଏୟାର ଫାଇବରର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କୁ ଏହାର ପ୍ଲାନ ଏବଂ ଫିଚର ବିଷୟରେ କହି ରଖିବାକୁ ଚାହିଁବୁ ।

jio AirFiber ପ୍ଲାନ :
ଜିଓ ଏୟାର ଫାଇବର ପ୍ଲାନ ୬ ମାସ ରୁ ୧୨ ମାସ ପର୍ଯ୍ୟନ୍ତ ନେଇ ପାରିବେ । ଯେଉଁଥିରେ କମ୍ପାନୀ ଠାରୁ ଆପଣ ୬ ମାସର ପ୍ଲାନ ନେବାବେଳେ ଆପଣଙ୍କୁ ୧୦୦୦ ଟଙ୍କା ଇନଷ୍ଟଲେସନ୍ ଚାର୍ଜ ଦେବାକୁ ପଡିବ । ୧୨ ମାସର ପ୍ଲାନ ନେବାବେଳେ ଆପଣଙ୍କୁ କୌଣସି ଇନଷ୍ଟଲେସନ୍ ଚାର୍ଜ ଦେବାକୁ ପଡିବ ନାହିଁ । ଜିଓ ଏୟାର ଫାଇବର ହେଉଛି ଏକ ଇଣ୍ଟିିଗ୍ରେଟେଡ ଏଣ୍ଡ-ଟୁ-ଏଣ୍ଡ ସଲ୍ୟୁସନ୍‌ , ଯାହାକୁ ଆମେ ଏଣ୍ଟରଟେନମେଣ୍ଟ, ସ୍ମାର୍ଟ ହୋମ ସର୍ଭିସ ଏବଂ ହାଇସ୍ପିଡ୍‌ ବ୍ରଡବ୍ୟାଣ୍ଡ ଭଳି ସର୍ଭିସ ପାଇଁ ବ୍ୟବହାର କରିପାରିବା । କମ୍ପାନୀ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, କୋଲକାତା, ଅହମ୍ମଦାବାଦ, ବାଙ୍ଗାଲୋର, ଚେନ୍ନାଇ ଏବଂ ପୁନେରେ ଜିଓ ଏୟାର ଫାଇବରକୁ ଲାଇଭ କରିଛି ।

କମ୍ପାନୀ ଏୟାର ଫାଇବର ଏବଂ ଏୟାର ଫାଇବର ମ୍ୟାକ୍ସ ନାମକ ଦୁଇଟି ପ୍ଲାନ ମାର୍କେଟରେ ଲଞ୍ଚ କରିଛି । ଏୟାର ଫାଇବର ପ୍ଲାନରେ ୟୁଜରଙ୍କୁ ଦୁଇ ପ୍ରକାରର ସ୍ପିଡ୍ ପ୍ଲାନ୍ ମିଳିବ । କମ୍ପାନୀ ୩୦ Mbps ପ୍ଲାନର ମୂଲ୍ୟ ୫୯୯ ଟଙ୍କା ରଖିଛି । ଅନ୍ୟପଟେ ୧୦୦ Mbps ପ୍ଲାନର ମୂଲ୍ୟ ୮୯୯ ଟଙ୍କା ରଖିଛି । ଉଭୟ ପ୍ଲାନରେ ଗ୍ରାହକଙ୍କୁ ୫୫୦ରୁ ଅଧିକ ଡିଜିଟାଲ୍ ଚ୍ୟାନେଲ୍ ଏବଂ ୧୪ଟି ଏଣ୍ଟରଟେନମେଣ୍ଟ ଆପ୍ ମିଳିବ । ଏୟାର ଫାଇବର ପ୍ଲାନ ଅନୁଯାୟୀ କମ୍ପାନୀ ୧୦୦ ଏମବିପିଏସ ସ୍ପିଡ ସହିତ ୧୧୯୯ ଟଙ୍କାର ପ୍ଲାନ ମଧ୍ୟ ଆଣିଛି । ଯେଉଁଥିରେ ଚ୍ୟାନେଲ ଏବଂ ଆପ୍ ସହିତ ନେଟଫ୍ଲିକ୍ସ, ଆମାଜନ ଏବଂ ଜିଓ ସିନେମା ଭଳି ପ୍ରିମିୟମ୍ ଆପ୍ ମଧ୍ୟ ମିଳିବ ।

ଜିଓ ଏୟାର ଫାଇବରକୁ ଆପଣ ଯେକୌଣସି ସ୍ଥାନରେ ବ୍ୟବହାର କରିପାରିବେ । କାରଣ ଏହା ଏକ େଓ୍ଵୟରଲେସ ପୋର୍ଟେବଲ୍‌ ଡିଭାଇସ ଦ୍ୱାରା ଚାଲୁଥିବା ଏୟାର ଫାଇବର ଇଣ୍ଟରନେଟ୍ । କିନ୍ତୁ ଜିଓ ଏୟାର ଫାଇବର ବ୍ୟବହାର କରିବା ପାଇଁ 5G କନେକ୍ଟିଭିଟି ରହିବା ଆବଶ୍ୟକ ।

ଜିଓ ଫାଇବର ଏବଂ ଜିଓ ଏୟାର ଫାଇବର ମଧ୍ୟରେ ପାର୍ଥକ୍ୟ କଣ ?
ଜିଓ ଫାଇବର ଅପ୍ଟିକ୍ େଓ୍ଵୟାର ଟେକ୍ନୋଲୋଜିରେ ବେସଡ୍‌ । ଏହା ମାଧ୍ୟମରେ ଇଣ୍ଟରନେଟ୍ ପ୍ରୋଭାଇଡ୍‌ କରିବା ପାଇଁ କମ୍ପାନୀ ଘର ଏବଂ ଅଫିସରେ ଏକ ରାଉଟର ଇନଷ୍ଟଲ୍‌ କରେ । ସେହି ରାଉଟର ସହିତ ଅପ୍ଟିକ୍ େଓ୍ଵୟାରକୁ କନେକ୍ଟ କରେ । ଏହା ପରେ ଫାଇବର ଷ୍ଟେବଲ୍‌ ହାଇ ସ୍ପିଡ୍ ଇଣ୍ଟରନେଟ୍ ପ୍ରୋଭାଇଡ କରିଥାଏ ।

କିନ୍ତୁ ଜିଓ ଏୟାର ଫାଇବର ମାଧ୍ୟମରେ େଓ୍ଵୟାର ଲେସ୍‌ ବ୍ରଡବ୍ୟାଣ୍ଡ ସର୍ଭିସ ପ୍ରୋଭାଇଡ ହୋଇଥାଏ । ଏହା େଓ୍ଵୟାର ଲେସ ଡଙ୍ଗଲ ପରି କାମ କରେ । କିନ୍ତୁ ଇଣ୍ଟରନେଟ୍ ସ୍ପିଡ୍‌ ଅଧିକ ଥାଏ । ଏଥିପାଇଁ କୌଣସି ପ୍ରକାରର ଇନଫ୍ରାଷ୍ଟ୍ରକଚରର ଆବଶ୍ୟକତା ହୁଏ ନାହିଁ । ଏହା ସହଜରେ ଇନଷ୍ଟଲ ହୋଇଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.