Below header

ଦିନିକିଆ ବିଶ୍ବକପ୍ ପାଇଁ କ୍ୟୁରେଟରଙ୍କୁ ICCର ନିର୍ଦ୍ଦେଶ, ସବୁ ଗ୍ରାଉଣ୍ଡର ବାଉଣ୍ଡାରୀ ବଢାଇବା ସହିତ ପିଚରେ ଘାସ ରଖିବାକୁ ନିର୍ଦ୍ଦେଶ

ବିଶ୍ୱକପ ପାଇଁ ସବୁ ଷ୍ଟାଡିୟମ ପାଇଁ ନୂଆ ନିୟମ ଲାଗୁ କରିଛି ଆଇସିସି । ମ୍ୟାଚ୍‌ ଖେଳାଯିବାକୁ ଥିବା ଷ୍ଟାଡିୟମର ବାଉଣ୍ଡରୀକୁ ୭୦ ମିଟରରୁ ଅଧିକ ରଖିବା ସହିତ ଘାସ ରଖିବାକୁ ନିର୍ଦ୍ଦେଶ ଦେଇଛି ଆଇସିସି ।

ଆସନ୍ତା ଅକ୍ଟୋବରରୁ ଦିନିକିଆ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ସମସ୍ତ ଷ୍ଟାଡିୟମ୍ ମାନଙ୍କରେ ନୂଆ ନିୟମ ଲାଗୁ କରାଯାଉଛି । ବଡ଼ ବାଉଣ୍ଡାରୀ, ଗ୍ରୀନ୍ ପିଚ୍। ସମସ୍ତ ଗ୍ରାଉଣ୍ଡର ବାଉଣ୍ଡାରୀ ବଢାଇବା ସହ ପିଚରେ ଘାସ ରଖିବା ପାଇଁ ଆଇସିସି ଆୟୋଜକ BCCI କୁ ନିର୍ଦ୍ଦେଶ ଦେଇଛି ।

ଖବର ମୁତାବକ, ଆଗାମୀ ଦିନିକିଆ ବିଶ୍ବକପକୁ ଅଧିକ ରୋମାଞ୍ଚକର ତଥା ପ୍ରତି ମ୍ୟାଚକୁ ସଂଘର୍ଷପୂର୍ଣ୍ଣ କରିବା ପାଇଁ ଆଇସିସି କିଛି ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛି । ପ୍ରତ୍ୟେକ ଗ୍ରାଉଣ୍ଡର ବାଉଣ୍ଡାରୀକୁ ୭୦ ମିଟରରୁ ଅଧିକ ରଖିବା ପାଇଁ କ୍ୟୁରେଟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଇସିସି ନିୟମ ଅନୁଯାୟୀ ଅନ୍ତର୍ଜାତୀୟ ମ୍ୟାଚରେ ବାଉଣ୍ଡାରୀ ଆୟତନ ୬୫ ମିଟରରୁ ୮୫ ମିଟର ମଧ୍ୟରେ ହେବା ଆବଶ୍ୟକ ।

ଅକ୍ଟୋବର/ ନଭେମ୍ବରରେ ଭାରତୀୟ ଜଳବାୟୁରେ ବଡ଼ ପରିବର୍ତ୍ତନ ହେବ। ଶୀତ ଋତୁର ଆଗମନ ଯୋଗୁ କାକର ପଡିବ। କାକର ପଡିଲେ ରାତ୍ରି ବ୍ୟାଟିଂ ସହଜ ହୋଇଯିବ । ତେଣୁ ପିଚରେ ଘାସ ରଖାଗଲେ ପେସ୍ ବୋଲର ଫାଇଦା ଉଠାଇ ପାରିବେ। ଗତ ୨୦୨୧ ୨୦-୨୦ ବିଶ୍ବକପ୍ ସମୟରେ ୟୁଏଇରେ ପ୍ରବଳ କାକର ପଡ଼ିବାରୁ ମ୍ୟାଚ୍ଗୁଡ଼ିକ ପ୍ରଭାବିତ ହୋଇଥିଲା। ଫଳରେ ଦ୍ବିତୀୟରେ ବ୍ୟାଟିଂ କରିଥିବା ଦଳ ଏହାର ଫାଇଦା ଉଠାଇଥିଲେ।

ଭାରତୀୟ ପିଚ୍ ସ୍ପିନରଙ୍କୁ ସହାୟତା କରିବ । ମାତ୍ର କାକର ପଡିବା ଫଳରେ ସ୍ପିନରମାନେ ପ୍ରଭାବିତ ହେବ। ଓଦା ବଲ୍ ଟର୍ଣ୍ଣ କରିବ ନାହିଁ। ବ୍ୟାଟରମାନେ ଏହାର ଫାଇଦା ଉଠାଇବେ । ପିଚରେ ଘାସ ରହିଲେ ପ୍ରତ୍ୟେକ ଦଳ ଅତିରିକ୍ତ ପେସ୍ ବୋଲର ନେଇ ଖେଳିପାରିବେ। ମୋଟ ୧୦ଟି ଭେନ୍ୟୁରେ ବିଶ୍ୱକପର ଆୟୋଜନ କରାଯିବ । ଏ ସମସ୍ତ ଗ୍ରାଉଣ୍ଡର ବାଉଣ୍ଡାରୀ ୭୦ ମିଟରରୁ ଅଧିକ କରିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.