ଲଦାଖର ପାଙ୍ଗଙ୍ଗ ହ୍ରଦ ନିକଟରେ ପହଞ୍ଚିଲା ଜିଓର 4G ସେବା, ଏବେ ମିଳିବ ସବୁ ସୁବିଧା

ଅନେକ ଲୋକ ଲଦାଖ ଯିବାକୁ ଇଚ୍ଛା ରଖନ୍ତି। କିନ୍ତୁ ବହୁତ୍ କମ୍ ଲୋକ ହିଁ ଯାଇ ପାରନ୍ତି। କିଛି ଭାବନ୍ତି ଯେ ସେଠାରେ ଟେକ୍ନୋଲୋଜି ଅସୁବିଧା ହୋଇପାରେ। ହେଲେ ଏବେ ଆପଣଙ୍କୁ କୌଣସି ଅସୁବିଧା ହେବ ନାହିଁ। କାରଣ ଲଦାଖରେ ଆରମ୍ଭ ହୋଇଛି ଜିଓ ସେବା। ଲୋକସଭା ସାଂସଦ ଜାମିଆଙ୍ଗ ସେରିଙ୍ଗ ନାମଗାଲ ସ୍ପାଙ୍ଗମିକ ଗ୍ରାମରେ ଜିଓ ମୋବାଇଲ ଟାୱାରର ଉଦଘାଟନ କରିଛନ୍ତି। ନାମଗିଆଲ କହିଛନ୍ତି ଯେ ଏହି ଅଞ୍ଚଳରେ ମୋବାଇଲ୍ ନେଟୱାର୍କର ପ୍ରବର୍ତ୍ତନ ସହିତ ସ୍ଥାନୀୟ ଲୋକଙ୍କ ଦୀର୍ଘ ଦିନର ଚାହିଦା ପୂରଣ ହୋଇଛି। ଦେଶର ସର୍ବବୃହତ ମୋବାଇଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ଏହାର 4G ସେବା ଲଦାଖ ଅଞ୍ଚଳର ପାଙ୍ଗଙ୍ଗ ହ୍ରଦ ନିକଟରେ ଥିବା ଏକ ଗାଁରେ କରିଛି। ତେବେ ଏହି ସ୍ଥାନ ହିଁ ଅତୀତରେ ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦର କେନ୍ଦ୍ର ପାଲଟିଥିଲା।

ଅଧିକାରୀ କହିଛନ୍ତି ଯେ ଲଦାଖର ପାଙ୍ଗଙ୍ଗ ହ୍ରଦ ନିକଟ ସ୍ପାଙ୍ଗମିକ୍ ଗ୍ରାମରେ ରିଲାଏନ୍ସ ଜିଓ ଏହାର 4G ଭଏସ୍ ଏବଂ ଡାଟା ସେବା ଆରମ୍ଭ କରିଛି। ପଙ୍ଗୋଙ୍ଗ ଏବଂ ଏହାର ଆଖପାଖରେ 4G ମୋବାଇଲ୍ ସୁବିଧା ଯୋଗାଉଥିବା ଜିଓ ହେଉଛି ପ୍ରଥମ ନେଟୱାର୍କ ବୋଲି ଅଧିକାରୀମାନେ କହିଛନ୍ତି। ଏହା ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ। ଯାହାପାଇଁ ଏହି ସ୍ଥାନକୁ ଦେଶ ବିଦେଶରୁ ଅନେକ ଲୋକ ଆସନ୍ତି। ନିଆ ଯାଇଥିବା ଏହି ପଦକ୍ଷେପ ଏହି ଅଞ୍ଚଳର ଅର୍ଥନୀତିକୁ ବୃଦ୍ଧି କରିବ। ଏହା ସହିତ ସ୍ଥାନୀୟ ଅଞ୍ଚଳର ପର୍ଯ୍ୟଟକ ମଧ୍ୟ ଲାଭ ଉଠାଇ ପାରିବେ। ପୁଣି ଏଠାରେ ରହୁଥିବା ଯୁବପିଢି ମଧ୍ୟ ନିଜ ପାଠ ପଢା ପାଇଁ ଅନେକ ପ୍ରକାର ସହାୟତା ପାଇବେ।