ଖରାଦିନରେ ମୁହଁରୁ ଦାଗ ତଥା ବ୍ରଣକୁ ଦୂର କରିବ ଲେମ୍ବୁ-ଦହିର ପ୍ୟାକ, ଏପରି କରନ୍ତୁ ପ୍ରସ୍ତୁତ

ଜୀବନ ଏବେ ଏପରି ବ୍ୟସ୍ତବହୁଳ ହୋଇଯାଇଛି ଯେ ନିଜ ପାଇଁ ସମୟ ଟିକେ କାଢ଼ିବା କଷ୍ଟକର ହୋଇ ପଡୁଛି । ଏହି ବ୍ୟସ୍ତ ବହୁଳ ଜୀବନରେ ଆମେ ଆମ ଶରୀର ପ୍ରତି ଯତ୍ନ ନେଇ ପାରୁନେ । ଯେଉଁଥିପାଇଁ ଶରୀରରେ ବହୁ ପ୍ରକାର ଅସୁବିଧା ଦେଖାଦେଉଛି । ବିଶେଷକରି ଯେବେ ଆମେ ୩୦ କିମ୍ବା ୪୦ ବର୍ଷରେ ପହଞ୍ଚୁଛୁ ଏହାର ଛାପ ଆମ ଶରୀରରେ ପଡ଼ୁଛି । ୩୦ ବର୍ଷ ପାର ହେଲେ ଆମ ସ୍କିନର ନାଚୁରାଲ ଗ୍ଲୋ କମିଯାଇଥାଏ । ଏହି ବୟସ ଛାପରୁ ବର୍ତ୍ତିବାକୁ ହେଲେ ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଦେବୁ ଯାହା ଆପଣଙ୍କ ସ୍କିନକୁ ସର୍ବଦା ୟଙ୍ଗ୍‌ ରଖିବ । ଆମେ ଚମକପୂର୍ଣ୍ଣ ତ୍ୱଚା ପାଇବା ପାଇଁ ଅନେକ ଉପାୟକୁ ଆପଣେଇଥାଉ । ଆସନ୍ତୁ ଜାଣିବା ଏହି ସ୍କିନ କେୟାର ରୁଟିନ ।

ଦହିରେ ଥିବା ପୋଷକ ତତ୍ତ୍ବ ଆପଣଙ୍କ ଚର୍ମର ଉନ୍ନତି ଏବଂ ବ୍ରଣକୁ ଦୂର କରିଥାଏ । ଲେମ୍ବୁରେ ଥିବା ଭିଟାମିନ୍ ସି ଏବଂ ଏହାର ଅନ୍ୟାନ୍ୟ ଗୁଣ ଚର୍ମ ସମସ୍ୟାକୁ ଦୂର କରିବା ପାଇଁ ସହାୟକ ହୋଇଥାଏ ।

ନିଜ ଚେହେରାକୁ ସୁନ୍ଦର ରଖିବା ପାଇଁ ଲୋକମାନେ ବିଭିନ୍ନ ଉପାୟ ଆପଣାନ୍ତି । କଣ ଆପଣ ଜାଣିଛନ୍ତି କି ଦହି ଆପଣଙ୍କୁ ଅନେକ ଉପକାରିତା ଦିଏ ଆଜ୍ଞା ହଁ ଦହି ଏବଂ ଲେମ୍ବୁ ଆପଣଙ୍କ ଚେହେରାର ଅନେକ ସମସ୍ୟାକୁ ଦୂର କରିଥାଏ । ଦହିରେ ଥିବା ପୋଷକ ତତ୍ତ୍ବ ଆପଣଙ୍କ ଚର୍ମର ଉନ୍ନତି ଏବଂ ବ୍ରଣକୁ ଦୂର କରିଥାଏ । ଲେମ୍ବୁରେ ଥିବା ଭିଟାମିନ୍ ସି ଏବଂ ଏହାର ଅନ୍ୟାନ୍ୟ ଗୁଣ ଚର୍ମ ସମସ୍ୟାକୁ ଦୂର କରିବା ପାଇଁ ସହାୟକ ହୋଇଥାଏ ।

୧.ଶୁଷ୍କ ଚର୍ମ ପାଇଁ ଦହି ଏବଂ ଲେମ୍ବୁ ରସ ବେଶ ଲାଭଦାୟକ । ଦହି ଏବଂ ଲେମ୍ବୁରେ ଥିବା ପୋଷକ ତତ୍ତ୍ବ ବ୍ରଣର ସମସ୍ୟା ଠାରୁ ଦୂରେଇ ରଖିଥାଏ । ଅନ୍ୟପଟେ ଆପଣଙ୍କ ଚର୍ମ ଶୁଷ୍କ ହୋଇଯାଇଛି କି ତେବେ ଆପଣ ନିଜ ମୁହଁରେ ଦହି ଏବଂ ଲେମ୍ବୁ ବ୍ୟବହାର କରିପାରିବେ । ଏହା କରିବା ଦ୍ବାରା ଆପଣ ଶୁଷ୍କତାରୁ ମୁକ୍ତି ପାଇପାରିବେ ।

୨. ବ୍ରଣକୁ ଦୂର କରିବା ପାଇଁ ଦହି ଏବଂ ଲେମ୍ବୁର ବ୍ୟବହାର ଫଳ ପ୍ରଦ । ଏଥିରେ ଥିବା ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ବ୍ରଣ ଏବଂ ମୁହଁରେ ଲାଲ ହେବାକୁ ଦୂର କରିବାରେ ଲାଭଦାୟକ ଅଟେ ।

୩. ଚର୍ମରେ ଆର୍ଦ୍ରତା ବଜାୟ ରଖିବାରେ ଦହି ଏବଂ ଲେମ୍ବୁର ବ୍ୟବହାର ଅତ୍ୟନ୍ତ ଲାଭଦାୟକ । ଏହାର ବ୍ୟବହାର ଦ୍ବାରା ଚର୍ମ ଆର୍ଦ୍ରତା ପାଇଥାଏ । ଚର୍ମକୁ ନରମ ରଖିବାରେ ଏହା ଲାଭଦାୟକ । ସେଥିପାଇଁ ଆପଣ ପ୍ରତିଦିନ ମୁହଁରେ ଦହି ଏବଂ ଲେମ୍ବୁ ରସ ଲଗାଇ ପାରିବେ ।

କିପରି ତିଆରି କରିବେ ଦହି ଏବଂ ଲେମ୍ବୁ ପ୍ୟାକ୍:
ପ୍ରଥମେ ୨ ଚାମଚ ଦହିରେ ୧ ଚାମଚ ଲେମ୍ବୁ ରସ ଭଲ ଭାବରେ ମିଶାନ୍ତୁ । ଏହି ପେଷ୍ଟକୁ ଭଲ ଭାବେ ମୁହଁରେ ଲଗାଇବା ପରେ ଏହାକୁ ଅଧ ଘଣ୍ଟା ପରେ ଧୋଇ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.