Below header

୧୦ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌, ମେ ଫେୟାରରେ ରହିବେ ଖେଳାଳି

ଭୁବନେଶ୍ବର(କେନ୍ୟୁଜ୍):   ବାରବାଟୀ ଟି-ଟେ୍ଵଣ୍ଟି ମ୍ୟାଚ୍‌ ପାଇଁ ୧୦ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ । ଭୁବନେଶ୍ୱର ମେ ଫେୟାରରେ ରହିବେ ଖେଳାଳି । ଖେଳାଳିଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତି କରାଯାଇଛି । ଶଙ୍ଖ ଧ୍ୱନି ସହ ଘୋଡ଼ା ନାଚରେ ଉଭୟ ଟିମର ଖେଳାଳିଙ୍କୁ ସ୍ୱାଗତ କରାଯିବ ।

ସମ୍ପୂର୍ଣ୍ଣ ସୁରକ୍ଷା ବଳୟରେ ରହିବ ହୋଟେଲ ମେ ଫେୟାର । ଖେଳାଳି ଓ ଅଫିସିଆଲଙ୍କ ପାଇଁ ମେ ଫେୟାରରେ ଶହେଟି ରୁମ୍‌ ବୁକ୍‌ କରାଯାଇଛି । ଏଥର ଖେଳାଳିଙ୍କୁ ଦିଆଯିବ ଓଡ଼ିଶାର ପିଠା, ଛେନାପୋଡ, କାନିକା ଓ ରସଗୋଲା । ବିଜୟୀ ଟିମ୍‌ ପାଇଁ ସେଲିବ୍ରେସନ୍‌ ବ୍ୟବସ୍ଥା ବି କରାଯିବ । ଖେଳାଳିଙ୍କ ପାଇଁ ଜିମ୍‌, ସୁଇମିଂ ପୁଲ୍‌ ଓ ଟେନିସ୍‌ ଖେଳିବା ବ୍ୟବସ୍ଥା ବି ହୋଇଛି ।

ଆଜି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ହୋଟେଲ୍‌ ମେ ଫେୟାର ଯାଇ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ଖେଳାଳିଙ୍କ ରହଣି ସମୟରେ ସାଧାରଣ ଲୋକଙ୍କୁ ହୋଟେଲ ଭିତରକୁ ଛଡ଼ା ଯିବ ନାହିଁ । ବିମାନବନ୍ଦରରୁ ହୋଟେଲ୍‌ ଓ ବାରବାଟୀ ଷ୍ଟାଡିୟମ ଯାଏ କଡ଼ା ସୁରକ୍ଷା ବ୍ୟବସ୍ଥା କରିବ କମିଶନରେଟ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.