Below header

ଜିଓ ର ଏହିସବୁ ପ୍ଲାନ୍‌ରେ ରହିଛି ଅନ୍‌ଲିମିଟେଡ୍‌ ଭଏସ କଲ୍‌ ସହ ୩ ଜିବି ଡାଟା, ଜାଣନ୍ତୁ ପ୍ଲାନ୍‌ ସବୁ କ’ଣ

ଜିଓ ର ୪ ଜି ପ୍ଲାନ ଅନ୍ୟ ଟେଲିକମ୍‌ କମ୍ପାନୀ ପ୍ଲାନ ତୁଳନାରେ ଶସ୍ତା । ୟୁଜରଙ୍କ ଅଧିକ ଡାଟା ବ୍ୟବହାରକୁ ଦୃଷ୍ଟିରେ ରଖି ଜିଓ ଏମିତି କିଛି ଅନ୍‌ଲିମିଟେଡ୍‌ ପ୍ଲାନ୍‌ ଆଣିଛି ଯେଉଁଥିରେ ଅନ୍‌ଲିମିଟେଡ୍‌ ଭଏସ୍‌ କଲ୍‌ ସହ ରହିଛି ୩ ଜିବି ଡାଟା । ଜାଣନ୍ତୁ କ’ଣ ରହିଛି ଏହିସବୁ ପ୍ଲାନ୍‌ ।

ଜିଓ ର ୩୪୯ ଟଙ୍କା ବାଲା ପ୍ଳାନ୍‌

ଏହି ପ୍ଲାନରେ ୨୮ ଦିନର ବୈଧତା ରହିଛି । ଏହି ପ୍ଲାନରେ ପ୍ରତିଦିନ ୩ ଜିବି ଡାଟା ମିଳିଥାଏ । ଅର୍ଥାତ୍‌ ଆପଣଙ୍କୁ ମୋଟ୍‌ ୮୪ ଜିବି ଡାଟା ମିଳିଥାଏ । ଏହାଛଡ଼ା ଏହି ପ୍ଲାନରେ ସବୁ ନେଟ୍‌ଓ୍ଵର୍କ କୁ ଅନ୍‌ଲିମିଟେଡ୍‌ କଲିଂ ସୁବିଧା ରହିଛି । ପ୍ରତିଦିନ ୧୦୦ ଏସ୍‌ଏମ୍‌ଏସ୍‌ ମଧ୍ୟ ପଠାଇବାର ସୁବିଧା ଦିଆଯାଇଛି ।

ଜିଓ ର ୪୦୧ ଟଙ୍କା ବାଲା ପ୍ଲାନ୍‌

ଏହି ପ୍ଲାନରେ ମଧ୍ୟ ୨୮ ଦିନର ବୈଧତା ରହିଛି । ଏହି ପ୍ଲାନରେ ପ୍ରତିଦିନ ୩ ଜିବି ଡାଟା ମିଳିଥାଏ । ଅର୍ଥାତ୍‌ ଆପଣଙ୍କୁ ମୋଟ୍‌ ୮୪ ଜିବି ଡାଟା ମିଳିଥାଏ । ଏହାଛଡ଼ା ଏହି ପ୍ଲାନରେ ୬ ଜିବି ଏକ୍ସଟ୍ରା ଡାଟା ବି ମିଳିଥାଏ । ଅର୍ଥାତ ୨୮ ଦିନରେ ୯୦ ଜିବି ଡାଟା ମିଳିଥାଏ । ଏଥିରେ ସବୁ ନେଟ୍‌ଓ୍ଵର୍କ କୁ ଅନ୍‌ଲିମିଟେଡ୍‌ କଲିଂ ସୁବିଧା ରହିଛି । ପ୍ରତିଦିନ ୧୦୦ ଏସ୍‌ଏମ୍‌ଏସ୍‌ ମଧ୍ୟ ପଠାଇବାର ସୁବିଧା ଦିଆଯାଇଛି । ଏହି ପ୍ଲାନରେ ବଡ କଥା ହେଉଛି ଏଥିରେ ଏକ ବର୍ଷ ଯାଏ Disney+ Hotstar VIP ସବ୍‌ସ୍କ୍ରିପ୍‌ସନ ମିଳିଥାଏ । ଏହି ପ୍ଲାନ୍‌ ସହିତ ସବୁ ଜିଓ ଏପ୍ସର ସବ୍‌ସ୍କ୍ରିପସନ୍‌ ମିଳିଥାଏ । ଏହା ବଡ଼ ପପୁଲାର ପ୍ଲାନ୍‌ ।

ଜିଓ ର ୯୯୯ ଟଙ୍କା ବାଲା ପ୍ଲାନ୍‌

ଏହି ପ୍ଲାନରେ ୮୪ ଦିନର ବୈଧତା ରହିଛି । ଏହି ପ୍ଲାନରେ ପ୍ରତିଦିନ ୩ ଜିବି ଡାଟା ମିଳିଥାଏ । ଅର୍ଥାତ୍‌ ଆପଣଙ୍କୁ ମୋଟ୍‌ ୨୫୨ ଜିବି ଡାଟା ମିଳିଥାଏ । ଏଥିରେ ସବୁ ନେଟ୍‌ଓ୍ଵର୍କ କୁ ଅନ୍‌ଲିମିଟେଡ୍‌ କଲିଂ ସୁବିଧା ରହିଛି । ଏଥିସହ ପ୍ରତିଦିନ ୧୦୦ ଏସ୍‌ଏମ୍‌ଏସ୍‌ ମଧ୍ୟ ପଠାଇବାର ସୁବିଧା ଦିଆଯାଇଛି । ଏହି ପ୍ଲାନ୍‌ ସହିତ ସବୁ ଜିଓ ଏପ୍ସର ସବ୍‌ସ୍କ୍ରିପସନ୍‌ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.