Below header

ସୁନ୍ଦରଗଡ଼ରୁ ସର୍ବାଧିକ ୪୩ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରୁ ୨୨୪ଜଣ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରୁ ୨୨୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୪୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୨୮ ଜଣ  କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ସହିତ ଝାରସୁଗୁଡ଼ାରୁ ୧୮ଜଣ ବରଗଡ଼ରୁ ୧୬ଜଣ, ସମ୍ବଲପୁରରୁ ୧୫ଜଣ, ବାଲେଶ୍ବରରୁ ୧୪ଜଣ, ଯାଜପୁରରୁ ୧୪ଜଣ, ଖୋର୍ଦ୍ଧାରୁ ୧୪ଜଣ, କୋରାପୁଟରୁ ୧୦ଜଣ, ପୁରୀରୁ ୧୦ଜଣ, ନୂଆପଡ଼ାରୁ ୬ଜଣ, ଗଞ୍ଜାମରୁ ୪ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି  କଳାହାଣ୍ଡିରୁ ୪ଜଣ, ବଲାଙ୍ଗୀରରୁ ୩ଜଣ, ଜଗତସିଂହପୁରରୁ ୩ଜଣ, କେନ୍ଦୁଝରରୁ ୩ଜଣ, ସୋନପୁରରୁ ୩ଜଣ, କଟକରୁ ୨ଜଣ, ଦେବଗଡ଼ରୁ ୨ଜଣ, ଗଜପତିରୁ ୨ଜଣ, ମୟୁରଭଞ୍ଜରୁ ୨ଜଣ, ରାୟଗଡ଼ାରୁ ୨ଜଣ, ଭଦ୍ରକରୁ ଜଣେ, ମାଲକାନଗିରିରୁ ଜଣେ, ନୟାଗଡ଼ରୁ ଜଣେ ଓ ଷ୍ଟେଟପୁଲରୁ ୩ଜଣ ଲେଖାଏଁ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସଦ୍ଧା ୩୩୦୫୪୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.