ରାତ୍ରକାଳୀନ ଭତ୍ତା କାଟକୁ ବିରୋଧ କରି ଅଖିଳଭାରତୀୟ ଷ୍ଟେସନ୍ ମାଷ୍ଟର ସଂଘର ପ୍ରତିବାଦ

କେନ୍ୟୁଜ୍(ବ୍ୟୁରୋ):  ରାତ୍ରକାଳୀନ ଭତ୍ତା କାଟକୁ ବିରୋଧ କରି ଅଖିଳଭାରତୀୟ ଷ୍ଟେସନ୍ ମାଷ୍ଟର ସଂଘର ପ୍ରତିବାଦ।  ଦେଶର ସମସ୍ତ ୬୮ ମଣ୍ଡଳ ରେଳ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଏକ ଦିନର ଅନଶନ ରହି ଶନ୍ତିପୂର୍ଣ୍ଣ ଭାବେ ଷ୍ଟେସନ ମାଷ୍ଟରମାନେ ବିରୋଧ ପ୍ରଦର୍ଶନ କରିଥିଲେ। ଏହି କ୍ରମରେ ଖୋର୍ଦ୍ଧା ରୋଡ଼ ରେଲୱେ ଡିଭିଜନର ଷ୍ଟେସନ ମାଷ୍ଟରମାନେ ମଧ୍ୟ ଏହି ପ୍ରତିବାଦରେ  ସାମିଲ ହୋଇଥିଲେ । ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଷ୍ଟେସନ ମାଷ୍ଟରମାନେ ଖୋର୍ଦ୍ଧା ରୋଡ଼ ରେଲୱେ ମଣ୍ଡଳ କାର୍ଯ୍ୟାଳୟ ମୁଖ୍ୟଫାଟକ ସମ୍ମୁଖରେ ସକାଳ ୭ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶାନ୍ତିପୁର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

sation master

ସଂଗଠନର କହିବାନୁସାରେ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଶାରୀରିକ ତାଥା ମାନସିକ ଚାପ ସତ୍ତ୍ବେ ସୁରକ୍ଷିତ ଟ୍ରେନ ଚଳାଚଳକୁ ସୂଚାର ରୂପେ ସମ୍ପାଦନା କରୁଥିବାରୁ ଏହି ଭତ୍ତାର ବ୍ୟବସ୍ଥା ହୋଇଥିଲା। ରେଳବାଇ ପ୍ରଶାସନ ଦ୍ବାରା ୪୩,୬୦୦ ଟଙ୍କାରୁ ଉର୍ଦ୍ଧ୍ବ ମୂଳ ବେତନ ଉପରେ ରାତ୍ରିକାଳୀନ ଭତ୍ତା ଉପରେ ସିଲିଙ୍ଗ୍ ବ୍ୟବସ୍ଥା ଲାଗୁ କରିବା ଫଳରେ ପ୍ରାୟ ସମସ୍ତ ଷ୍ଟେସନ ମାଷ୍ଟରମାନଙ୍କ ସହିତ ଅନ୍ୟ ରେଳ କର୍ମଚାରୀମାନେ ମଧ୍ୟ ରାତ୍ରି ଡ୍ୟୁଟି କରିବା ସତ୍ତ୍ବେ ରାତ୍ରିକାଳୀନ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି। ଫଳ ସ୍ବରୂପ କର୍ମଚାରୀଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡିବ।

ଯଦି ରେଳ ପ୍ରଶାସନ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ନହୁଏ ତେବେ ସଂଘ ତରଫରୁ ଆସନ୍ତା ଦିନମାନଙ୍କରେ ଦ୍‌ଢ କାର୍ଯ୍ୟପନ୍ଥା ସ୍ଥିରୀକ୍‌ତ ହେବ ବୋଲି ସଂଘ ତରଫରୁ ସୂଚନା ଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.