ଏବେ ଆଉ ଅସହାୟ ନୁହଁ ୧୦ ବର୍ଷର କୁନି ଝିଅ ସୋମବାରି ମୁର୍ମୁ, କୋଳେଇ ନେଲେ କିଟ୍‌ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ):  ବାପା ମାଙ୍କ ମୃତ୍ୟୁ ପରେ ଅସହାୟ ଅବସ୍ଥାରେ ଥିବା ୧୦ ବର୍ଷର କୁନି ଝିଅ ସୋମବାରି ମୁର୍ମୁଙ୍କୁ କିଟ୍‌ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ସହାୟତା । ବାଲେଶ୍ଵର ଜଳେଶ୍ୱର ମୁନିସିପାଲଟି ପଥରପୁରା ଗାଁର ଶ୍ୟାମ ମୁର୍ମୁଙ୍କ ଗତ ମଙ୍ଗଳବାର ଦେହାନ୍ତ ହୋଇଥିଲା । କିଛି ବର୍ଷ ପୂର୍ବରୁ  ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଯାଇଛି । ବାପାମା ଝେଉଣ୍ଡ କୁନିଝିଅ ସୋମବାରିକୁ ସହାୟତା ପାଇଁ ଆଗେଇ ଆସିଛି ଆର୍ଟ ଅଫ୍‌ ଗିଭିଂ  ।

helpless 2

ସୋମବାରିର ରକ୍ଷଣାବେକ୍ଷଣ ପାଇଁ ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ପ୍ରତିଷ୍ଠିତ ଆର୍ଟ ଅଫ ଗିଭିଂ ଜଳେଶ୍ଵର ଶାଖାର ସଦସ୍ୟ ମାନେ ପଦାସାହିରେ ପହଞ୍ଚି ତାଙ୍କ ବାପାଙ୍କ ଶୁଦ୍ଧିକ୍ରିୟା ନିମନ୍ତେ ୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ତାର ରହିବା ଖାଇବାର ସମସ୍ତ ବନ୍ଦୋବସ୍ତ କରିବା ସହ ଭୁବନେଶ୍ୱର ସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନରେ ମାଗଣାରେ ପାଠ ପଢାଇବାର ମଧ୍ୟ ବ୍ୟବସ୍ଥା କରିବାର ପ୍ରତିଶ୍ରୁତି ଦେଇଛନ୍ତି ।

helpless 1

ବର୍ତ୍ତମାନଠାରୁ କିସ୍‌ରେ ପଢିବା ପର୍ଯ୍ୟନ୍ତ ମାସକୁ ଦୁଇ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଆର୍ଟ ଅଫ ଗିଭିଂ ଜଳେଶ୍ଵର ଶାଖାର ସଂଯୋଜକ ଅନୀଲ କୁମାର ପରିଡା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.