Below header

ମାତ୍ର ୧୭୯୯ ଟଙ୍କାରେ ଲଞ୍ଜ ହେଲା ଏହି ଫୋନ, ଏଥିରେ ଅନ୍ୟ ଫୋନକୁ ମଧ୍ୟ କରିପାରିବେ ଚାର୍ଜ

ଯଦି ଆପଣ ମଧ୍ୟ ସେହି ଫୋନ ଅପେକ୍ଷାରେ ଅଛନ୍ତି ଯେଉଁଥିରେ ଦମଦାର ବ୍ୟାଟେରୀ ମିଳିବା ସହିତ ସେହି ଫୋନ ଦ୍ବାରା ଅନ୍ୟ ଫୋନକୁ ଚାର୍ଜ କରାଇପାରିବେ ତେବେ Jivi  ମୋବାଇଲ ଆପଣଙ୍କ ପାଇଁ ନୂଆ ଫୋନ Jivi N3720 ଲଞ୍ଚ କରିଛି। ଜିଭି ଜଣାଇଛି ଯେ ଏହି ଫୋନରେ ରିଭର୍ସ ଚାର୍ଜି ସପୋର୍ଟ ଦିଆଯାଇଛି। ଯାହା ସାହାଯ୍ୟରେ ଆପଣ ୟୁଏସବି ଜରୀଆରେ ଚାର୍ଜ କରିପାରିବେ। ଜିଭିର ଏହି ଫୋନ ବ୍ଲାକ୍ ଗୋଲ୍ଡ ଏବଂ ବ୍ଲାକ ବ୍ଲୁ କଲର ଭେରିୟଣ୍ଟରେ ମିଳିବ।

Jivi N3720 ସ୍ପେସିଫିକେସନ

jiviଏହି ଫୋନର ଫିଚର୍ସ ବିଷୟରେ କହିବାକୁ ଗଲେ ଏଥିରେ ସ୍ମାର୍ଟ କନେକ୍ଟ ଫିଚର ରହିଛି ଯାହା ସାହାଯ୍ୟରେ ଆପଣ କୌଣସି ସ୍ମାର୍ଟଫୋନ କିମ୍ବା ଫିଚର ଫୋନରେ ଆପଣଙ୍କ ଫୋନ କନେକ୍ଟ କରିପାରିବେ। ଏହି ଫୋନରେ ବୁମ୍ ସ୍ପିକର ରହିଛି। ଏହାଛଡା ଫୋନରେ ୨.୮ ଇଞ୍ଚର ଡିସପ୍ଲେ ଏବଂ କ୍ବାର୍ଟୀ କିପେଡ୍ ଦିଆଯାଇଛି। ଫୋନରେ 4000mAh ବ୍ୟାଟେରୀ ରହିଛି।

ଏହାଛଡା ଫୋନରେ ଅନ୍ୟ ଫିଚର୍ସ ବିଷୟରେ କହିବାକୁ ଗଲେ ଏଥିରେ ତିନିଟି କାର୍ଡ ସ୍ଲର୍ଟ ମିଳିବ। ଏହାସହିତ ଏଥିରେ ଏଲଇଡି ଫ୍ଲାସ ଲାଇଟ, MP3 ଏବଂ MP4 ପ୍ଲେୟାର ମିଳିବ। ସେହିଭଳି ଫୋନରେ ଓୟାରସେଲ ଏଫଏମ ରେଡିଓ ମିଳିବ। ଏହାଛଡା ଏହି ଫୋନରେ ପାୱାର ସେଭିଂ ମୋଡ୍, ଅଟୋ କଲ୍ ରେକର୍ଡର, ମୋବାଇଲ ଟ୍ରାକର ଏବଂ ୩.୫ ଏମଏମର ହେଡଫୋନ ଜ୍ୟାକ ମିଳିବ। Jivi N3720ରେ ଆପଣଙ୍କୁ ଭିଜିଏ ରିୟର କ୍ୟାମେରା ମଧ୍ୟ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.