Below header

କେବେ ଏବଂ କେଉଁଠି ହୋଇଛି ଆପଣଙ୍କ ଆଧାର କାର୍ଡର ବ୍ୟବହାର, ଘରେ ବସି ଏହି ଉପାୟରେ ଜାଣନ୍ତୁ

ଆଧାର କାର୍ଡ ଯେତିକି ଲାଭଦାୟକ ସେତିକି ନିଜର ସିକ୍ୟୁରିଟୀକୁ ନେଇ ଆପଣଙ୍କୁ ସତର୍କ ରହିବା ଜରୁରୀ। ଆଜିକାଲି ଆଧାର କାର୍ଡ ସହିତ ଧୋକାଦାରୀ ଏବଂ ଠକାମିର ଅନେକ ରିପୋର୍ଟ ସାମ୍ନାକୁ ଆସୁଛି। ଏମିତିରେ ଆପଣଙ୍କ ପାଇଁ ଜରୁରୀ ଯେ ଆପଣଙ୍କ ଆଧାର କାର୍ଡ କେବେ, କେଉଁଠି ଏବଂ କେମିତି ବ୍ୟବହାର ହୋଇଛି। ତେବେ ଆସନ୍ତୁ ଜାଣିବା ଏହାକୁ ଜାଣିବାର ଉପାୟ।

ସର୍ବପ୍ରଥମେ ଆପଣ ର ୱେବସାଇଟ https://uidai.gov.in/କୁ ଯାଆନ୍ତୁ। ସେଠାରେ ଆପଣଙ୍କୁ ‘Aadhaar Authentication History’ର ବିକଳ୍ପ ଦେଖାଯିବ। ତାହା ଉପରେ ଆପଣଙ୍କୁ କ୍ଲିକ କରିବାକୁ ହେବ।

aadhaar cardଏହା ବିକଳ୍ପ ଆପଣଙ୍କୁ ମାଇଁ ଆଧାର ସେକସନରେ ଦେଖାଯିବ। ଏହାଛଡା ଆପଣ ଉପରେ କ୍ଲିକ https://resident.uidai.gov.in/aadhaar-auth-history କରି ସିଧାସଳଖ ଯାଇପାରିବେ।

ଏହାସହ ପଢନ୍ତୁ : ଘରେ ଆଧାର କାର୍ଡ ଭୁଲିଯାଇଥିଲେ କରନ୍ତୁ ନାହିଁ ଚିନ୍ତା, ଆବଶ୍ୟକତା ସମୟରେ ଏମିତି କରନ୍ତୁ ନିଜର ସମସ୍ତ କାମ

ଏହାପରେ ଆପଣଙ୍କୁ ଆଧାର ନମ୍ବର ପଚାରାଯିବ। ଏବେ ଆପଣ ୧୨ ଅଙ୍କ ବିଶିଷ୍ଟ ନିଜର ଆଧାର ନମ୍ବର ଏଣ୍ଟର କରନ୍ତୁ ଏବଂ ଏହାପରେ ସିକ୍ୟୁରିଟୀ କାପ୍ଚା ଦେଇ ସେଣ୍ଡ ଓଟିପି ଉପରେ କ୍ଲିକ କରନ୍ତୁ। ଏହାପରେ ଆଧାର ସହିତ ରେଜିଷ୍ଟର ଥିବା ଆପଣଙ୍କ ମୋବାଇଲ ନମ୍ବରକୁ ଏକ ଓଟିପି ଯିବ।

ଓଟିପି ସବମିଟ୍‌ କରିବା ପରେ ଆପଣଙ୍କୁ ନିଜ ଆଧାର ବିଷୟରେ ପୂରା ସୂଚନା ମିଳିଯିବ ଯେ ଆପଣଙ୍କ ଆଧାର କାର୍ଡ କେବେ ଏବଂ କେଉଁଠି ବ୍ୟବହାର କରାଯାଇଛି। ଏହାସହିତ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ରେକର୍ଡ ଗତ ଛଅ ମାସର ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.