ଜାଣନ୍ତୁ ସଂପର୍କରେ ଏକାପଣକୁ ଦୂର କରିବେ କିପରି

ସମସ୍ତେ ପାଖରେ ଥିଲେ ସୁଦ୍ଧା ଜଣେ ଜଣେ ଏକୁଟିଆ ଥିବା ଭଳି ଅନୁଭବ କରିଥାନ୍ତି। ଏହାକୁ ଏକୁଟିଆପଣ ବା ଲୋନ୍‌ଲିନେସ୍‌ ବୋଲି କୁହାଯାଏ। ଜଣେ ଜୀବନସାଥୀ ହିଁ ଏକୁଟିଆପଣ ଦୂର କରିବାରେ ସମର୍ଥ ହୋଇଥାନ୍ତି ବୋଲି କୁହାଯାଏ। ତେବେ ଜୀବନସାଥୀ ବା ପାର୍ଟନରଙ୍କ ଉପସ୍ଥିତି ସତ୍ତ୍ୱେ ଏକୁଟିଆ ଲାଗୁଥିଲେ, ଏହା ଏକ ଚିନ୍ତାଜନକ ସ୍ଥିତି ହୋଇଥାଏ। ଯାହା ସଂପର୍କରେ ମଧ୍ୟ ଫାଟ ସୃଷ୍ଟି କରିଥାଏ। ତାହେଲେ ଆସନ୍ତୁ ଜାଣିବା ଏଭଳି ସ୍ଥିତିରେ କ’ଣ କରିବା ଉଚିତ୍।

-ନିଜ ସହିତ ନିଜେ ଖୁସି ରୁହନ୍ତୁ। ପାର୍ଟନର ବା ଜୀବନସାଥୀଙ୍କ ପ୍ରତି ଆପଣଙ୍କ ଭାବନାତ୍ମକ ଆବେଗକୁ କମ କରନ୍ତୁ। ଜଣେ ଜଣେ ସେମାନଙ୍କ ପାର୍ଟନର୍‌ଙ୍କ ସହିତ ଭାବନାତ୍ମକ ଭାବେ ଏପରି ଯୋଡ଼ି ହୋଇ ରହିଥାନ୍ତି ଯେ, ନିଜ ଜୀବନର ଲକ୍ଷ୍ୟକୁ ମଧ୍ୟ ଭୁଲି ଯାଇଥାନ୍ତି। କିନ୍ତୁ ୨୪ ଘଣ୍ଟା ତାଙ୍କ ସହିତ ନ ରହି ନିଜ ପରିବାର ସଦସ୍ୟ ଏବଂ ବନ୍ଧୁବାନ୍ଧବଙ୍କ ଗହଣରେ ସମୟ ବିତାନ୍ତୁ।

patner-ବେଳେ ବେଳେ ଏକା ରୁହନ୍ତୁ ଓ ଜୀବନକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଏକା ଏକା ମଧ୍ୟ ଛୁଟି କାଟିବାକୁ ଯାଆନ୍ତୁ। ଦେଖିବେ ଏସବୁ କରିବା ଦ୍ବାରା ଆପଣ ଖୁବ୍ ଶୀଘ୍ର ପରିବର୍ତ୍ତନ ହୋଇଯିବେ ଓ ଆପଣ ଆଉ ଏକୁଟିଆ ଅନୁଭବ କରିବେ ନାହିଁ।

-ନିଜ ଅହଙ୍କାରକୁ ନିୟନ୍ତ୍ରଣ କରନ୍ତୁ। ଯଦି ପାର୍ଟନରଙ୍କ ସହିତ କୌଣସି ମତଭେଦ ହେଉଛି, ତେବେ ସମ୍ପର୍କକୁ ଠିକ୍‌ କରିବା ପାଇଁ ଆପଣ ଆଗୁଆ ପଦକ୍ଷେପ ନେବା ଉଚିତ୍‌। କିନ୍ତୁ ଜଣ ଜଣଙ୍କ ଅହଙ୍କାର ସେମାନଙ୍କୁ ଏପରି କରିବାକୁ ଦେଇ ନଥାଏ। ଆପଣ କିନ୍ତୁ ଜମାରୁ ଏପରି ଭୁଲ୍ କରନ୍ତୁ ନାହିଁ। ନହେଲେ ଆପଣ ଏକୁଟିଆ ଅନୁଭବ କରିବେ। ପାର୍ଟନରଙ୍କ ସହ ଯେତେବେଳେ ବି କୌଣସି ଭୁଲ୍ ବୁଝାମଣା ହେଉଛି, ପ୍ରଥମେ ନିଜ ଆଡୁ ଏହାର ସମାଧାନ ପାଇଁ ଚେଷ୍ଟା କରନ୍ତୁ। ଏହା ସମ୍ପର୍କକୁ ଆହୁରି ମଜଭୁତ କରିଥାଏ।

ଏହାସହ ପଢନ୍ତୁ: ଏହା ହେଉଛି ସେହି ୧୦ଟି ଅଶୁଭ କାଳ, ଯେଉଁ ସମୟରେ ଜନ୍ମ ନେଇଥିବା ବ୍ୟକ୍ତି ଜୀବନରେ ପାଇଥାନ୍ତି ଅନେକ କଷ୍ଟ

-ଏକାଠି ସମୟ ବିତାନ୍ତୁ। ହୋଇପାରେ ଆପଣ ଓ ଆପଣଙ୍କ ପାର୍ଟନର ଏକାଠି ଯଥେଷ୍ଟ ସମୟ ବିତାଇ ପାରୁ ନଥିବେ। ତା’ହେଲେ ଏ ଦିଗରେ କିଛି ପଦକ୍ଷେପ ନିଅନ୍ତୁ। ନିଜର ଦୈନିକ କାର୍ଯ୍ୟସୂଚୀ ଭିତରୁ ସମୟ କାଢ଼ି ଦୁହେଁ ବୁଲିବାକୁ ଯାଆନ୍ତୁ। ଏକାଠି ସମୟ ବିତାନ୍ତୁ। ନିୟମିତ ବ୍ୟବଧାନରେ ଏପରି କଲେ ଆପଣ ଏକୁଟିଆ ଅନୁଭବ କରିବେ ନାହିଁ କି ସଂପର୍କରେ ଫାଟ ସୃଷ୍ଟି ହେବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.