Below header

ଆଧାର-ପାନ୍‌ ଲିଙ୍କ୍‌ ହେଉ ଅବା ବାର୍ଥ ସାଟିର୍ଫିକେଟ ବନାଇବା ହେଉ, ଏହି ୱେବସାଇଟରେ ଫଟାଫଟ କରନ୍ତୁ ଏହି କାମ

ସରକାରୀ ଯୋଜନା ଏବଂ ସରକାରୀ କାମର ଫାଇଦା ଲୋକଙ୍କ ପର୍ଯ୍ୟନ୍ତ ପହଁଚାଇବା ପାଇଁ ଅନଲାଇନ ତରିକା ବି ବାହାର କରିଛନ୍ତି । ଯାହା ଜରିଆରେ ଆପଣ ଘରେ ବସି ସରକାରୀ କାମ କରିପାରିବେ । ଏଥିପାଇଁ କାହାକୁ ବି ସରକାରୀ ଅଫିସର ଚକ୍କ୍ର କାଟିବାକୁ ପଡିବନି ।

ସରକାର ଭାରତୀୟ ନାଗରିକଙ୍କ ପାଇଁ ଅନେକ ବଢ଼ିଆ ବଢ଼ିଆ ଯୋଜନା ଆଣୁଛନ୍ତି । ଏହାସହିତ ସରକାରୀ କାମକୁ ସହଜ ବନାଇବା ପାଇଁ ଲଗାତର ପ୍ରୟାସ ମଧ୍ୟ କରନ୍ତି । ଯେଉଁଥିରେ ବହୁତ କମ୍‌ ସମୟରେ ସମସ୍ତ କାମ ସହଜରେ ହୋଇଯିବ । ଯଦିଓ ଦୂର ଦୂରାନ୍ତର ଅଞ୍ଚଳରେ ରହୁଥିବା ଲୋକମାନେ ଅନେକ ଥର ସରକାରୀ ଅଫିସର ଚକ୍କର କାଟି କାଟି ବିରକ୍ତି ହୋଇଯାନ୍ତି । କିନ୍ତୁ ଏସବୁ ସତ୍ତ୍ୱେ ନା କେବଳ ଯୋଜନାର ଲାଭ ମିଳିଥାଏ ଏବଂ ନା ହିଁ ସେ ନିଜ ଜରୁରୀ ସରକାରି କାମ କରିପାରନ୍ତି । ଏହାରି ଭିତରେ ସରକାରୀ ଡକ୍ୟୁମେଣ୍ଟ ବନାଇବା ବି ସାମିଲ ରହିଛି । ଯାହାକୁ କରିବା ପାଇଁ ଆପଣଙ୍କୁ ଅନେକ ଥର ସରକାରୀ ଅଫିସକୁ ଦୌଡିବାକୁ ପଡିଥାଏ । ଏମିତିରେ ସରକାରୀ ଯୋଜନା ଏବଂ ସରକାରୀ କାମର ଫାଇଦା ଲୋକଙ୍କ ପର୍ଯ୍ୟନ୍ତ ପହଁଚାଇବା ପାଇଁ ଅନଲାଇନ ତରିକା ବି ବାହାର କରିଛନ୍ତି । ଯାହା ଜରିଆରେ ଆପଣ ଘରେ ବସି ସରକାରୀ କାମ କରିପାରିବେ । ଏଥିପାଇଁ କାହାକୁ ବି ସରକାରୀ ଅଫିସର ଚକ୍କ୍ର କାଟିବାକୁ ପଡିବନି ।

ତେବେ ଯଦି ଆପଣ ମଧ୍ୟ ଆପଣଙ୍କର କୌଣସି ସରକାରୀ କାମ କରିବାକୁ ଚାହୁଁଛନ୍ତି କିମ୍ବା ସରକାରଙ୍କର ଅନେକ ଆକର୍ଷଣୀୟ ଯୋଜନାର ଫାଇଦା ଉଠାଇବାକୁ ଚାହୁଁଛନ୍ତି ତାହେଲେ ଆଜି ଆମେ ଆପଣଙ୍କୁ ଏହାର ଅନଲାଇନ ପ୍ରୋସେସ ବତାଇବୁ, ଯାହା ବହୁତ ସହଜ ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯେଉଁ ପୋର୍ଟାଲ ବିଷୟରେ ଆମେ ଆଜି ଆପଣଙ୍କୁ କହୁଛୁ ତାର ନାମ ହେଉଛି services.india.gov.in । ଏବଂ ଏଠାରେ କୌଣସି ବି ନାଗରିକ ନିଜର ଜରୁରୀ ସର୍ଭିସେଜର ଲାଭ ଉଠାଇପାରିବେ । ଆପଣଙ୍କୁ ଆଧାର କାର୍ଡ ପାନ କାର୍ଡ ଲିଙ୍କ କରିବା ହେଉ କିମ୍ବା ସରକାରୀ ନିଲାମୀରେ ଭାଗ ନେବାର ହେଉ, ନିଜ ଟ୍ୟାକ୍ସ ବିଷୟରେ ପତ୍ତା କରିବା ହେଉ କିମ୍ବା ଆପଣଙ୍କୁ ବାର୍ଥ ସାର୍ଟିଫିକେଟ ବନାଇବାର ଥାଉ, ସମସ୍ତ କାମ ଆପଣ ଏହି ୱେବସାଇଟରେ ଫଟାଫଟ କରିପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ବି ସରକାରି ଅଫିସକୁ ଯିବାକୁ ପଡିବନି ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ସରକାରୀ ପୋର୍ଟାଲରେ ମିନିଷ୍ଟ୍ରୀ ଅଫ୍‌ ଫାଇନାନ୍ସର ୧୨୧ ସର୍ଭିସେଜ, ମିନିଷ୍ଟ୍ରୀ ଅଫ୍‌ ପେଟ୍ରୋଲିୟମ ଆଣ୍ଡ ନ୍ୟାଚୁରାଲ ଗ୍ୟାସର ୧୦୦ ସର୍ଭିସେଜ, ମିନିଷ୍ଟ୍ରୀ ଅଫ୍‌ ହେଲ୍ଥ ଆଣ୍ଡ ଫ୍ୟାମିଲୀ ୱେଲଫେୟୟାରର ୭୨ ସର୍ଭିସେଜ, ମିନିଷ୍ଟ୍ରୀ ଅଫ୍‌ ପର୍ସନାଲ ପବ୍ଲିକ ଗ୍ରୀଭାନ୍ସ ଅଫ୍‌ ପେନସନ୍‌ର ୬୦ ସର୍ଭିସେଜ, ମିନିଷ୍ଟ୍ରୀ ଅଫ୍‌ ଏଜୁକେସନର ୪୬ ସର୍ଭିସେଜ, ମିନିଷ୍ଟ୍ରୀ ଅଫ୍‌ ମାଇନରିଟୀ ଅଫାୟର୍ସର ୩୯ ସର୍ଭିସେଜ, ମିନିଷ୍ଟ୍ରୀ ଅଫ୍‌ ଏକ୍ସଟର୍ନାଲ ଆଫାୟାର୍ସର ୩୮ ସର୍ଭସେଜ୍‌ ଭଳି ଅନେକ ସେବା ମହଜୁଦ ରହିଛି ଯେଉଁଥିରେ ଆପଣ ନିଜ ଆବଶ୍ୟକ ଏବଂ ନିଜ ମନ ପସନ୍ଦର ସେବାକୁ ଚୟନ କରି ତାର ଲାଭ ଉଠାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.